ଶୀତଦିନିଆ କିଚେନ ଗାର୍ଡେନ

କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ ମହିଳାମାନେ କରୁଛନ୍ତି କିଚେନ୍‌ ଗାର୍ଡେନ୍‌। ଆଉ ଶୀତଦିନ ହୋଇଥିବାରୁ ଏବେ ଅଧିକାଂଶ ମହିଳା ନିଜ ବାଡ଼ିରେ ହେଉ କି ଛାତ ଉପରେ ହେଉ ଫୁଲଗଛ ସହିତ ପନିପରିବା ଲଗାଇବାକୁ ବେଶି ପସନ୍ଦ କରୁଛନ୍ତି…

ଫୁଲ ହେଉ କି ଫଳ ନିଜେ ଚାଷ କରିବାରେ ଗୋଟେ ଭିନ୍ନ ଆନନ୍ଦ ରହିଛି। ତେଣୁ ସୁଯୋଗ ମିଳିବା ମାତ୍ରେ ଗୃହିଣୀମାନେ ବି ସଉକରେ କରନ୍ତି ଗାର୍ଡେନିଂ। କିଏ ଫୁଲ ଗଛଟିଏ ଲଗାଇ ଦିଏ ତ କିଏ ଫଳ ଗଛ ଲଗାଇ ଖୁସି ହୁଅନ୍ତି। ଏମିତିରେ ଘର ପାଖରେ ବଗିଚାଟିଏ ଦେଖିଲେ କାହାକୁ ବା ଖୁସି ନ ଲାଗେ! ସେଥିପାଇଁ ତ ଶୀତଦିନ ଆସିବା ମାତ୍ରେ ଅଧିକାଂଶ ଗୃହିଣୀ ଆରମ୍ଭ କରିଦିଅନ୍ତି ଗାର୍ଡେନିଂ। କିଏ ଛାତ ଉପରେ ତ କିଏ ଘର ପାଖରେ ଥିବା ଖାଲି ସ୍ଥାନରେ ଆରମ୍ଭ କରନ୍ତି ଗାର୍ଡେନିଂ। ଏମିତି କି ଅନେକେ ନିଜ ନିଜ ବାଲକୋନିରେ ବି ଗାର୍ଡେନିଂ କରି ଖୁସି ହୋଇ ପାରୁଛନ୍ତି।
ଗାର୍ଡେନିଂ କରିବାର ନିଆରା ଆକର୍ଷଣ ରହିଛି। କାରଣ ଏହି ଋତୁରେ ଅନେକ ପ୍ରକାରର ଋତୁକାଳୀନ ଫୁଲ, ଫଳ ଆଦି ଭଲ ହୋଇଥାଏ। ବିଶେଷକରି ସେବତୀ, ଗେଣ୍ଡୁ, ଗୋଲାପ ଆଦି ଅନେକ ପ୍ରକାରର ଫୁଲ କେବଳ ଏହି ଋତୁରେ ହିଁ ହୋଇଥାଏ। ସେହିପରି ଫୁଲକୋବି, କାକୁଡ଼ି, ବିନ୍ସ, ପାଳଙ୍ଗ ଆଦି ବିଭିନ୍ନ ପ୍ରକାରର ପରିବା ବି ଏହି ଋତୁରେ ବେଶ୍‌ ଭଲ ହୋଇଥାଏ। ତେଣୁ ଏହି ସମୟରେ ଅଧିକାଂଶ ଗାର୍ଡେନିଂ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।
ମନ ଖୁସି ହୁଏ: ଗୃହିଣୀମାନେ ସବୁବେଳେ ଘରେ ରହି ପରିବାର ଲୋକଙ୍କ ଦେଖାଶୁଣା କରିବା ଆଉ ରୋଷେଇ କରିବାରେ ଅନେକ ସମୟରେ ବୋର୍‌ ହୋଇଯାନ୍ତି। ସେଥିପାଇଁ ସମୟ ପାଇବା ମାତ୍ରେ କିଚେନ୍‌ ଗାର୍ଡେନ୍‌ କରିବାକୁ ପସନ୍ଦ କରିଥାନ୍ତି। ଆଉ ନିଜେ ଲଗାଇଥିବା ଫୁଲ ଫଳ ଗଛ ଦେଖି ବେଶ୍‌ ଖୁସି ହୋଇଯାନ୍ତି। ତେଣୁ ସୁବିଧା ସୁଯୋଗ ଥିଲେ ନିଜକୁ ଖୁସି ରଖିବା ପାଇଁ ଏଭଳି କିଚେନ୍‌ ଗାର୍ଡେନ୍‌ କରନ୍ତୁ।
ଖର୍ଚ୍ଚ କାଟର ଉପାୟ: ଘର ଆଗରେ ଖାଲି ଜାଗା ଥିଲେ ସେଥିରେ ବିଭିନ୍ନ ପ୍ରକାରର ପନିପରିବା ଗଛ ଲଗାଇଥାନ୍ତି ଗୃହିଣୀମାନେ। ଆଜିକାଲି ଅନେକ ଛାତ ଉପରେ କୁଣ୍ଡରେ ବି ଚାଷ କାମ କରୁଛନ୍ତି। ବେଳେବେଳେ ରୋଷେଇ ଘରର ଅଳିଆ ଆବର୍ଜନା ପକାଇବା ସ୍ଥାନରେ ଅନେକ ସମୟରେ ଆପେ ଆପେ ବିଭିନ୍ନ ପ୍ରକାରର ଗଛ ଉଠିଥାଏ, ବିଶେଷକରି କଖାରୁ, କଲରା, ଲଙ୍କା । ଆଉ ଗୃହିଣୀମାନେ ସେସବୁର ଟିକିଏ ଯତ୍ନ ନେବା ଫଳରେ ସେଥିରୁ ବି ଢେର୍‌ ପରିବା ମିଳିଥାଏ। ଏହି ମାଧ୍ୟମରେ ବେଳେବେଳେ ଘର ପାଇଁ ବିନା ଖର୍ଚ୍ଚରେ ପରିବା ମିଳିଯାଏ।
ଅବସାଦରୁ ମୁକ୍ତି: କିଚେନ୍‌ ଗାର୍ଡେନ୍‌ କରି ଅନେକେ ମଧ୍ୟ ଅବସାଦରୁ ମୁକ୍ତି ପାଇଥାନ୍ତି। କାରଣ ଏକୁଟିଆପଣରୁ ମୁକ୍ତି ପାଇବା ପାଇଁ ଗଛ ଲଗାଇବା ଏକ ସୁନ୍ଦର ଉପାୟ। ସେ ଫୁଲ ଗଛ ହେଉ କି ଫଳ ଗଛ, ଏହି ମାଧ୍ୟମରେ ଗୃହିଣୀମାନେ ନିଜକୁ ଖୁସି ରଖିପାରନ୍ତି ଓ ଅବସାଦରୁ ମୁକ୍ତି ପାଇଥାନ୍ତି।
ମନ ପସନ୍ଦ ଜିନିଷ: କିଚେନ୍‌ ଗାର୍ଡେନରେ ମହିଳାମାନେ ନିଜ ନିଜ ପସନ୍ଦର ପନିପରିବା ଓ ଫୁଲ ଗଛ ଲଗାଇଥାନ୍ତି। ତେଣୁ ନିଜ ପସନ୍ଦର ଜିନିଷକୁ ସବୁବେଳେ ପାଇପାରନ୍ତି। ଗେଣ୍ଡୁ ଫୁଲ ହେଉ କି କଞ୍ଚା ଲଙ୍କା ନିଜେ ଗଛ ଲଗାଇ ଅମଳ କରିବାରେ ଏକ ଭିନ୍ନ ମଜା ଅଛି। ତେଣୁ ଯାହାକୁ ଯେଉଁ ଜିନିଷ ପସନ୍ଦ ସେମାନେ ସେହି ପ୍ରକାରର ଗଛ ଲଗାଇଥାନ୍ତି।
ଉତ୍ତମ ସ୍ବାସ୍ଥ୍ୟ:ସବୁଠୁ ବଡ଼ କଥା ହେଉଛି କିଚେନ୍‌ ଗାର୍ଡେନରେ ଅର୍ଗାନିକ୍‌ ଉପାୟରେ ଚାଷ କରି ମହିଳାମାନେ ନିଜର ତଥା ପରିବାରର ସ୍ବାସ୍ଥ୍ୟକୁ ଠିକ୍‌ ରଖିବାର ସୁଯୋଗ ପାଆନ୍ତି। କାରଣ ବଜାରରେ ମିଳୁଥିବା ପନିପରିବାରେ ପ୍ରଚୁର ରାସାୟନିକ ସାର ପ୍ରୟୋଗ କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ। କିନ୍ତୁ ଗୃହିଣୀଙ୍କ କିଚେନ୍‌ ଗାର୍ଡେନରେ ଜୈବିକ ଉପାୟରେ ହେଉଥିବା ପନିପରିବା ଆଣି ସମସ୍ତଙ୍କ ସ୍ବାସ୍ଥ୍ୟକୁ ଠିକ୍‌ ରଖି ହେଉଛି।

 

ଏମାନେ କ’ଣ କହନ୍ତି
ଗଛ ଛାଡ଼ି ଯିବାକୁ ମନ ହୁଏନି: ମତେ ଫୁଲ ଗଛ ଲଗାଇବାକୁ ଭଲ ଲାଗେ। ଶୀତଦିନିଆ ବିଭିନ୍ନ ପ୍ରକାରର ଫୁଲ ଗଛ ଛାତ ଉପରେ କୁଣ୍ଡରେ ଲଗାଇଛି। ଏବେ ଗେଣ୍ଡୁ ଆଉ ସେବତୀ ଅଧିକ ଫୁଟୁଥିବାରୁ ସେହି ଗଛ ଅଧିକ ଲଗାଇଛି। ଗେଣ୍ଡୁ ଫୁଲ ତ ବହୁତ ଫୁଟିଲାଣି। ଏସବୁ ଫୁଲ ବହୁତ ଦିନ ଗଛରେ ରହିବା ପରେ ତାକୁ ନେଇ ମୁଁ ଠାକୁରଙ୍କୁ ଦିଏ। ତେବେ ଫୁଲ ଫୁଟିବା ପରେ ଗଛଗୁଡ଼ିକୁ ଦେଖିଲେ ଏତେ ସୁନ୍ଦର ଲାଗେ ଯେ ମୁଁ ବହୁତ ସମୟ ଏଇ ଛାତ ଉପରେ ହିଁ ରହିଥାଏ। -କାଦମ୍ବିନୀ ଦାସ,ଗୃହିଣୀ, ସମେଇଗାଡ଼ିଆ, ଭୁବନେଶ୍ୱର
ପରିବା ଖର୍ଚ୍ଚ ମେଣ୍ଟିଯାଏ: ଶୀତଦିନେ ମୁଁ ଫୁଲ ଫଳ ସବୁ ପ୍ରକାରର ଗଛ ଛାତ ଉପରେ ଲଗାଏ। କାହିଁକି ନା ଏହି ଦିନେ ଗେଣ୍ଡୁ ସେବତୀ ଭଳି ବିଭିନ୍ନ ପ୍ରକାରର ଫୁଲ ବହୁତ ଫୁଟେ ଆଉ ସୁନ୍ଦର ଦେଖାଯାଏ। ଖାଲି ଫୁଲ ନୁହେଁ ଛାତ ଉପରେ ମୁଁ ପରିବା ଚାଷ ବି କରିଛି। କଞ୍ଚା ଲଙ୍କା, କାକୁଡ଼ି, କଖାରୁ, ବାଇଗଣ ଆଦି ଅଳ୍ପ ଗଛ ଲଗାଇଛି, ଯେଉଁଥିରୁ ଆମ ପରିବାରର ଆବଶ୍ୟକତା ପ୍ରାୟତଃ ମେଣ୍ଟିଯାଏ। ବାହାରେ ଯେତେ ପରିବା ମିଳିଲେ ବି ବଗିଚା ପରିବା’ର ସ୍ବାଦ ନିଆରା ଲାଗେ। ଆଉ ନିଜ ହାତରେ ଲଗାଇଥିବା ଫୁଲ ଗଛରୁ ଫୁଲଟିଏ ଠାକୁରଙ୍କୁ ଦେଲେ ବହୁତ ଶାନ୍ତି ଲାଗେ।
-ଜୟନ୍ତି ମହାନ୍ତି, ଗୃହିଣୀ, ମାଣିଖମ୍ବ, ମୋତିଗଞ୍ଜ, ବାଲେଶ୍ୱର
ଦେଖିଲେ ଖୁସି ଲାଗୁଛି: ମୁଁ ରହୁଥିବା ଘର ପାଖରେ ବହୁତ ଖାଲି ଜାଗା ଅଛି। ତେଣୁ ସେଠି ମୁଁ ଅମୃତ ଭଣ୍ଡା, ସଜନା, କଦଳୀ, ଲେମ୍ବୁ ଆଉ ପିଜୁଳି ଗଛ ଲଗାଇଛି। ଏସବୁ ଗଛ ସବୁବେଳେ ଆମ ଆବଶ୍ୟକତା ପୂରଣ କରୁଛି। ଏହା ସହିତ ଛାତ ଉପରେ ବି ମୁଁ ବିଭିନ୍ନ ପ୍ରକାରର ଫୁଲ ଗଛ ଓ ପରିବା ଲଗାଇଛି। ଏଥିରୁ ଯାହା ବି ମିଳୁଛି ଦେଖିଲେ ଖୁସି ଲାଗୁଛି। ତା ଛଡ଼ା କରୋନା ପାଇଁ ବାହାରକୁ ଯାଉ ନ ଥିବାରୁ କିଚେନ୍‌ ଗାର୍ଡେନରେ ସମୟ ବିତୁଛି। ଆଉ ମୋ ବଗିଚାରେ ଫୁଲଟିଏ ଫୁଟିଲେ ମତେ ଲାଗେ ସତେ ଯେମିତି ମୋ ପିଲାଏ ହସୁଛନ୍ତି।
-ସରିତା ପ୍ରିୟଦର୍ଶିନୀ, ଗୃହିଣୀ, ପଥରଗାଡ଼ିଆ, ଶିଖରଚଣ୍ଡି ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?