Posted inଜାତୀୟ

ବନ୍ଦ ହୋଇଯିବ କାର୍ଟୁନ ନେଟଓ୍ବର୍କ? ଏକ୍ସରେ ଟ୍ରେଣ୍ଡ କରୁଛି #RIPCartoonNetwork

ନୂଆଦିଲ୍ଲୀ,୧୦।୭: କାର୍ଟୁନ ନେଟଓ୍ବର୍କ ଛୋଟବେଳର ସେଇ ଆବେଗ କିଏ ବା ଭୁଲି ପାରିବ। ଏବେ ବି ବିଂଶ ଶତାଦ୍ଦୀ କିମ୍ବା ତା’ ଠାରୁ ପଛର ପିଲାଙ୍କୁ କାର୍ଟୁନ ନେଟଓ୍ବର୍କରେ ଦେଉଥିବା ପୋଗ୍ରାମ ଯମ୍‌ ଆଣ୍ଡ ଜେରୀ ବିଷୟରେ କହିଲେ ଖୁସି ହୋଇ ଉଠିବେ। ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ହ୍ୟାସଟ୍ୟାଗ ଖୁବ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଯେଉଁଥିରେ ହ୍ୟାସଟ୍ୟାଗ ରହିଛିି #RIPCartoonNetwork । ଏହି ହ୍ୟାସଟ୍ୟାଗ ପରେ
ଭାଇରାଲ ପୋଷ୍ଟରେ ଦାଥବି କରାଯାଇଛି ଯେ ପିଲାମାନଙ୍କର ପ୍ରିୟ କାର୍ଟୁନ ନେଟୱାର୍କ ଚ୍ୟାନେଲ ବନ୍ଦ ହୋଇଯିବ। ତେବେ ଏକଥାର କେତେ ସତ୍ୟାସତ୍ୟ ଅଛି ଆସନ୍ତୁ ଜାଣିବା।

କହି ରଖୁଛୁ ଯେ, କାର୍ଟୁନ ନେଟଓ୍ବର୍କ ବନ୍ଦ ହେବ ନାହିଁ । ଚ୍ୟାନେଲ ଏହାର ବନ୍ଦ ବିଷୟରେ କୌଣସି ଅଫିସିଆଲ ଘୋଷଣା କରିନାହିଁ। ସୋସିଆଲ ମିଡିଆରେ ଏହି ହ୍ୟାସଟ୍ୟାଗ ଭାଇରାଲ ହେଉଛି। କିନ୍ତୁ ଚ୍ୟାନେଲ ବନ୍ଦ ହେବାର ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହି ପ୍ରକାର ଧାରା ପୂର୍ବରୁ ଅନେକ ଥର ଦେଖା ଯାଇଛି। ସେହି ସମୟରେ ୨୦୨୨ ମସିହାରେ ସମାନ ଘଟଣା ଘଟିଥିଲା ଏବଂ ପରେ କାର୍ଟୁନ ଚ୍ୟାନେଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ
କରିଦେଇଥିଲା। ସୂଚନାଥାଉ କି, କାର୍ଟୁନ ନେଟୱର୍କ ହେଉଛି ହଲିଉଡ ଷ୍ଟୁଡିଓ ୱାଣ୍ଣର୍ର୍‌ ବ୍ରଦର୍ସର ଏକ କମ୍ପାନୀ ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri