ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ ପଡ଼ୋଶୀ ଜିଲାଗୁଡ଼ିକ ଏଠାରୁ ରକ୍ତ ନେଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରୁଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏହି ରକ୍ତ ଭଣ୍ଡାରକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଉଛି। ୨୦୧୭ ଓ ୨୦୨୦ରେ ବିଶେଷ କାର୍ଯ୍ୟ ପାଇଁ ଏହି ରକ୍ତ ଭଣ୍ଡାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଛି। ଆବଶ୍ୟକତା ପୂରଣ କରୁଥିବା ଏହି ରକ୍ତ ଭଣ୍ଡାର ପାଇଁ ଭିତ୍ତିିଭୂମିର ବିକାଶ ହେଉ ନ ଥିବା ବେଳେ କର୍ମଚାରୀ ପଦବୀ ଫାଙ୍କା ପଡ଼ିିଛି। ଫଳରେ ରକ୍ତ ସଂଗ୍ରହରେ ବାଧା ଉପୁଜୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ରାଜନୈତିକ ଦୃଷ୍ଟି ପଡୁନାହିଁ। ଏନେଇ ରୋଗୀଙ୍କ ଆତ୍ମୀୟ ଓ ରକ୍ତଦାତାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ରାଜା ରାଜୁଡ଼ା ଅମଳରେ ବାରିପଦା ଡାକ୍ତରଖାନା ପରିସରରେ ଏକ ରକ୍ତ ଭଣ୍ଡାର ସ୍ଥାପନ କରାଯାଇଥିଲା। ଏହାଦ୍ୱାରା ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଜନସାଧାରଣ ଉପକୃତ ହେଉଛନ୍ତି। ସେହିପରି ବଳକା ରକ୍ତକୁ ଆବଶ୍ୟକତା ସମୟରେ ପଡ଼ୋଶୀ ବାଲେଶ୍ୱର ଓ ଭଦ୍ରକ ଜିଲା ରକ୍ତଭଣ୍ଡାରକୁ ଦିଆଯାଉଛି। ଏହି ରକ୍ତ ଭଣ୍ଡାରକୁ ସର୍ବପ୍ରଥମେ ରେଡକ୍ରସ ପରିଚାଳନା କରୁଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ଅଧୀନରେ ରହିଛି ା ରାଜ୍ୟର କଟକ, ବ୍ରହ୍ମପୁର ଓ ବୁର୍ଲା ମେଡ଼ିକାଲ କଲେଜ ପରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲା ମୁଖ୍ୟ ଡ଼ାକ୍ତରଖାନା ବାରିପଦାରେ ପ୍ରତିଷ୍ଠିତ ହୋଇଥିଲା। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଏହି ରକ୍ତ ଭଣ୍ଡାର ୨୦୧୬ରେ ରାଜ୍ୟ ପୁରସ୍କାର ଲାଭ କରିଥିଲା। ୨୦୧୭ରୁ ୨୦୨୦ ମଧ୍ୟରେ ଏହି ରକ୍ତଭଣ୍ଡାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ୪୨୧ଟି ଶିବିର ଆୟୋଜନ କରି ମୋଟ ୨୦ହଜାର ୩୯୮ ୟୁନିଟ ରକ୍ତ ସଂଗ୍ରହ କରିଥିଲା। ସେହିପରି ନୂତନ ଭାବେ ଆସିଥିବା ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ଭ୍ରାମ୍ୟମାଣ ଯାନ ଦ୍ୱାରା ୩୩ଟି ଶିବିର ଜରିଆରେ ୭୬୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୨୦୧୭ରୁ ୪ବର୍ଷ ମଧ୍ୟରେ ମୋଟ ୩୦ହଜାର ୯୯୫ ରୋଗୀ ଉପକୃତ ହୋଇଥିବା ବେଳେ ସଂଗୃହୀତ ରକ୍ତ ମଧ୍ୟରୁ ୧୩୭୯ ରକ୍ତ ବିଭିନ୍ନ କାରଣରୁ ବ୍ୟବହାର ଅନୁପଯୋଗୀ ବିବେଚିତ ହୋଇଛି। ରକ୍ତଭଣ୍ଡାର ଓ ପୃଥକୀକରଣ ପାଇଁ ୪ ଡ଼ାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଜଣେ ମାତ୍ର କାର୍ଯ୍ୟ କରୁଛନ୍ତି। ସେହିପରି ଜଣେ କାଉନସିଲର, ଜଣେ ନର୍ସ ଓ ୪ ଏଲଟି ପଦବୀ ଫାଙ୍କା ପଡ଼ିଛି। ଲୋକେ ଉକ୍ତ ରକ୍ତ ଭଣ୍ଡାରରୁ ଉପକୃତ ହେଉଥିବା ବେଳେ ବର୍ତ୍ତମାନ କର୍ମଚାରୀ ଅଭାବ ଯୋଗୁ ଏହାର ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ରକ୍ତଦାତା ସମରେନ୍ଦ୍ର ବେହେରା, ରତିକାନ୍ତ ନାଏକ, ବାଜି ସିଂ ପ୍ରମୁଖ ପ୍ରକାଶ କରିଛନ୍ତି। ରକ୍ତଭଣ୍ଡାରକୁ ଆସୁଥିବା ରକ୍ତଦାତା ଓ ରୋଗୀଙ୍କ ଆତ୍ମୀୟଙ୍କ ପାଇଁ ଏକ ପ୍ରତୀକ୍ଷାଳୟ ଅଭାବ କଷ୍ଟକର ହେଉଛି ବୋଲି ସର୍ବାଧିକ ରକ୍ତଦାନ କରିଥିବା ମହିଳା ରକ୍ତଦାତା ଚନ୍ଦ୍ରାବତୀ ଗୁପ୍ତା କହିଛନ୍ତି।
ସେହିପରି ଜିଲା ମୁଖ୍ୟ ଡ଼ାକ୍ତରଖାନା ସହିତ ପିଆର୍‌ଏମ୍‌ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନା ପାଇଁ ରକ୍ତଭଣ୍ଡାରରେ ପୃଥକୀକରଣ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଗଲେ ରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ରେଡ଼କ୍ରସର ସଦସ୍ୟ ତଥା ରକ୍ତଦାତା ଅମର ସେଠୀ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର କୁହନ୍ତି, ଫାଙ୍କା ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛୁ ା ଖୁବ୍‌ ଶୀଘ୍ର ଏହି ପଦବୀଗୁଡ଼ିକ ପୂରଣ କରାଯିବ। ତେବେ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମି ଅଭାବ ପୂରଣ ପାଇଁ ଆନ୍ତରିକତା ଲୋଡ଼ା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri