Posted inଜାତୀୟ

୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୋମବାର ଏନେଇ ସୁପାରିସ କରିଛି। ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍‌-୧୯ ନିୟମାବଳୀ ଅନୁଯାୟୀ ଶୀତ ଅଧିବେଶନ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ହୋଇଥିଲା।

ବୈଠକ ସୁପାରିସ ଅନୁଯାୟୀ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଉଭୟ ରାଜ୍ୟ ସଭା ଓ ଲୋକ ସଭା ଅଧିବେଶନ ସାଙ୍ଗରେ ଚାଲିବ। ଏନେଇ ସଦସ୍ୟମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ। ଏମ୍‌ପିମାନଙ୍କ ସମେତ ଯେଉଁମାନେ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ, ସେମାନଙ୍କୁ ମାସ୍କ ପରିଧାନ କରିବାକୁ ପଡ଼ିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ କୋଭିଡ୍‌-୧୯ ପରୀକ୍ଷା କରାଇନେବାକୁ କୁହାଯାଇପାରେ। ଉତ୍ତରପ୍ରଦେଶ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବସିବାକୁ ଥିବା ଏହି ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ବିରୋଧୀ ପେଟ୍ରୋଲ, ଡିଜେଲ, ଖାଇବା ତେଲ ଦର ବୃଦ୍ଧି, ଆକାଶଛୁଆଁ ଦରଦାମ୍‌, କଶ୍ମୀରରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ, ଲଖିମପୁର ଖେରି ହିଂସା ଏବଂ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିପାରନ୍ତି। ଗତ ମୌସୁମୀ ଅଧିବେଶନ ବେଳେ ପେଗାସସ୍‌ ସ୍ପାଏଓ୍ବେର ପ୍ରସଙ୍ଗ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ଅଧିକାଂଶ ସମୟ ଗୃହ ଅଚଳ ରହିଥିଲା। ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ...

ମନ୍ଦିର ପାଇଁ ଅଢେଇ କୋଟିର ଜମି ଦାନ କଲେ ମୁସଲମାନ ପରିବାର

ପାଟନା,୨୨ ।୩: ବିହାରର ଏକ ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ରାଜ୍ୟର ପୂର୍ବ ଚମ୍ପାରନ ଜିଲାର କୈଥବଲିୟା ଅଞ୍ଚଳରେ ନିର୍ମାଣ...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା...

ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…

ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।...

ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରାଯୋଜକଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ,୨୩।୭: ବଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ଅର୍ଥଦାତା ସତ୍ୟେନ୍ଦ୍ର ତ୍ୟାଗିଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ...

ଆଖୁ ଚାଷୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଆଖୁ ଚାଷୀଙ୍କ ସପକ୍ଷରେ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କୁଇଣ୍ଟାଲ ଏଫ୍‌ଆର୍‌ପି ମୂଲ୍ୟକୁ ୨୯୦ ଟଙ୍କାକୁ ବୃଦ୍ଧି କରିଛନ୍ତି।...

‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’

ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି।  ତୋଗାଡିଆ କହିଛନ୍ତି,...

ସ୍ବାମୀ, ଦିଅର ଦେଉଥିଲେ ଶାରୀରିକ ନିର୍ଯାତନା: ମହିଳା ନେଲେ ଏମିତି ପଦକ୍ଷେପ

ବେଙ୍ଗାଲୁରୁ,୨୬ା୯: ବେଙ୍ଗାଲୁରୁର ବୋମାନାହାଲ୍ଲିରୁ ତିନି ସପ୍ତାହ ତଳେ ରହସ୍ୟଜନକ ଭାବେ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ହଠାତ୍‌ ପୋଲିସ ନିକଟରେ ପହଞ୍ଚି ଯେଉଁ ବୟାନ ଦେଇଛନ୍ତି...

Advertisement
Archives

Model This Week