କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ ଉତ୍ତର କୋରିଆ ନିର୍ଭରଶୀଳ ଥିଲା। ତେଣୁ ବର୍ତ୍ତମାନ ଉତ୍ତର କୋରିଆ ରୁଷିଆର ଘରୋଇ ସେନା ଓ୍ବାଗନର ଗ୍ରୁପ୍‌ ସମେତ ସରକାରୀ ସାମରିକ ବଳକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଋଣ ଶୁଝୁଛି ବୋଲି ଆମେରିକା କହିଛି। ଦୁଇଦେଶ ମଧ୍ୟରେ ଆଗକୁ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର କାରବାର ହେବା ଅନୁଚିତ ବୋଲି ଓ୍ବାଶିଂଟନ୍‌ ଚେତାବନୀ ଦେଇଥିବାବେଳେ ଉତ୍ତର କୋରିଆର ୩୯ ବର୍ଷୀୟ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ବୁଧବାର ୭୦ ବର୍ଷୀୟ ରୁଷୀୟ ଷ୍ଟଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହା ହେଉଛି ଉଭୟଙ୍କ ପ୍ରଥମ ସାକ୍ଷାତ।

ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ରୁଷିଆର ନୂଆ ସ୍ପେସ୍‌ ଲଞ୍ଚ୍‌ ଷ୍ଟେଶନ୍‌ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟି ୟୁକ୍ରେନ୍‌ ବିରୋଧରେ ୧୮ ମାସ ଧରି ଚାଲିଥିବା ଯୁଦ୍ଧକୁ ସମର୍ଥନ କରିଛନ୍ତି। ବିଶ୍ଳେଷକଙ୍କ ମତରେ ଉତ୍ତର କୋରିଆ ନିକଟରେ ଅନେକ ଲକ୍ଷ ପୁରୁଣା ଅସ୍ତ୍ରଶସ୍ତ୍ର ଓ ରକେଟ୍‌ ଥାଇପାରେ। ରୁଷିଆ ସେହି ଯୁଦ୍ଧାସ୍ତ୍ରଗୁଡ଼ିକୁ ନେଇ ୟୁକ୍ରେନ୍‌ ବିରୋଧରେ ପ୍ରୟୋଗ କରିପାରେ। ଏହା ବଦଳରେ ରୁଷିଆ ଉତ୍ତର କୋରିଆକୁ ସ୍ପାଏ ସାଟେଲାଇଟ୍‌ ନିର୍ମାଣରେ ସହଯୋଗ କରିପାରେ। ତେଣୁ ଭୂରାଜନୈତିକ ଉଠାପକା ମଧ୍ୟରେ ଦୁଇ ଏକଚ୍ଛତ୍ରବାଦୀ ଶାସକଙ୍କ ସାକ୍ଷାତ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ଚୁକ୍ତି ନ କରିବାକୁ ଆମେରିକା ପକ୍ଷରୁ ଦିଆଯାଇଥିବା ଚେତବାନୀକୁ ଭ୍ରୂକ୍ଷେପ ନ କରି କିମ୍‌ ପ୍ୟୋଙ୍ଗ୍‌ୟାଙ୍ଗ୍‌ରୁ ରବିବାର ଏକ ଘରୋଇ ଟ୍ରେନ୍‌ରେ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। କିମ୍‌ ଟ୍ରେନ୍‌ରେ ରୁଷିଆର ବନାଞ୍ଚଳ ଅତିକ୍ରମ କରୁଥିବାବେଳେ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ ନିକଟରୁ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଉଦ୍‌କ୍ଷେପଣ କରିଥିଲା। ଏହା ହେଉଛି କିମ୍‌ଙ୍କ ଅନୁପସ୍ଥିତିରେ ଉତ୍ତର କୋରିଆର ପ୍ରଥମ ମିଶାଇଲ୍‌ ଲଞ୍ଚ୍‌। ଦେଶର ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ ବ୍ୟବସ୍ଥା କେତେ ବିକଶିତ ହୋଇଛି ତାହା ଏଥିରୁ ସ୍ପଷ୍ଟ ହେଉଥିବା କୁହାଯାଉଛି। ରୁଷିଆର ଦୂର ପ୍ରାଚ୍ୟରେ ଥିବା ଭୋଷ୍ଟୋଚ୍‌ନି କସ୍‌ମୋଡ୍ରୋମ୍‌ର ସ୍ପେସ୍‌ ବେସ୍‌ରେ ପୁଟିନ୍‌ ଓ କିମ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହି ଅବସରରେ କିମ୍‌ ‘ସାମ୍ରାଜ୍ୟବାଦ ବିରୋଧୀ’ ଅଭିଯାନକୁ ମସ୍କୋ ସମ୍ପୂର୍ଣ୍ଣ ଓ ନିଃସର୍ତ୍ତ ସମର୍ଥନ ଘୋଷଣା କରିଥିଲେ। ଉକ୍ତ ସମିଟ୍‌ରେ ଦୁଇ ନେତାଙ୍କ ମଧ୍ୟରେ ୪-୫ ଘଣ୍ଟା ଆଲୋଚନା ହୋଇଥିଲା। ରୁଷିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଞ୍ଚ ସେଣ୍ଟର କସ୍‌ମୋଡ୍ରୋମ୍‌ରେ ପୁଟିନ୍‌ଙ୍କୁ କିମ୍‌ ଭେଟିବା ପଛର ଉଦ୍ଦେଶ୍ୟ ହେଉଛି, ପ୍ୟୋଙ୍ଗ୍‌ୟାଙ୍ଗ୍‌ ସାମରିକ କାର୍ଯ୍ୟକଳାପ ପାଇଁ ବିକଶିତ କରିବାକୁ ଚାହୁଁଥିବା ସାଟେଲାଇଟ୍‌ ସକାଶେ ରୁଷୀୟ ସହାୟତା ହାସଲ କରିବା। ଏହାଦ୍ୱାରା ଉତ୍ତର କୋରିଆ ଅଧିକ ଆଣବିକ କ୍ଷମତାସମ୍ପନ୍ନ ଏବଂ ଗୁପ୍ତଚର ମିଶାଇଲ୍‌ ତିଆରି କରିପାରିବ। ପୁଟିନ୍‌ ମଧ୍ୟ ଏଥିପାଇଁ ସହାୟତା ଦେବା ନେଇ ସ୍ପଷ୍ଟ କରିଛନ୍ତି।

ଏହି ଅବସରରେ ପୁଟିନ୍‌ ଓ କିମ୍‌ ପରସ୍ପରକୁ ‘କମ୍ବ୍ରେଡ୍‌’ ବୋଲି ସମ୍ବୋଧନ କରିଥିଲେ। ଆଲୋଚନା ବେଳେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଉପସ୍ଥିତ ଥିଲେ। କିମ୍‌ ଆସନ୍ତା ଅକ୍ଟୋବରରେ ସ୍ପାଏ ସାଟେଲାଇଟ୍‌ ଲଞ୍ଚ୍‌ ପାଇଁ ତୃତୀୟ ଉଦ୍ୟମ କରିବେ ବୋଲି ଏହା ପୂର୍ବରୁ ଘୋଷଣା କରିସାରିଛନ୍ତି। ସେ କ୍ଷମତାସୀନ ହେବା ପରଠୁ ୧୨ ବର୍ଷ ମଧ୍ୟରେ ମାତ୍ର ୭ ଥର ବିଦେଶ ଯାଇଛନ୍ତି, ଯହିଁରୁ ୪ ଥର ହେଉଛି ଚାଇନା ଗସ୍ତ। ପ୍ରକାଶ ଯେ, ଉତ୍ତର କୋରିଆ ବିପକ୍ଷରେ ଆମେରିକା ସମେତ ପାଶ୍ଚାତ୍ୟର କଟକଣାକୁ ଚାଇନା ଓ ରୁଷିଆ ବିରେଧ କରିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?