ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ ସମର୍ଥତ୍ତ ଭୂତତ୍ତ୍ୱବିଦ୍‌ମାନେ ସତର୍କ କରାଇଛନ୍ତି। ଉକ୍ତ ଡ୍ୟାମ୍‌ ଏକ ସକ୍ରିୟ ଫଲ୍ଟଲାଇନ୍‌ ଉପରେ ରହିଛି, ଯାହାକି ବଡ଼ ଧରଣର ଭୂସ୍ଖଳନ, ଭୂକମ୍ପ ଏବଂ ଢାଞ୍ଚାଗତ ଅସ୍ଥିରତା ସୃଷ୍ଟି କରିପାରେ। ଭୂତତ୍ତ୍ୱବିଦ୍‌ମାନଙ୍କ ଏହି ଅଧ୍ୟୟନ ସୂଚନା ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶ ପାଇଛି। ଏହା କେବଳ ପ୍ରକଳ୍ପର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇନାହିଁ ବରଂ ଭାରତ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଏହି ନଦୀ ଭାରତରେ ବ୍ରହ୍ମପୁତ୍ର ନଦୀ ଭାବେ ପ୍ରବାହିତ ହେଉଥିବାବେଳେ କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରତିପୋଷଣ କରିଥାଏ।
ବେଜିଂର ଏହି ବିଶାଳ ନଦୀବନ୍ଧ ଯୋଜନାକୁ ନେଇ ଭୂରାଜନୈତିକ ବିବାଦ ଜୋର୍‌ ଧରିଥିବାବେଳେ ଭୂତତ୍ତ୍ୱବିଦ୍‌ଙ୍କ ସତର୍କ ସୂଚନା ଆସିଛି। ବ୍ରହ୍ମପୁତ୍ର ନଦୀର ଉପରମୁଣ୍ଡରେ ଚାଇନାର ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ନେଇ ଭାରତ ବାରମ୍ବାର ଚିନ୍ତାବ୍ୟକ୍ତ କରିଆସିଛି। ଏହି ନଦୀବନ୍ଧ ଭାରତରେ ଜଳ ସୁରକ୍ଷା, ପରିବେଶ ଓ ନଦୀ ତଳମୁଣ୍ଡରେ ରହୁଥବା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଭାରତ ଜଣାଇଛି। ଉକ୍ତ ପ୍ରକଳ୍ପକୁ ନେଇ ବଡ଼ ଧରଣର ଭୂତାତ୍ତ୍ୱିକ ବିପଦ ସମ୍ପର୍କରେ ଚାଇନାର ବୈଜ୍ଞାନିକମାନେ ଅବଗତ ଥିବା ସମ୍ପର୍କରେ ସଦ୍ୟ ଅଧ୍ୟୟନ ରିପୋର୍ଟ ଆସିବା ପରେ ସାନି ପ୍ରଶ୍ନ ଉଠିଛି।
ଗତ ମାସରେ ୨ଟି ଚାଇନାଭାଷୀ ପତ୍ରିକା ସେଡିମେଣ୍ଟାରି ଜିଓଲୋଜି ଏବଂ ଟେଥ୍ୟାନ୍‌ ଜିଓଲୋଜିରେ ଉକ୍ତ ସନ୍ଦର୍ଭ ପ୍ରକାଶ ପାଇଥିବାବେଳେ ରାଷ୍ଟ୍ରାୟତ୍ତ ଚାଇନା ଜିଓଲୋଜିକାଲ ସର୍ଭେ ଏହାର ପର୍ଯ୍ୟବେକ୍ଷଣ କରିଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ, ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହେଉଥିବା ଅଞ୍ଚଳ ଦେଇ ସିଧାସଳଖ ପାଇଝେନ୍‌ ଫଲ୍ଟ ଲାଇନ୍‌ ଯାଇଛି। ଚେଙ୍ଗ୍‌ଡୁ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜି, ସିଭିଲ ମିଲଟାରୀ ଇଣ୍ଟିଗ୍ରେଶନ ସେଣ୍ଟର ଅଫ୍‌ ଚାଇନା ଜିଓଲୋଜିକାଲ ସର୍ଭେ ଏବଂ ଦି ମିଡିଲ୍‌ ୟାର୍ଲୁଙ୍ଗ ଜାଙ୍ଗ୍‌ବୋ ରିଭର ନ୍ୟାଚୁରାଲ ରିସୋର୍ସେସ୍‌ ଅବ୍‌ଜରଭେଶନ ଆଣ୍ଡ୍‌ ରିସର୍ଚ୍ଚ ଷ୍ଟେଶନର ଗବେଷକମାନେ ଉକ୍ତ ଅଧ୍ୟୟନ କରିଥିଲେ। ସେମାନଙ୍କ ମତରେ ପ୍ଲେଇଷ୍ଟୋସେନ୍‌ ବା ହିମ ଯୁଗରୁ ପାଇଝେନ୍‌ ଅତ୍ୟନ୍ତ ସକ୍ରିୟ ହୋଇ ରହିଆସିଛି। ଢାଞ୍ଚାଗତ ସ୍ଥିରତା ଏବଂ ଆଖପାଖର ନଦୀବନ୍ଧ, ସଡ଼କ, ବ୍ରିଜ୍‌ ଓ ଟନେଲ ଆଦିର ନିର୍ମାଣ ସହ ଜଳଭଣ୍ଡାର ଉପରେ ଏହାର ବଡ଼ ଧରଣର ପ୍ରଭାବ ପଡ଼ିବ ବୋଲି ଗବେଷକମାନେ ଲେଖିଛନ୍ତି। ଉକ୍ତ ଫଲ୍ଟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଶିଳାସ୍ତରରେ ଫାଟ ସୃଷ୍ଟି କରିବା ସହ ସେଗୁଡ଼ିକର ଯାନ୍ତ୍ରିକ ଗୁଣକୁ ଦୁର୍ବଳ କରିଦେବ ଏବଂ ଇଞ୍ଜିନିୟରିଂ ଢାଞ୍ଚା ପ୍ରତି ଅଧିକ ବିପଜ୍ଜନକ ହେବ। ଏହା ପାଖାପାଖି ଇଞ୍ଜିନିୟରିଂ ପ୍ରକଳ୍ପଗୁଡ଼ିକର ମୂଳଦୁଆର ଭାର ବହନ କରିବା ସାମର୍ଥ୍ୟ ଏବଂ ଢାଞ୍ଚାଗତ ସ୍ଥିରତାକୁ କ୍ଷତିଗ୍ରସ୍ତ କରିବା ପାଇଁ ଅଧିକ ସମ୍ବେଦନଶୀଳ କରିଥାଏ। ଗବେଷକମାନେ ଆହୁରି ସତର୍କ କରାଇଛନ୍ତି ଯେ, ଜଳଭଣ୍ଡାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଏକ ଶିଥିଳ ସଂରଚନା ଓ ଦୁର୍ବଳ ପାରସ୍ପରିକ ସଂଯୋଗ ଯୋଗୁ ବଡ଼ ଧରଣର ଭୂସ୍ଖଳନକୁ ବଢ଼ାଇଦେଇପାରେ। ଦୀର୍ଘଦିନ ପାଣିରେ ବୁଡ଼ିରହିବା ଏବଂ ଫଲ୍ଟଜନିତ କାର୍ଯ୍ୟ ଓ ଭୂକମ୍ପର ପ୍ରଭାବ ଜଳଭଣ୍ଡାର ଉଭୟ ପାର୍ଶ୍ୱ ଅବବାହିକାରେ ଅସ୍ଥିରତା ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ବାର୍ଷିକ ୩୦୦ ବିଲିୟନ କିଲୋଓ୍ବାଟ-ଘଣ୍ଟା ବିଦ୍ୟୁତ୍‌ ଉତ୍ପାଦନ ଲାଗି ଗତବର୍ଷ ଏହି ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ୩ଟି ଗଙ୍ଗାନଦୀ ଡ୍ୟାମ୍‌ ସାମର୍ଥ୍ୟର ୩ ଗୁଣ। ଏହି ଡ୍ୟାମ୍‌ ୟାର୍ଲୁଙ୍ଗ ସାଙ୍ଗ୍‌ପୋ ନଦୀ ଉପରେ ନିର୍ମାଣ ହେଉଛି। ଉକ୍ତ ନଦୀ ଭାରତର ଅରୁଣାଚଳରେ ବ୍ରହ୍ମପୁତ୍ର ଭାବେ ପ୍ରବେଶ କରି ଆସାମ ଦେଇ ବାଂଲାଦେଶକୁ ଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?