Posted inଜାତୀୟ

ଲକ୍‌ଡାଉନରେ କରିଥିଲେ ଭୁଲ…

ଲକ୍ଷ୍ନୌ,୧୩।୨: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ, ସଟ୍‌ଡାଉନ ଘୋଷଣା କରାଯାଇଥିଲା। ସେତିକିବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଫାଇନ ଆଦାୟ କରାଯାଉଥିଲା। କେତେକ କ୍ଷେତ୍ରରେ ଅମାନିଆଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁଥିଲା। ଏଭଳିସ୍ଥିତିରେ ଉତ୍ତରପ୍ରଦେଶ ଯୋଗୀ ସରକାର କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଢେଇ ଲକ୍ଷ ଲୋକଙ୍କୁ ଏହାର ଲାଭ ମିଳିବ। ସୂଚନା ଯୋଗ୍ୟ, ମାସ୍କ ନ ପିନ୍ଧିବା, ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ବିନା ଅନୁମତିରେ ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। କେତେକ କ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ମାମଲା ଉଠାଇନେବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ସାମାନ୍ୟ ଭୁଲ ପାଇଁ ଲାଗୁ ହୋଇଥିବା ମାମଲାକୁ ଉଠାଇ ନେଲେ ନ୍ୟାୟିକ ବ୍ୟବସ୍ଥାରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ। ସେହିପରି ନ୍ୟାୟାଳୟ ଓ ପୋଲିସ ଉପରେ ପଡୁଥିବା ବୋଝ କମିବ। ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ଉଲ୍ଲଙ୍ଘନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ...

ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର...

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ...

ଦିନକ ପାଇଁ ହାଇକମିଶନର…

ରାଜସ୍ଥାନ, ୧୦।୧୦: ରାଜସ୍ଥାନର ଝିଅ ଆଦିତି ମାହେଶ୍ୱରୀ ଗୋଟିଏ ଦିନ ପାଇଁ ଭାରତରେ ବ୍ରିଟିଶ ହାଇ କମିଶନର ହୋଇଛନ୍ତି। ୨୦ ବର୍ଷୀୟା ମାହେଶ୍ୱର ଦିଲ୍ଲୀ ବିଶ୍ୱବିଦ୍ୟାଳୟର...

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ...

୧୦ ଦିନରେ ୪ଥର ୟୁପି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜାନୌତିକ ଦଳ ଗୁଡିକ ସେହି ଅନୁଯାୟୀ ଆକ୍ଟିଭ ହେଉଥିବା ଦଖାଯାଉଛି । ଗତ...

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ

ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍‌ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ...

Advertisement
Archives

Model This Week