ପାର୍ବଣ: ସତର୍କତା ଜରୁରୀ, ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଥିବା କୋଭିଡ୍‌ କଟକଣା ଅବଧି ଆସନ୍ତା ସେପ୍ଟେମ୍ବର ୧ରେ ଶେଷ ହେବ। ଏବେ ଯାହା ବି କଟକଣା ରହିଛି ତାହାକୁ ଠିକ୍‌ ଢଙ୍ଗରେ ପାଳନ କରାଯାଉ ନାହିଁ। ଅନେକ ଲୋକ ସାମାଜିକ ଦୂରତା ରକ୍ଷା କରିବା ଦୂରେ ଥାଉ, ମାସ୍କ ପିନ୍ଧିବା ଭୁଲିଗଲେଣି। ରାଜ୍ୟରେ ଏବେ ବି ଦୈନିକ ୮୦୦ରୁ ୯୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେଠାରୁ ସତର୍କ ନ ହେଲେ ପୁଣି ରାଜ୍ୟ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଲେଣି।

ଆଗକୁ ପାର୍ବଣ ଆସୁଥିବାରୁ ଗହଳି ଚହଳି ବହୁମାତ୍ରାରେ ବଢ଼ିବା ଆଶଙ୍କା ରହିଛି। କେରଳର ଓନମ ପର୍ବ ପରେ ସେଠାରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ୩୦ ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। କେରଳ ଘଟଣାକୁ ଦେଖିଲେ ପାର୍ବଣ ଭିଡ଼ ପୁଣି ନୂଆ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି। ପାର୍ବଣ ଭିଡ଼ ରୋକା ନ ଗଲେ ଆସନ୍ତା ଅକ୍ଟୋବର ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଯିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରିଛନ୍ତି। ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିପାରେ। ଏବେଠାରୁ ଶିଶୁମାନେ କରୋନା ସଂକ୍ରମିତ ହେବାର ସୂଚନା ମିଳିଲାଣି। ଏପରି କି କରୋନା ଯୋଗୁ ଗତ ଦୁଇ ଦିନରେ ୩ ଜଣ ଶିଶୁଙ୍କର ଜୀବନ ଗଲାଣି। ଶିଶୁମାନଙ୍କ ସଂକ୍ରମଣ ଚିନ୍ତାଜନକ ହୋଇଛି। ଏପରି ସ୍ଥଳେ ସତର୍କ ନ ରହିଲେ ପୁଣି ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ।
ତୃତୀୟ ଲହର ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି। କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କରୋନା କଟକଣାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି। ପାର୍ବଣ ସମୟରେ କୌଣସି ସ୍ଥାନରେ ଯେପରି ଲୋକଙ୍କ ଭିଡ଼ ନ ଜମିବ ତାହା ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଟେଷ୍ଟିଂ, ଟ୍ରାକିଂ, ଉପଯୁକ୍ତ ଚିକିତ୍ସା, ଟିକାକରଣ ସମେତ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ଆଦି ୫ଟି ବିନ୍ଦୁ ଉପରେ ଗୁରୁତ୍ୱ ଦେଇ ରାଜ୍ୟଗୁଡ଼ିକ କୋଭିଡ୍‌ ସଂକ୍ରମଣ ରୋକିବା ଦିଗରେ ରଣନୀତି ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଜାତୀୟ ସ୍ତରରେ କରୋନା ସଂକ୍ରମଣ ସ୍ଥିର ଥିବାବେଳେ କିଛି ରାଜ୍ୟରେ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। କେତେକ ଜିଲାରେ ମୋଟ ସକ୍ରିୟ ମାମଲା ଏବଂ ଉଚ୍ଚ ସଂକ୍ରମଣ ହାର ଚିନ୍ତାର ବିଷୟ ହୋଇଛି ବୋଲି ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା କହିଛନ୍ତି।

ଗାଇଡ୍‌ଲାଇନ ଅନୁସାରେ, ପଜିଟିଭ ହାର ଅଧିକ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ଓ ତ୍ୱରିତ ପଦକ୍ଷେପ ନିଆଯିବା ଆବଶ୍ୟକ। ପର୍ବ ପର୍ବାଣିରେ ଜନସମାଗମ ଯୋଗୁ ସଂକ୍ରମଣ ଯେପରି ନ ବ୍ୟାପେ ସେ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିଲାଗି ରାଜ୍ୟଗୁଡ଼ିକ କଡ଼ା କଟକଣା ଲାଗୁ କରିପାରିବେ। ବାହାରେ ସଭିଏ ଯେପରି ଠିକ୍‌ ଭାବେ ମାସ୍କ ପିନ୍ଧନ୍ତି ଏବଂ ସାମାଜିକ ଦୂରତ୍ୱ ରକ୍ଷାକରନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। କଟକଣା ନ ମାନିଲେ ଜରିମାନା ଆଦାୟ କରାଯିବ। ସଂକ୍ରମଣ ନ ଥିବା କିମ୍ବା କମ୍‌ ସଂକ୍ରମଣ ଥିବା ସ୍ଥାନକୁ କିପରି ସୁରକ୍ଷିତ ରଖାଯିବ ତାହା ନିଶ୍ଚିତ କରିବାକୁ ପଡ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପାର୍ବଣ ପାଇଁ ଗାଇଡ୍‌ଲାଇନ ଜାରି କରିବା ପରେ ଆସନ୍ତା ସେପ୍ଟେମ୍ବର ୧ରେ ରାଜ୍ୟ ସରକାର ନୂତନ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?