କୋମାରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ ସରକାରଙ୍କ ଆକଳନରୁ ଜଣାପଡ଼ିଛି। ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ କୃଷିକ୍ଷେତ୍ର ସମେତ ଘରଦ୍ୱାର, ବିଦ୍ୟୁତ୍‌ ଭିତ୍ତିଭୂମି ଛାରଖାର ହୋଇଯାଉଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗି ଯାଉଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବ ୨ ବର୍ଷ ପରେ ମଧ୍ୟ କୋମା ଅବସ୍ଥାରେ ପଡ଼ିଛି। ଏଥିପାଇଁ କେନ୍ଦ୍ରରୁ ସହାୟତା ମିଳିନାହିଁ।
ରାଜ୍ୟ ସରକାର ୨୦୨୦ ଜୁନ୍‌ ୨୨ରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ୧୧,୧୧୪ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ଏଥିପାଇଁ ଟଙ୍କାଟିଏ ଦେଇ ନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ କୌଣସି କାମ ଆରମ୍ଭ କରି ନାହାନ୍ତି।
୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର ୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡ଼ିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡ୍‌ହୁଡ୍‌ ଦକ୍ଷିଣ ଓଡ଼ିଶାକୁ ଧକ୍କା ଦେଇଥିଲା। ଏଥିଯୋଗୁ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଦକ୍ଷିଣ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ଟି ଜିଲାର ୧୨୮ଟି ବ୍ଲକର ୮,୧୨୫ଟି ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଏହି ବାତ୍ୟା ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ଅଦିନିଆ ସାମୁଦ୍ରିକ ଝଡ଼ ‘ଫନୀ’ ୨୦୧୯ ମେ’ ୩ରେ ରାଜ୍ୟର ୧୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରି ଦେଇଥିଲା। ଏଥିରେ ପ୍ରାୟ ୧୨ ହଜାର କୋଟି ଟଙ୍କା କ୍ଷୟକ୍ଷତି ହୋଇଥିଲା। ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଥିଲା। ଫନୀ ଯୋଗୁ ୩୪ କି.ମି. ୩୩ କେ.ଭି, ୪୫୩କି.ମି. ୧୧ କେ.ଭି. ଲାଇନ, ୬୮୦ କି.ମି. ଏଲ୍‌ଟି ଲାଇନ ଏବଂ ୨୪୩୯ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା।
ଫନୀକୁ ବର୍ଷେ ପୂରିବା ପରେ ୨୦୨୦ ମେ’ ୨୦ରେ ସାମୁଦ୍ରିକ ଝଡ଼ ‘ଅମ୍ଫନ’ ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ସବୁ ଜିଲାର ୯୨ଟି ବ୍ଲକ, ୧୫୫୮ଟି ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ଟି ପାୈରାଞ୍ଚଳର ୨୭୨ଟି ୱାର୍ଡର ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଥିଲେ। ଏଥିଯୋଗୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ଏହା ପରେ ‘ୟାସ୍‌’ ଓ ‘ଗୁଲାବ’ ଭଳି ବାତ୍ୟା ମଧ୍ୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ପ୍ରଭୂତ କ୍ଷତି ପହଞ୍ଚାଇଛିି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ର ସରକାରଙ୍କୁ ଇତିମଧ୍ୟରେ ୪ ଥର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏ ଦିଗରେ କେନ୍ଦ୍ର ନିକଟରୁ କୌଣସି ସବୁଜ ସଙ୍କେତ ମିଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?