ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ମମତା ପଶ୍ଚିମବଙ୍ଗର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ତା’ର ନାମ ‘ଦୀଘା ଜଗନ୍ନାଥ ଧାମ’ ରଖିଥିଲେ। ଏହାକୁ ନେଇ ଜଗନ୍ନାଥପ୍ରେମୀ, ସେବାୟତ, ଗବେଷକ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପରିଣାମସ୍ବରୂପ ଚଳିତ ନିର୍ବାଚନରେ ତାଙ୍କ ସରକାରର ପତନ ଘଟିଛି। ପୁରୀ ରଥଖଳାରେ ଏବେ ଏହି ଚର୍ଚ୍ଚା ଜୋର୍‌ ଧରିଛି ଯେ, ମହାପ୍ରଭୁଙ୍କୁ ନେଇ ରାଜନୀତି କରିଥିବା ମମତା ଏବେ ତାଙ୍କ ଫଳ ପାଇଛନ୍ତି। ମମତାଙ୍କ ସରକାର ପଶ୍ଚିମବଙ୍ଗରୁ ହଟିବା ପରେ, ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଲେଖା ତୁରନ୍ତ ହଟାଇବା ପାଇଁ ମହାପ୍ରଭୁଙ୍କ ମୁଖ୍ୟ ବିଶ୍ୱକର୍ମା ଓ ଭୋଇ ସର୍ଦ୍ଦାରଙ୍କ ସମେତ ଅନେକ ସେବାୟତ ଏବଂ ଭକ୍ତ ଦାବି କରିଛନ୍ତି।
୨୦୨୫ ମସିହା ଅକ୍ଷୟତୃତୀୟା ଦିନ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା। ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଏହି ମନ୍ଦିରର ଉଦ୍‌ଘାଟନ କରିଥିଲେ। ପରେ ମନ୍ଦିର ଚତୁଃପାଶର୍‌ବରେ ବିଭିନ୍ନ ଜାଗାରେ ହୋର୍ଡିଂ ଓ ସ୍ଥାୟୀ ସେଲ୍ଫି ପଏଣ୍ଟ ଜଗନ୍ନାଥ ଧାମ ନାମରେ କରି ଲଗାଇଥିଲେ। ଅନ୍ୟପଟେ ପଶ୍ଚିମବଙ୍ଗରେ ଦିଦିଙ୍କ ସରକାର ଯିବା ପରେ ଏବେ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟିବ ବୋଲି ଆଶା ସଞ୍ଚାର ହୋଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଲେଖାଯିବାକୁ ନେଇ ଓଡ଼ିଶାରେ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ସେତେବେଳେ ମମତାଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ସେ ଜିଦ୍‌ରେ ଅଟଳ ରହି କାହାରି କଥା ଶୁଣି ନ ଥିଲେ।
ଟିଏମ୍‌ସି ସରକାର ପରିବର୍ତ୍ତନ ପରେ କେବେ ଜଗନ୍ନାଥ ଧାମ ଶବ୍ଦ ହଟିବ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। ସେହିପରି ମମତା ସରକାର କେବଳ ଧାମ ଶବ୍ଦ ନୁହେଁ, ପଥର ମୂର୍ତ୍ତି, ସ୍ନାନଯାତ୍ରାରେ ଓମ୍‌ଫେଡ୍‌ କ୍ଷୀର ବ୍ୟବହାର, ଗ୍ୟାସ୍‌ରେ ପ୍ରସାଦ ତିଆରି, ପ୍ରସାଦକୁ ମହାପ୍ରସାଦ ନାମକରଣ କରିଥିଲେ। ଏହିସବୁ ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଧାମ ଶବ୍ଦ ହଟାଯିବାକୁ ଶ୍ରୀମନ୍ଦିର ସେବାୟତ ଓ ଭକ୍ତ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପଶ୍ଚିମବଙ୍ଗରେ ଭାଜପା ସରକାର ଶପଥ ନେବା ପରେ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ସରକାର ପଶ୍ଚିମବଙ୍ଗର ନୂତନ ସରକାରଙ୍କ ସହ ଆଲୋଚନା କରି ଧାମ ଶବ୍ଦ ହଟାଇବାକୁ ପଦକ୍ଷେପ ନେବେ ବୋଲି ହରିଚନ୍ଦନ ସୂଚନା ଦେଇଛନ୍ତି। ସେହିପରି ପଶ୍ଚିମବଙ୍ଗ ପଟାସପୁର ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ ଭାଜପା ବିଧାୟକ ତପନ ମାଇତି କହିଛନ୍ତି, ପୁରୀ ଜଗନ୍ନାଥ ମନ୍ଦିରକୁ ଛୋଟ କରିବା ପାଇଁ ଦୀଘାରେ ମମତା ଏଭଳି ପ୍ରୟାସ କରିଥିଲେ। ତେଣୁ ସେ ଦୀଘା ଜଗନ୍ନାଥ ମନ୍ଦିରକୁ ଯାଇ ନ ଥିଲେ। ଏବେ ସେ ମନ୍ଦିର ଦର୍ଶନ କରିଛନ୍ତି। ତୁରନ୍ତ ଧାମ ଶବ୍ଦ ହଟାଇବା ପାଇଁ ସେ ନୂଆ ସରକାରଙ୍କୁ ଅନୁରୋଧ କରିବେ ବୋଲି ମାଇତି ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?