ଭୁବନେଶ୍ୱର,୧୪।୪(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଅନୁମତି ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ରହିଥିବାବେଳେ ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି, ଜଣେ ଯଦି ସଭାପତି ହେବ, ସେ କ’ଣ ସବୁଦିନ ପାଇଁ ସଭାପତି ହୋଇ ରହି ପାରିବ। କଂଗ୍ରେସରେ ଦୁଇତିନି ବର୍ଷ ଅନ୍ତରାଳରେ ପିସିସି ସଭାପତି ପରିବର୍ତ୍ତନ ହୁଏ। ରାଜ୍ୟ କଂଗ୍ରେସରେ ଏହି ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ପରିବର୍ତ୍ତନ ଯେତେଶୀଘ୍ର ହେବ ସେତେ ଭଲ ହେବ। ସେହିପରି ନିଜ ଇସ୍ତଫା ନେଇ ନିରଞ୍ଜନ କହିଛନ୍ତି, ୨୦୧୯ରେ ଇସ୍ତଫା ଦେଇ ସାରିଛି। ଏକଥା ମୁଁ ଅସ୍ବୀକାର କରୁନି। କେବେ ନିଷ୍ପତ୍ତି ହେବ, ତାହା ଏଆଇସିସି ଉପରେ ନିର୍ଭର କରେ। ଯିଏ ଦଳକୁ ସମ୍ଭାଳି ପାରିବ ଓ ଦଳକୁ ଆହୁରି ଆଗକୁ ନେଇ ପାରିବ ସେପରି ଲୋକ ଦଳ ନେତୃତ୍ୱ ନେଲେ ଭଲ। ଆମ କଂଗ୍ରେସ ନେତାଙ୍କ ସଦ୍ବୁଦ୍ଧି ଥିବ ଓ ସଦ୍ବୁଦ୍ଧି ଯଦି ଏଆଇସିସି ନେତାଙ୍କର ଥିବ, ତେବେ ଉପଯୁକ୍ତ ବ୍ୟକ୍ତିକୁ ଦାୟିତ୍ୱ ଦେବେ।

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା
ଯୋଡ଼ା, ୨୯।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ...

ଏସ୍ସି ଓ ଏସ୍ଟି ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହେବା ଘଟଣା: ପୀଡ଼ିତାଙ୍କ ଠିକଣା ଦେଇ ହରଡ଼ଘଣାରେ ପୋଲିସ
ଭୁବନେଶ୍ୱର, ୬ା୭(ବ୍ୟୁରୋ): ରାଜଧାନୀର ଏକ ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି ଓ ଏସ୍ଟି) ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ...

ଅଭାବୀ ସଂସାରର ଚାହିଦା ମେଣ୍ଟାଉଛି ପାଣି ସାରୁ
ମହାକାଳପଡ଼ା,୧୮ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ବହୁ ଅଭାବୀ ଲୋକମାନଙ୍କର ଚାହିଦା ମେଣ୍ଟାଉଛି ପାଣି ସାରୁ। ଏହି ସାରୁକୁ ଅଭାବୀ ଶ୍ରେଣୀର ଲୋକେ...

ଆଜି ଆଉ ୬୪ଜଣଙ୍କ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ...

ଚଳିତ ବର୍ଷରୁ ମିଳିବ ଗରିମା ପୁରସ୍କାର: ‘ମୋ ସ୍କୁଲ’ ଅଭିଯାନରେ ୮୯୫୧ ସ୍କୁଲ ପାଇଛନ୍ତି ୮୯କୋଟି ଟଙ୍କା
ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ,...

ବାଲିବୋରେ ମଣ୍ଡି ଆରମ୍ଭ
ଭୁବନ, ୮।୧(ଡି.ଏନ୍.ଏ.) ଭୁବନ ବ୍ଲକ ବାଲିବୋରେ ଶୁକ୍ରବାରଠାରୁ ଖରିଫ୍ ଧାନ ମଣ୍ଡି ଆରମ୍ଭ ହୋଇଛି। ସିଡିପିଓ ଦାୟିତ୍ୱରେ ଥିବା ସୁପରଭାଇଜର ନିର୍ମଳ ସେଠୀ ମୁଖ୍ୟ ଅତିଥି...

ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା
ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା...

ରାତି ୧୦ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର,୩।୪(ବ୍ୟୁରୋ): ବଢ଼ିବାରେ ଲାଗିଛି କରୋନାର ଲେଉଟାଣି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ୧୦ଟି ଜିଲାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ...