Posted inଖେଳ

ଆଇପିଏଲ୍‌-୧୪: ନୂଆ ଅଧିନାୟକଙ୍କ ଲଢ଼େଇ

ମୁମ୍ବାଇ,୧୫।୪(ପି.ଟି.): ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍‌ର ପରାଜୟକୁ ଭୁଲି ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏହି ସପ୍ତମ ମ୍ୟାଚ୍‌ ସାମ୍‌ସନଙ୍କ ସମେତ ରାଜସ୍ଥାନ ଦଳ ପାଇଁ ପରୀକ୍ଷା ସୃଷ୍ଟି କରିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ହାଇସ୍କୋରିଂ ପ୍ରଥମ ମ୍ୟାଚ୍‌ରେ ସାମ୍‌ସନଙ୍କ ଧୂଆଁଧାର ଶତକ ସତ୍ତ୍ୱେ ରାଜସ୍ଥାନ ମାତ୍ର ୪ ରନରେ ପରାସ୍ତ ହୋଇଥିଲା। ଅନ୍ୟପଟେ ରିଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୮ଟି ବଲ୍‌ ବାକି ରଖି ୭ ଉଇକେଟରେ ସହଜରେ ପରାସ୍ତ କରିଥିଲା। ଫଳରେ ଦିଲ୍ଲୀର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଛି। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଇଞ୍ଜୁରି କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି। ଏହା ରାଜସ୍ଥାନ ପାଇଁ ସବୁଠାରୁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଫଳରେ ରାଜସ୍ଥାନର ସମସ୍ୟା ଦ୍ୱିଗୁଣିତ ହୋଇଛି।
ପଞ୍ଜାବ ବିପକ୍ଷରେ ୨୨୨ ରନର ଟାର୍ଗେଟର ପିଛା କରି ରାଜସ୍ଥାନ ଅଳ୍ପକେ ବିଜୟ ହାତଛଡା କରିଥିଲା। ସାମ୍‌ସନ ୬୩ ବଲରୁ ୧୨ ଚୌକା ଓ ୭ ଛକା ସହ ୧୧୯ ରନର ଲଢୁଆ ଶତକୀୟ ପାଳି ଖେଳିଥିଲେ। ଶେଷ ବଲ୍‌ରେ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିବା ବେଳେ ସାମ୍‌ସନ ଆଉଟ ହେବା ଫଳରେ ଦଳ ପରାଜୟ ବରଣ କରିଥିଲା। ଏକା ଲଢେଇ କରି ଦଳକୁ ବିଜୟ ଦ୍ୱାର ନିକଟରେ ପହଞ୍ଚାଇଥିଲେ ମଧ୍ୟ ଏହି ପରାଜୟ ସାମ୍‌ସନଙ୍କୁ ନିରାଶ କରିଥିଲା। ପୁଣି ଅଙ୍ଗୁଳି ଭାଙ୍ଗିଥିବା କାରଣରୁ ଓଭରସିଜ୍‌ ଷ୍ଟାର ବେନ୍‌ ଷ୍ଟୋକ୍ସ ଦଳରୁ ବାଦ୍‌ ପଡିବା ମଧ୍ୟ ରାଜସ୍ଥାନ ଦଳକୁ ନିରାଶ କରିଛି। ଷ୍ଟୋକ୍ସଙ୍କ ଅନୁପସ୍ଥିତି ଜୋସ ବଟଲର, ଶିବମ୍‌ ଦୁବେ ଓ ରିୟାନ ପରାଗ ଭଳି ଖେଳାଳିଙ୍କୁ ଭଲ ଖେଳିବା ପାଇଁ ଚାପ ସୃଷ୍ଟି କରିବ। ମନନ ଭୋରା, ବଟଲର, ଦୁବେ, ପରାଗ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରି ନ ଥିଲେ ଓ ସାମ୍‌ସନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିପାରି ନ ଥିଲେ। ରାଜସ୍ଥାନର ବୋଲିଂ ବିଭାଗ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ବୋଲିଂର ଦୁର୍ବଳତା ପଦାରେ ପଡିଥିଲା। ପଦାର୍ପଣରେ ଚେତନ ସାକାରିଆ ୩୧ ରନ ଦେଇ ୩ ଉଇକେଟ ନେଇଥିଲେ। ତେବେ ଅନ୍ୟ ବୋଲରମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ମୁସ୍ତାଫିଜୁର ରହମାନ, କ୍ରିସ ମୋରିସ୍‌, ଷ୍ଟୋକ୍ସ, ଶ୍ରେୟାସ ଗୋପାଲ, ରାହୁଲ ଟଓ୍ବୋଟିଆ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଗାମୀ ଖେଳରେ ରାଜସ୍ଥାନ ବୋଲରମାନଙ୍କୁ କଞ୍ଜୁସ ବୋଲିଂ କରିବାକୁ ହେବ।
ଅପରପକ୍ଷରେ ଗତ ସଂସ୍କରଣର ରନର୍ସଅପ୍‌ ଦିଲ୍ଲୀ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଓ ୩ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିଲା। ଟସ୍‌ ହାରି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା। ତେବେ ଦିଲ୍ଲୀର ଓପନିଂ ଯୋଡି ଅଭିଜ୍ଞ ଶିଖର ଧାଓ୍ବନ ଓ ପୃଥ୍ବୀ ଶ ପ୍ରଥମ ଉଇକେଟରେ ୧୩୮ ରନ ସଂଗ୍ରହ କରି ଦଳର ବିଜୟକୁ ସହଜ କରିଥିଲେ। ଧାଓ୍ବନ ୫୪ ବଲରୁ ୮୫ ଓ ପୃଥ୍ବୀ ୩୮ ବଲରୁ ୭୨ ରନ ସଂଗ୍ରହ କରିଥିଲେ। ଅଧିନାୟକ ପନ୍ତ ୧୫ ଓ ମାର୍କସ ଷ୍ଟୋଇନିସ ୧୪ ରନ କରି ଅପରାଜିତ ରହି ଦଳକୁ ଅତି ସହଜରେ ଜିତାଇଥିଲେ। ବୋଲିଂରେ କ୍ରିସ୍‌ ମୋରିସ ଓ ଆଭେସ ଖାଁ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ତେବେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଟମ୍‌ କୁରାନ, ଅମିତ ମିଶ୍ରା ଓ ଷ୍ଟୋଇନିସ୍‌ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀର ବୋଲରମାନ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଦୁଇ ପ୍ରତିଭାସମ୍ପନ୍ନ କିପର- ବ୍ୟାଟ୍ସମ୍ୟାନ ତଥା ନୂଆ ଅଧିନାୟକ ପନ୍ତ ଓ ସାମ୍‌ସନଙ୍କ ମଧ୍ୟରେ ଗୁରୁବାର ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ।
ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀପ ଯାଦବ ଓ ଆକାଶ ସିଂ।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟ୍ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?