ଶୀତଦିନିଆ ଚର୍ମ ରୋଗ ଓ ପ୍ରତିକାର

”ଶୀତଦିନେ ସାଧାରଣତଃ ଥଣ୍ଡାର ପ୍ରକୋପ ହେତୁ ଆମ ଦେହର ବାହ୍ୟଭାଗ ଚର୍ମରେ ରହିଥିବା ଆଦ୍ରତାର ପରିମାଣ ହ୍ରାସ ପାଇବା ହେତୁ ଚର୍ମ ଶୁଷ୍କତା ହୋଇ ବିଭିନ୍ନ ରୋଗ ଦେଖାଦେଇଥାଏ। ବିଇଞ୍ଚି ଘା, କୁଣ୍ଡିଆ, ଶିଶୁଙ୍କ ଚର୍ମରେ ବିସ୍ଫୋଟ(ବ୍ରଣ ପରି ଛୋଟ ଛୋଟ), ଲାଲ କାତି ପରି ଦାଗ ହୋଇଥିବା ଚର୍ମ ରୋଗ(Psoriasis), ହାତ ଗୋଡ଼ର ଚର୍ମ ଫାଟିବା, ଓଠ ଫାଟିବା ସହ ଥଣ୍ଡାଜନିତ ଜଳବାୟୁ ଚର୍ମର ସଂସ୍ପର୍ଶରେ ଆସି ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ।“

ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗ ଦେଖାଦେଇଥାଏ। ବିଶେଷଭାବରେ ଶୀତଦିନେ କେତେକ ରୋଗ ଦ୍ୱାରା ଆମେ ଆକ୍ରାନ୍ତ ହୋଇଥାଉ। କେବଳ ଛୋଟ ପିଲା ନୁହନ୍ତି, ଗର୍ଭବତୀ, ବୟସ୍କ ବ୍ୟକ୍ତିଙ୍କ ବ୍ୟତୀତ ଯୁବପିଢ଼ି ମଧ୍ୟ ଏହି ଶୀତଦିନିଆ ରୋଗର ଶିକାର ହୋଇଥାନ୍ତି। ସେହିଭଳି ଆମ ଭାରତରେ ଶୀତଋତୁର ଆଗମନ ହେଲେ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ଥଣ୍ଡା, ଜ୍ୱର, କାଶ ସମେତ ବିଭିନ୍ନ ଚର୍ମଜନିତ ରୋଗ ଯଥା ଯାଦୁ, କାଛୁ, କୁଣ୍ଡିଆ, ଶୁଷ୍କ ଚର୍ମ, ପାଦ ଫାଟିବା, ଜିଭ ଧରିବା, ଓଠ ଫାଟିବା, ମୁହଁରେ ଦାଗ ସୃଷ୍ଟି ହେବା ଆଦି ବିଭିନ୍ନ ଶୀତଋତୁଜନିତ ଚର୍ମରୋଗ ଦେଖାଦେଇଥାଏ। ଏହାର ମୁଖ୍ୟ କାରଣ ହେଲା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବା। ଶୀତଋତୁରେ ହେଉଥିବା ଚର୍ମ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଓ ପ୍ରତିରୋଧ ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ପାଇଁ ଭିଟାମିନ-ସି ଏବଂ ଭିଟାମିନ-ଡି ବୃଦ୍ଧି କରାଇବା ସହିତ ରୋଗର ପ୍ରତିକାର ଓ ପ୍ରତିରୋଧ ପାଇଁ ସଜାଗ ନିହାତି ଜରୁରୀ ଅଟେ।
କାର୍ତ୍ତିକ ମାସରୁ ଧୀରେ ଧୀରେ ଶୀତ ଅନୁଭୂତ ହେଉଥିଲେ ସୁଦ୍ଧା, ସେପ୍ଟେମ୍ବର ୨୩ ତାରିଖ ପରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ କ୍ରମଶଃ ଦୂରତା ବଢ଼ିବା ଆରମ୍ଭ ହୋଇଥାଏ, ତା’ର ଫଳସ୍ବରୂପ ଉତ୍ତର ଗୋଲାର୍ଦ୍ଧରେ କ୍ରମଶଃ ଉତ୍ତାପ ହ୍ରାସ ପାଇ ଥଣ୍ଡାର ପ୍ରକୋପ କ୍ରମଶଃ ବୃଦ୍ଧି ପାଇଥାଏ। ସାଧାରଣତଃ ପୌଷ ଓ ମାଘ ମାସ ଏବଂ ଇଂରାଜୀ ମାସ ଅନୁସାରେ ନଭେମ୍ବର ଶେଷ ସପ୍ତାହରୁ ଜାନୁୟାରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଶୀତଋତୁ ଭାବେ ଗ୍ରହଣ କରାଯାଇଥାଏ। ଶୀତଦିନେ ସାଧାରଣତଃ ଥଣ୍ଡାର ପ୍ରକୋପ ହେତୁ ଆମ ଦେହର ବାହ୍ୟଭାଗ ଚର୍ମରେ ରହିଥିବା ଆଦ୍ରତାର ପରିମାଣ ହ୍ରାସ ପାଇବା ହେତୁ ଚର୍ମ ଶୁଷ୍କତା ହୋଇ ବିଭିନ୍ନ ରୋଗ ଦେଖାଦେଇଥାଏ। ବିଇଞ୍ଚି ଘା, କୁଣ୍ଡିଆ, ଶିଶୁଙ୍କ ଚର୍ମରେ ବିସ୍ଫୋଟ(ବ୍ରଣ ପରି ଛୋଟ ଛୋଟ), ଲାଲ କାତି ପରି ଦାଗ ହୋଇଥିବା ଚର୍ମ ରୋଗ(Psoriasis), ହାତ ଗୋଡ଼ର ଚର୍ମ ଫାଟିବା, ଓଠ ଫାଟିବା ସହ ଥଣ୍ଡାଜନିତ ଜଳବାୟୁ ଚର୍ମର ସଂସ୍ପର୍ଶରେ ଆସି ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ। ଶୀତଦିନେ ସାଧାରଣତଃ ବହୁତ ବ୍ୟକ୍ତିଙ୍କ ପାଦର ଗୋଇଠି ଓ ଆଙ୍ଗୁଠି ଫାଟିଥାଏ, ଏହାର ପ୍ରତିକାର ପାଇଁ ପାଦରେ ମୋଜା ବ୍ୟବହାର କରିବା ଦ୍ୱାରା ପାଦରୁ ଝାଳ ନିର୍ଗତ ହୋଇ ଆଦ୍ରତା ସୃଷ୍ଟି ହୋଇ ପାଦ ଫାଟିବାର ଆଶଙ୍କା କମ୍‌ ଥାଏ। ପାଦ ଫାଟିଲେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ କିଛି ଲୁଣ ମିଶାଇ ସେଥିରେ ପାଦକୁ କିଛି ସମୟ ବୁଡାଇ ରଖି, ତା’ପରେ ପାଦକୁ ଭଲ ଭାବେ ଶୁଖିଲା କପଡାରେ ପୋଛି ପାଦରେ ନଡ଼ିଆ ତେଲ କିମ୍ବା ଭେସଲିନ ପତଳାରେ ଲଗାଇବା ଉଚିତ, ଯଦ୍ଦ୍ବାରା ପାଦ ଫଟାରୁ ଉପଶମ ମିଳିପାରିବ
ପ୍ରତିକାର : ଶୀତଦିନେ ଅଳ୍ପ ଉଷୁମ ଥିବା ଜଳରେ ଗାଧୋଇବା ସହ କମ୍‌ କ୍ଷାରୀୟ ଯୁକ୍ତ ସାବୁନ, ଗ୍ଲିସେରିନ, ଭେସଲିନ, ତୈଳଯୁକ୍ତ ପଦାର୍ଥ ଚର୍ମରେ ଲଗାଇବା ଉଚିତ। ଶୀତଦିନେ ପ୍ରାକୃତିକ ଉପାୟ ଦ୍ୱାରା ଓଠକୁ ସତେଜ ଓ ନରମ ରଖିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି।
-ମହୁ ସହ ଚିନି ଓ ଆଲମଣ୍ଡ ତେଲକୁ ମିଶାଇ ଓଠରେ ମାଲିସ କଲେ ଓଠ ନରମ ହୋଇଥାଏ।
-ବିଟ୍‌କୁ ବାଟି ରସ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିଥାଏ।
-ଘିକୁଅଁାରୀ (ଆଲୋଭେରା) ରସରେ ମହୁ ମିଶାଇ ଓଠରେ ମାଲିସ କରିବା ଦ୍ୱାରା ଓଠ ନରମ, ସତେଜ ରହିଥାଏ।
-ନଡ଼ିଆରୁ ତେଲ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିବା ସହ ଆରାମ ଲାଗିଥାଏ। ଶୀତଋତୁରେ ଅଧିକ ପାଣି ପିଇବା ଉଚିତ, ଯଦ୍ଦ୍ବାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ହୋଇପାରିବ।
-ବିଭିନ୍ନ ପ୍ରକାର ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ। କାଲିଫର୍ନିଆ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତଥ୍ୟ ଅନୁସାରେ, ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ମଟର ଅତି ଉପକାରୀ,ଏହାକୁ ପ୍ରତିଦିନ ଖାଦ୍ୟରେ ଖାଇବା ଉଚିତ। କାରଣ ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ଓ ତନ୍ତୁଜାତୀୟ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଛି। ଏଥିରେ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି। ତେଣୁ ଗ୍ରୀନ ମଟର ଅଧିକ ଖାଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତ ଚାପକୁ ସନ୍ତୁଳିତ ରଖିବା ସହ ଶୀତଦିନେ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନକୁ ପୂରଣ କରିଥାଏ। ଗ୍ରୀନ ମଟରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଭିଟାମିନ-ଏ, ବି, ସି, ଡି, ଇ, କେ’ ର ଆବଶ୍ୟକତା ପୂରଣ ହେବା ସହ,ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ଚର୍ମ ରୋଗକୁ ପ୍ରତିରୋଧ କରାଇବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଅତ୍ୟଧିକ ଲୁଣ, ମିଠା ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଶରୀରରେ ହଜମ ପ୍ରକ୍ରିୟା ସୁଦୃଢ଼ ନିମନ୍ତେ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂରୀକରଣ ପାଇଁ ଉଷୁମ ଜଳ ସକାଳେ ଓ ରାତିରେ ଶୋଇବା ସମୟରେ ଅନ୍ତତଃ ଏକ ଗ୍ଲାସ ଲେଖାଏ ସେବନ କରିବା ଉଚିତ। ଅନ୍ୟ ଋତୁ ଅପକ୍ଷା ଶୀତଋତୁରେ ଦୈନନ୍ଦିନ ଜୀବନ ଶୈଳୀ, ନିଜର ସ୍ବାସ୍ଥ୍ୟ ଓ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ଅଟେ, ଯଦ୍ଦ୍ବାରା ଶୀତଦିନିଆ ଚର୍ମ ରୋଗକୁ ଆମେ ପ୍ରତିରୋଧ କରିପାରିବା।
ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଭିଟାମିନ-ଡି’ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସକାଳର ସୂର୍ଯ୍ୟକିରଣରେ ଏବଂ ସନ୍ଧ୍ୟାରେ ୩-୪ କି.ମି. ପାଦରେ ଚାଲିବା ସହ ପ୍ରାତଃ ଓ ସାନ୍ଧ୍ୟକାଳୀନ ବ୍ୟାୟାମ କରିବା ଆବଶ୍ୟକ। ଫଳରେ ଶରୀରରୁ ଝାଳ ନିର୍ଗତ ହେବା ଦ୍ୱାରା ଚର୍ମରେ ଶୁଷ୍କତା ଦୂର ହୋଇ ଆଦ୍ରତା ସୃଷ୍ଟି ହୋଇଥାଏ,ଯଦ୍ଦ୍ବାରା ଶୀତଦିନେ ଶରୀର୍‌ରେ ଚର୍ମ ରୋଗ ହେବାର ଆଶଙ୍କା କମ୍‌ ଥାଏ।
ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଚର୍ମ ରୋଗ ଓ ତା’ର ପ୍ରତିକାର ନିମନ୍ତେ ବିଭିନ୍ନ ଆୟୁର୍ବେଦୀୟ ଔଷଧ ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି। ସେହି ଆୟୁର୍ବେଦ ଔଷଧକୁ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟବହାର କରିବା ଉଚିତ। ଶରୀରରେ ରକ୍ତ ପରିଷ୍କାର ନିମନ୍ତେ ସାରିବାଦ୍ୟା ରିଷ୍ଟ କିମ୍ବା ସାରିବାଦ୍ୟା ସବ କିମ୍ବା ଖଦିରା ରିଷ୍ଟ ୧୦ ମିଲି ଲେଖାଏ ଗରମ ପାଣି ଥଣ୍ଡା କରି ମିଶାଇ ଖାଲି ପେଟରେ ଦୁଇ ବେଳା ସେବନ କଲେ ବିଭିନ୍ନ ଚର୍ମରୋଗରୁ ଉପଶମ ମିଳିଥାଏ। ଟୋପ ଚିନି ରସାୟନ ଦୁଇ ଚାମଚ, ଖାଲିପେଟରେ ସକାଳ ଓ ସନ୍ଧ୍ୟାରେ ଉଷୁମ କ୍ଷୀର କିମ୍ବା ଉଷୁମ ଜଳ ସହ ସେବନ କଲେ ବହୁ ପୁରାତନ ବିଭିନ୍ନ ପ୍ରକାର ଚର୍ମ ରୋଗରୁ ଉପଶମ ମିଳିଥାଏ।
ଶାଫି ସିରଫକୁ ଦୁଇ ବେଳା ଖାଲି ପେଟରେ ୧୦ ମିଲି ଲେଖାଏ ଗରମ ପାଣି ଥଣ୍ଡାକରି ମିଶାଇ ସେବନ କଲେ ସମସ୍ତ ପ୍ରକାର ଚର୍ମ ରୋଗ ଭଲ ହୋଇଥାଏ। ଚର୍ମ ରୋଗରେ ଅଧିକ ଲୁଣ ଓ ମିଠା ଖାଇବା ଅନୁଚିତ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?