Posted inଖେଳ

ଓ୍ବିମ୍ବେଲଡନ ଟେନିସ ଆରମ୍ଭ: ଜୋକୋଭିଚଙ୍କ ବିଜୟ ଅଭିଯାନ, ସିତିସ୍‌ପାସଙ୍କ ବିପର୍ଯ୍ୟୟ

ଲଣ୍ଡନ,୨୯।୬: ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ ଜୋକୋଭିଚ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗତଥର ଚାମ୍ପିୟନ ଜୋକୋଭିଚ୍‌ ସୋମବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡ ମୁକାବିଲାରେ ବ୍ରିଟେନର ୨୫୩ତମ ର଼୍ୟାଙ୍କର ଖେଳାଳି ଜ୍ୟାକ ଡ୍ରାପେରଙ୍କୁ ୪-୬, ୬-୧, ୬-୨, ୬-୨ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ଙ୍କୁ ଅବଶ୍ୟ ସଂଘର୍ଷ କରବାକୁ ପଡିଥିଲା। ଏଥର ସଫଳ ହେଲେ ସେ ଷଷ୍ଠ ଓ୍ବିମ୍ବେଲଡନ ଟାଇଟଲ ସହ ୨୦ତମ ଗ୍ରାଣ୍ଡସ୍ଲାମ ଜିତିବେ। ଏହି କ୍ରମରେ ସେ ଇତିହାସର ତୃତୀୟ ଖେଳାଳିଭାବେ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ କମ୍ପ୍ଲିଟ୍‌ କରିବା ପଥରେ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଜୋକୋଭିଚ୍‌ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ କିମ୍ବା ଚିଲିର ମାର୍ସେଲୋ ଟୋମାସ ବାରିଓସ ଭେରାଙ୍କୁ ଭେଟିବେ। ସେହିପରି ତୃତୀୟ ସିଡ୍‌ ଖେଳାଳି ତଥା ପ୍ରେଞ୍ଚ୍‌ ଓପନ୍‌ ରନର୍ସଅପ୍‌ ଗ୍ରୀସ୍‌ର ଷ୍ଟିଫାନୋସ ସିତିସ୍‌ପାସ ପ୍ରଥମ ରାଉଣ୍ଡରେ ଆମେରିକାର ଅଣସିଡ୍‌ ଖେଳାଳି ଫ୍ରାନସେସ୍‌ ଟିଆଫୋଙ୍କଠାରୁ ୪-୬, ୪-୬, ୩-୬ ସେଟ୍‌ରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶିକ୍ଷକ ଦୀପ୍ତିରଞ୍ଜନଙ୍କୁ ୧୦ ଡାନ ରେଡ୍‌ ବେଲ୍ଟ

ଭୁବନେଶ୍ୱର,୨୯।୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ର କୁମ୍ଫୋ କରାଟେରେ ସମ୍ମାନଜନକ ୧୦ ଡାନ ରେଡ୍‌ ବେଲ୍ଟ ପାଇଛନ୍ତି। ଆତ୍ମରକ୍ଷା କୌଶଳ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା...

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ...

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ...

କୋଭିଡ୍‌-୧୯: ଏଆଇଏଫ୍‌ଏଫ୍‌କୁ ଏଏଫ୍‌ସିର ପ୍ରଶଂସା

ନୂଆଦିଲ୍ଲୀ,୧୪। ୪ (ପି.ଟି.)- ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଅଲଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଭୂୟସୀ ପ୍ରଶଂସା କରିଛି। କୋଭିଡ୍‌-୧୯ ମୁକାବିଲାରେ ଏଆଇଏଫ୍‌ଏଫ୍‌ ସମେତ ଭାରତୀୟ...

ଚେନ୍ନାଇ ବିପକ୍ଷରେ ଟସ୍‌ ଜିତିଲା ଗୁଜରାଟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ ଭେଟୁଛି। ଗୁଜରାଟ୍‌ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ...

ଅଲିମ୍ପିକ ଚାମ୍ପିୟନ ଜ୍ୟାକ୍ସଙ୍କ ପରଲୋକ

ପ୍ୟାରିସ, ୫।୧୧ (ଏଏଫ୍‌ପି)- ଫ୍ରେଞ୍ଚ୍‌ ସାଇକ୍ଲିଷ୍ଟ ତଥା ୧୯୪୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟାକ୍ସ ଡୁପୋଣ୍ଟଙ୍କ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ...

୧୪ରେ ମୁମ୍ବାଇ ଫେରିବ ଟିମ୍‌ ଇଣ୍ଡିଆ

ଲଣ୍ଡନ,୧୨।୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଆସନ୍ତା ରବିବାର ସ୍ବଦେଶ ଫେରିବେ। ଦୁଇ ଦିନ ଧରି ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ...

ଏମିତି ଭିଡିଓ ଛାଡିଲେ ଯୁବରାଜ: ଦେଖିଲେ ରୋକି ହେବନି ହସ

ନୂଆଦିଲ୍ଲୀ,୩୦।୧:ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିକଟରେ ବାପା ହୋଇଛନ୍ତି। ଜାନୁଆରୀ ୨୫ରେ, ତାଙ୍କ ସ୍ତ୍ରୀ ହେଜେଲ କିଚ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।...

Advertisement
Archives

Model This Week