Posted inଜାତୀୟ

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ ବିଶେଷ ରଣନୀତି ଉପରେ କାମ କରୁଥିବା ଜଣାପଡ଼ିଛି। ଏଥିପାଇଁ ସରକାର ଦୁଇଟି ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି , ସେଗୁଡିକ ହେଉଛି ମନ୍ତ୍ରୀମାନଙ୍କ ଡିଜିଟାଲ କମ୍ୟୁନିକେସନକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱବିଦ୍ୟାଳୟ ଓ ସ୍କୁଲ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ସହ ସିଧାସଳଖ ଯୋଗାଯୋଗ ବଢ଼ାଇବା।

ଏହି ରଣନୀତିର ଅଂଶ ଭାବେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସୋସିଆଲ ମିଡିଆ ପ୍ରଦର୍ଶନର ବିସ୍ତୃତ ରିପୋର୍ଟ କାର୍ଡ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ରିପୋର୍ଟରେ ମେ’ ୧ରୁ ଅଗଷ୍ଟ ୧୫ ମଧ୍ୟରେ ମନ୍ତ୍ରୀମାନଙ୍କ ସୋସିଆଲ ମିଡିଆ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରାଯାଇଥିଲା। ଏହି ସମୟରେ NEETକୁ ନେଇ ବିରୋଧ ପ୍ରଦର୍ଶନ ସହ ଯୁବପିଢ଼ିଙ୍କ ସୋସିଆଲ ମିଡିଆ ସକ୍ରିୟତା ମଧ୍ୟ ବଢ଼ିଥିଲା। ସୂଚନା ଅନୁସାରେ, LinkedIn, Instagram, X ଓ Facebook ଭଳି ପ୍ଲାଟଫର୍ମରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ବିଭିନ୍ନ ମାପଦଣ୍ଡରେ ପରଖାଯାଇଥିଲା। ଏଥିରେ ଦୈନିକ ହାରାହାରି ପୋଷ୍ଟ, ମୋଟ ଏନଗେଜ୍‌ମେଣ୍ଟ, ପ୍ରତି ପୋଷ୍ଟରେ ହାରାହାରି ଏନଗେଜ୍‌ମେଣ୍ଟ, ମୋଟ ଓ ହାରାହାରି ଲାଇକ, ଫଲୋଅର୍ସ ସଂଖ୍ୟା ଏବଂ ମୋଟ ଇଣ୍ଟରାକ୍ସନକୁ ଆଧାର କରାଯାଇଥିଲା।

କେବଳ ଫଲୋଅର୍ସ ସଂଖ୍ୟା ନୁହେଁ, ମନ୍ତ୍ରୀମାନଙ୍କ ଡିଜିଟାଲ ପହଞ୍ଚ କେତେ ପ୍ରଭାବଶାଳୀ, ତାହା ଜାଣିବା ଏହି ମୂଲ୍ୟାଙ୍କନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଭରଅଲ ରାଙ୍କିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ରହିଥିବା ସୂଚନା ମିଳିଛି। ଭଲ ପ୍ରଦର୍ଶନ କରିଥିବା କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ମଧ୍ୟରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀ, ଶିବରାଜ ସିଂହ ଚୌହାନ, ପୀୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ ଏବଂ ସିଆର ପାଟିଲଙ୍କ ନାମ ରହିଛି। ଅନ୍ୟପଟେ NDAର କିଛି ସହଯୋଗୀ ଦଳର ମନ୍ତ୍ରୀମାନଙ୍କୁ ନିଜ ଡିଜିଟାଲ ଏନ୍ଗେଜମେଣ୍ଟ ଆହୁରି ମଜବୁତ କରିବାର ଆବଶ୍ୟକତା ଥିବା କୁହାଯାଇଛି।

ସରକାରଙ୍କ ଏହି ପ୍ରୟାସ କେବଳ ସୋସିଆଲ ମିଡିଆରେ ସୀମିତ ରହିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ନିଜ ନିଜ ଜିଲାର ସରକାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ସିଧାସଳଖ ଆଲୋଚନା କରିବାକୁ କହିଥିବା ଜଣାପଡ଼ିଛି।
କିଛି ରାଜ୍ୟରେ ଜେନ ଆଲ୍ଫା ପିଢ଼ିର ଛାତ୍ରୀଛାତ୍ରମାନେ ଅପର୍ଯ୍ୟାପ୍ତ ଭିତ୍ତିଭୂମି ଓ ସୁବିଧାକୁ ନେଇ ପ୍ରତିବାଦ କରୁଥିବା ଖବର ମଧ୍ୟରେ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମନ୍ତ୍ରୀମାନଙ୍କୁ ଅନଲାଇନରେ ଅର୍ଥପୂର୍ଣ୍ଣ ଏନ୍ଗେଜମେଣ୍ଟ ବଢ଼ାଇବା ସହ ଲୋକଙ୍କ ସମସ୍ୟା ଓ ଚିନ୍ତା ଉପରେ ଅଧିକ ସକ୍ରିୟ ଭାବେ ପ୍ରତିକ୍ରିୟା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବା ସୂଚନା ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?