Advertisement
Posted inଫୁରସତ

ଶୀତ ମହୌଷଧି ମହୁ

ଶୀତଦିନେ ନିଜ ଶରୀରର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ। କୁହାଯାଏ, ଥଣ୍ଡା ସମୟରେ ମହୁର ସେବନ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଭରି ରହିଛି ଆଇରନ୍‌, ପୋଟାସିୟମ୍‌, କାବ୍ରୋହାଇଡ୍ରେଟ୍‌ ପରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ଫଳରେ ଏହାର ସେବନଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ। ଯେମିତିକି: ଶରୀରକୁ ସୁସ୍ଥ, ନୀରୋଗ ଏବଂ ଫୂର୍ତ୍ତି ରଖିବାରେ ଏହା ବିଶେଷ ସାହାଯ୍ୟ କରିଥାଏ। ତେଣୁ ଆୟୁର୍ବେଦରେ ମହୁକୁ ଅମୃତ ସହ ତୁଳନା କରାଯାଇଥାଏ। ପାଚନକ୍ରିୟାକୁ ଠିକ୍‌ ରଖିବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବି ମହୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶୀତଦିନେ ଏହାକୁ ସେବନ କଲେ ଶରୀରରେ ଫୂର୍ତ୍ତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଶୀତ ଯୋଗୁ ଥଣ୍ଡା, କାଶ ହେଉଥିଲେ ମହୁ ଓ ଅଦା ରସ ଖାଇଲେ ଅନେକାଂଶରେ ମୁକ୍ତି ମିଳେ। ଏପରିକି ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଚାମଚ ମହୁ ଖାଇଲେ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ମହୁ ସହିତ କିଛି ଗୋଲମରିଚ ଗୁଣ୍ଡକୁ ମିଶାଇ ଖାଇଲେ ମଧ୍ୟ କାଶ ଶୀଘ୍ର ଭଲ ହୋଇଯାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଛଡ଼ା ଶୀତଦିନେ ଅନେକଙ୍କର ମୁହଁ, ଓଠ ଆଦି ଫାଟିଯାଏ; ଏ କ୍ଷେତ୍ରରେ ପ୍ରତିଦିନ ଦଶ ମିନିଟ୍‌ ଲେଖାଏଁ ଅଳ୍ପ ମହୁକୁ ନେଇ ମୁହଁ ଓ ଓଠରେ ମାଲିସ୍‌ କରି ପାଣିରେ ଧୋଇଦେଲେ ତ୍ୱଚାରେ ଚମକ୍‌ ଆସିବା ସହ ଫଟା ସମସ୍ୟା ମଧ୍ୟ ଭଲ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା...

ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ...

ଦୟାଳୁ ଚୋର: ବୃଦ୍ଧା ମହିଳାଙ୍କୁ ଗେଲକରି ଫେରାଇଲେ ଟଙ୍କା, ଭିଡିଓ ଭାଇରାଲ

ଚୋରର ପ୍ରବୃତି ଚୋରି କରିବା। ଏଥିପାଇଁ ସେମାନେ ମାରପିଟଠାରୁ ଆରମ୍ଭକରି ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ମାତ୍ର ସୋସିଆଲ ମିଡିଆରେ ଏମିତି ଏକ...

ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ କମିଯାଏ

ବର୍ଲିନ୍‌, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ...

ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର

ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍‌ରେ ଠିଆ...

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା...

ଏଠାଲେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ!

ଉତ୍ତର କୋରିଆର ଶାସକ କିମ-ଜଙ୍ଗ-ଉନଙ୍କ କ୍ରୁର ଶାସନରେ ଅତିଷ୍ଠ ହୋଇ ଅନେକ ଲୋକ ଶରଣ ନେବାକୁ ଦକ୍ଷିଣ କୋରିଆ ଚାଲି ଆସୁଛନ୍ତି। ଏମିତିକି ସେଠାକାର ଯୁବବର୍ଗ...

ଫହମିଦା ଅଜିମଙ୍କୁ ପୁଲିଜର ପୁରସ୍କାର

ବାଂଲାଦେଶରେ ଜନ୍ମିତ ଫହମିଦା ଅଜିମ୍‌ଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାନଜକ ପୁଲିଜର ପୁରସ୍କାର ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ମାଗାଜିନ୍‌ ଇନ୍‌ସାଇଡର ପାଇଁ କାର୍ଯ୍ୟରତ ଏହି ମହିଳା ଖବରଦାତାଙ୍କୁ...

Advertisement
Archives

Model This Week