Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀ ଖେଳିବେ ନା ନାହିଁ: ସ୍ପଷ୍ଟ କଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୧।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଗୁରୁବାର ଅକ୍ଟୋବର ୨୨ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର। ବୈଭବଙ୍କୁ ଦଳରେ ସୁଯୋଗ ପାଇବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଓପନିଂରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରୁଥିବାରୁ ଏବେ ବୈଭବଙ୍କ ପାଇଁ ଦଳରେ ସ୍ଥାନ ଖାଲି ନାହିଁ ବୋଲି ଆୟର କହିଛନ୍ତି।
ପ୍ରଥମ ମ୍ୟାଚ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରେୟସ ଆୟର କହିଛନ୍ତି,ବୈଭବ ନିଶ୍ଚିତ ଭାବେ ଜଣେ ପ୍ରତିଭାବାନ ଖେଳାଳି। କିନ୍ତୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଲଗାତାର ଭଲ ଖେଳୁଥିବାରୁ ଏବେ ତାଙ୍କୁ ସୁଯୋଗ ଦେବା କଷ୍ଟକର।

ୱେଷ୍ଟଇଣ୍ଡିଜ ବିପକ୍ଷ ନିକଟରେ ଶେଷ ହୋଇଥିବା ପାଞ୍ଚଟି ମ୍ୟାଚ୍‌ର ସିରିଜ୍‌ରେ ସଞ୍ଜୁ ସାମସନ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଭିଷେକ ଶର୍ମା ମଧ୍ୟ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ। ଏଭଳି ସ୍ଥିତିରେ ଦଳର ଓପନିଂ ଯୋଡ଼ିକୁ ପରିବର୍ତ୍ତନ କରିବା ପାଇଁ ଟିମ ମ୍ୟାନେଜମେଣ୍ଟ ତରବର ହେବାକୁ ଚାହୁଁନାହିଁ।
ଶ୍ରେୟସ ଆୟର କହିଛନ୍ତି, ବୈଭବଙ୍କ ବୟସ ଏବେ ବହୁତ କମ। ତାଙ୍କ ପାଖରେ ନିଜକୁ ପ୍ରମାଣିତ କରିବା ଓ ସୁଯୋଗ ପାଇବା ପାଇଁ ଆଗକୁ ଆହୁରି ଅନେକ ବର୍ଷ ରହିଛି। ଦଳର ଓପନରମାନେ ଲଗାତାର ଭଲ ପ୍ରଦର୍ଶନ କରୁଥିବା ବେଳେ ତୁରନ୍ତ ବୈଭବଙ୍କୁ ଦଳରେ ସାମିଲ କରିବା ସମ୍ଭବ ନୁହେଁ। ବୈଭବଙ୍କୁ ଏବେ ଖେଳିବାକୁ ସୁଯୋଗ ମିଳୁନଥିଲେ ମଧ୍ୟ ଦଳର ଅନ୍ୟ ଖେଳାଳିଙ୍କ ଦାୟିତ୍ୱ ହେଉଛି ତାଙ୍କୁ ଉତ୍ସାହିତ ରଖିବା, ଯାହାଦ୍ୱାରା ତାଙ୍କ ମନୋବଳ ଦୃଢ଼ ରହିବ। ତାଙ୍କୁ ଭାରତୀୟ ଦଳ ସହ ରହିବାରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିବ। ମାତ୍ର ୧୫ ବର୍ଷ ବୟସରେ ସେ ଭାରତୀୟ ଦଳ ସହ ବିଦେଶ ଗସ୍ତ କରୁଛନ୍ତି। ଆଗାମୀ ଦିନରେ ସେ ପୁଣି ଏଠାକୁ ଆସିଲେ ପିଚ୍‌ର ପରିସ୍ଥିତି ଓ ଖେଳର ଆବଶ୍ୟକତା ସମ୍ପର୍କରେ ପୂର୍ବରୁ ଧାରଣା ପାଇପାରିବେ।
ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟ ହେଉଛି, ସେ ଏପର୍ଯ୍ୟନ୍ତ ୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ଏହି ସମସ୍ତ ମ୍ୟାଚ ସେ ବିଦେଶୀ ମାଟିରେ ଖେଳିଛନ୍ତି। ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ଦଳର ଚୂଡ଼ାନ୍ତ ଏକାଦଶ ଘୋଷଣା ପରେ ସ୍ପଷ୍ଟ ହେବ। ତେବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଭଲ ଫର୍ମ ଯୋଗୁଁ ବୈଭବଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?