ଓ୍ବିଣ୍ଟର କ୍ୟାପ୍‌ ଫ୍ୟାଶନ୍‌

ଶୀତଦିନେ ନିଜକୁ ନୂଆ ଲୁକ୍‌ ଦେବା ପାଇଁ ଅଧିକାଂଶ କିଛି ନା କିଛି ନୂଆ ଗେଟ୍‌ଅପ୍‌ ଆପଣାନ୍ତି। ତେବେ ଏଦିନେ ସାଲ୍‌ ହେଉ କି ସ୍ବେଟର୍‌ କିମ୍ବା ଷ୍ଟୋଲ୍‌ ହେଉ କି ଗ୍ଲୋବ୍‌ସ- ସବୁଥିରେ ଆପଣ ଷ୍ଟାଇଲିସ୍‌ ଲାଗିପାରିବେ। ହେଲେ ଏସବୁକୁ ଆହୁରି ଫ୍ୟାଶନେବଲ୍‌ ତଥା ଆଇକ୍ୟାଚି କରିବା ଲାଗି ଏବେ ଡିଫରେଣ୍ଟ କ୍ୟାପ୍‌ ପାଲଟିଛି ଅନେକଙ୍କ ପ୍ରଥମ ପସନ୍ଦ…

କ୍ୟୁଟ୍‌ ବିନିଜ୍‌ କ୍ୟାପ୍‌- ଏହି ପ୍ରକାରର କ୍ୟାପରେ ଆପଣ ଅନ୍ୟମାନଙ୍କଠାରୁ ୟୁନିକ୍‌ ଲାଗିବେ। ଅଧିକ ଶୀତ ହେଉଥିବା ସମୟରେ ଏହାକୁ ପିନ୍ଧିଲେ ଏହା ଆରାମ ଦେବା ସହ ଡିଫରେଣ୍ଟ ଲୁକ୍‌ ମଧ୍ୟ ଦେବ। ପ୍ରାୟତଃ ଏହି କ୍ୟାପ୍‌ଗୁଡ଼ିକ ଉପରେ ଗୋଟିଏ ପ୍ରକାରର ଡିଜାଇନ୍‌ ଥିବାରୁ ଏହା ସବୁଠୁ ଆଟ୍ରାକ୍‌ଟିଭ୍‌ ଲାଗେ।
ମଙ୍କି କ୍ୟାପ୍‌- ନାଁ ରୁ ହୁଏତ ଆପଣମାନେ ଭାବୁଥିବେ ଏହା ଦେଖିବାକୁ ମାଙ୍କଡ଼ ଭଳି। ମାତ୍ର ଏହା ଆଦୌ ସେମିତି ନୁହେଁ ବରଂ ଏହା ଶୀତଦିନେ ଶରୀର ପାଇଁ ବେଶୀ ପ୍ରୋଟେକ୍ଟିଭ୍‌। ଏହି ପ୍ରକାରର କ୍ୟାପ୍‌ ଆଖିକୁ ଛାଡ଼ି ମୁହଁର ଅନ୍ୟସବୁ ଭାଗକୁ କଭର୍‌ କରିଥାଏ। ଉଲେନ୍‌ରେ ତିଆରି ହୋଇଥିବାରୁ ଏହା ହାତକୁ ବହୁତ ସଫ୍ଟ ଲାଗେ ଓ ମାସ୍କ ପିନ୍ଧିଥିବା ଭଳି ମଧ୍ୟ ଜଣାପଡ଼େ।
ବର୍‌ଗ୍ଲାର୍‌ କ୍ୟାପ୍‌- ଏହି କ୍ୟାପ୍‌ ପିନ୍ଧିଲେ ଆପଣ ସିମ୍ପଲ୍‌ ଏବଂ ଷ୍ଟାଇଲିସ୍‌ ଲାଗିବେ। ମାର୍କେଟରେ ଏହା ପ୍ରାୟ ବ୍ଲାକ୍‌ କଲର୍‌ରେ ମିଳୁଥିବାରୁ ଏହା ସହ ମ୍ୟାଚିଂ କରି ଜ୍ୟାକେଟ୍‌ ଏବଂ ଗ୍ଲାସ ପିନ୍ଧିଲେ ଏହା ଆପଣଙ୍କୁ ଆକର୍ଷଣୀୟ କରାଇବ।
ଷ୍ଟକିଙ୍ଗ୍‌ କ୍ୟାପ୍‌- ଏହି ପ୍ରକାରର କ୍ୟାପ୍‌ ଯୁବତୀମାନଙ୍କୁ ବେଶି ମାନିଥାଏ। ଏହା ଏପରି ଭାବେ ତିଆରି ହୋଇଛି, ଯାହାକୁ ପିନ୍ଧିବା ଦ୍ୱାରା ଉଭୟ ମୁଣ୍ଡ ଏବଂ କେଶ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ। ଏହାକୁ ପିନ୍ଧି ସାଙ୍ଗମାନଙ୍କ ସହ ଯେକୌଣସି ଜାଗାକୁ ବୁଲିବାକୁ ଯାଇପାରିବେ।
ଚଙ୍କି କ୍ରଚେଟ୍‌ କ୍ୟାପ୍‌- ଏହା ଦେଖିବାକୁ ବହୁତ ସୁନ୍ଦର ଓ ହାଲୁକା ।
ଏହାର ବିଭିନ୍ନ କଲର୍‌ ବଜାରରେ ମିଳୁଥିବାରୁ ଆପଣ ନିଜ ଚଏସ୍‌ ଅନୁସାରେ ଏହାକୁ କିଣିପାରିବେ। ମାର୍କେଟରେ ଏହାର ଚାହିଦା ମଧ୍ୟ ବେଶ ଭଲ ରହିଛି। ଏହାକୁ ଡ୍ରେସ୍‌ କିମ୍ବା ଶାଢି ଉଭୟ ଗେଟ୍‌ଅପ୍‌ରେ ପିନ୍ଧିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri