ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ନୋଳା ବସାଇ ଦେଲେ

ଡେରାବିଶ,୧୩।୧୧ (ସ୍ବ.ପ୍ର.): ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସ୍ବାମୀ ବାପା ଛେଉଣ୍ଡ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ନୋଳା ବସାଇ ଦେଇଥିଲେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୁଳ ପଞ୍ଚାୟତସ୍ଥିତ ରାଧାମୋହନ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏ ନେଇ ଛାତ୍ର ଜଣକ ଥାନାରେ ପ୍ରଧାନ ଶିକ୍ଷକ ଓ ଏସ୍‌ଏମ୍‌ସି ସଭାପତିଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଅଷ୍ଟମ ଶ୍ରେଣୀ ଛାତ୍ର ଅଭୟ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ପ୍ରଭାକରଙ୍କ ୭ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ମା’ ଦୁଃଖକଷ୍ଟ କରି ତାଙ୍କର ପାଳନ ପୋଷଣ କରି ଆସୁଛନ୍ତି। ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ମା’ ବିଗତ ୩ ମାସ ହେବ ଏହି ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ। ହେଲେ ହଠାତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଦ୍ୟାଳୟ ପରିଚାଳନା କମିଟି ତାଙ୍କ ମା’ଙ୍କୁ କୌଣସି ପାରଶ୍ରମିକ ନ ଦେଇ ଆଉ କାମକୁ ନ ଆସିବା ପାଇଁ କହିଥିଲେ। ଏଥିରେ ତାଙ୍କ ମା’ ବିରୋଧ କରିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ନାଥ ଓ କମିଟି ସଭାପତିଙ୍କ ସ୍ବାମୀ କୃତ୍ତିବାସ ପଣ୍ଡା ତାଙ୍କ ମା’ଙ୍କୁ ଖରାପ ବ୍ୟବହାର କରୁଥିଲେ। ହେଲେ ତାଙ୍କ ମା’ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଗୁରୁବାର ବିନା କାରଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାଥ ଓ କମିଟି ସଭାପତିଙ୍କ ସ୍ବାମୀ ପଣ୍ଡା ମିଳିତ ଭାବେ ଅଭୟଙ୍କୁ ବାଡିରେ ମାଡ ମାରିଥିଲେ। ଫଳରେ ଅଭୟଙ୍କ ପିଠି ଓ ହାତରେ ନୋଳା ବସି ଯାଇଥିଲା। ଏଥିପାଇଁ ସେ ଭୀଷଣ କଷ୍ଟ ପାଉଥିବା କହିଛନ୍ତି। ତେବେ ତାଙ୍କ ପୁଅକୁ କାହିଁକି ମାଡ ମରାଯାଇଛି ବୋଲି ପଚାରିବା ପାଇଁ ମା’ ବିଦ୍ୟାଳୟକୁ ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁ ସେ ଫେରି ଆସିଥିଲେ। ହେଲେ ଶନିବାର ତାଙ୍କ ମା’ଙ୍କୁ ପୁଣି ଥରେ ପ୍ରଧାନ ଶିକ୍ଷକ ଓ କମିଟି ସଭାପତିଙ୍କ ସ୍ବାମୀ ବିଦ୍ୟାଳୟକୁ ଡକାଇ ଦୁର୍ବ୍ୟବହାର ପ୍ରଦର୍ଶନ କରି କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ନାଥଙ୍କୁ ପଚାରିବାରେ ଗୁରୁବାର ସେ ଷଷ୍ଠ ଶ୍ରେଣୀର କ୍ଲାସ ନେଉଥିବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ ହେଉଥିବା ସୂଚନା ପାଇଁ ବାହାରକୁ ଆସିଥିଲି। ଉଭୟ ଛାତ୍ରଙ୍କୁ ଦୁଇ ପାହାର ପକାଇବା ପରେ ବୁଝାଇ ସେଠାରୁ ଶ୍ରେଣୀ ଗୃହକୁ ପଠାଇଥିଲି। ମାଡ ମାରିବା ଭୁଲ ଥିଲେ ମଧ୍ୟ ଉଭୟ ଛାତ୍ରଙ୍କ ହିତ ପାଇଁ ଏଭଳି କରିଛିି। ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥିଲା। ଛାତ୍ରଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହି ଘଟଣାକୁ ନେଇ ତାଙ୍କୁ ଜାଣିଶୁଣି ବିବାଦରେ ଫସା ଯାଉଥିବା ନେଇ ସେ କହିଛନ୍ତି। ଏ ସମ୍ପର୍କରେ ଏସ୍‌ଏମ୍‌ସି ସଭାପତିଙ୍କ ସ୍ବାମୀ କୃତ୍ତିବାସ ପଣ୍ଡାଙ୍କୁ ପଚାରିବାରେ ଏଭଳି ଅଭିଯୋଗ କପୋଳ କଳ୍ପିତ। ଛାତ୍ର ଜଣଙ୍କୁ ବାଡେଇବାରେ ମୋର ହାତ ନାହିଁ ବି ତାଙ୍କ ମା’ଙ୍କୁ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରିନାହିଁ। ମୋତେ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି। ଏ ନେଇ ଥାନାରେ ନଂ. ୪୭୪/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri