Posted inଫୁରସତ

ବାଲ୍‌କୋନି ଭଡ଼ା ୮୧ ହଜାର

ସିଡନୀ: ଫେସ୍‌ବୁକ୍‌ ମାର୍କେଟପ୍ଲେସ୍‌ ପ୍ଲାଟ୍‌ଫର୍ମରେ, ଅଷ୍ଟ୍ରେଲିଆର ସିଡ୍‌ନୀ ସହରର ହେୟମାର୍କେଟ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ବାଲ୍‌କୋନିକୁ ବିକ୍ରି କରିବା ପାଇଁ ସମ୍ପୃକ୍ତ ଆପାର୍ଟମେଣ୍ଟ ମାଲିକ ଏକ ବିଜ୍ଞାପନ ଜାରି କରିଛନ୍ତି। ସବୁ ପାର୍ଶ୍ୱରେ କାଚ ଦ୍ୱାରା ଘେରି ରହିଥିବା ଏହି ବାଲ୍‌କୋନିକୁ ଏକ ସ୍ବତନ୍ତ୍ର କୋଠରି ଭାବରେ ଏହି ବିଜ୍ଞାପନରେ ଦର୍ଶାଯାଇଛି। ଆପାର୍ଟମେଣ୍ଟ ମାଲିକ ଏହି ବିଜ୍ଞାପନରେ ଲେଖିଛନ୍ତି, ବାଲ୍‌କୋନିଟି ସମ୍ପୂର୍ଣ୍ଣ ଭାବେ ଏକ କୋଠରି ରୂପେ ପ୍ରସ୍ତୁତ ହୋଇ ସାରିଛି। ଜଣେ ବ୍ୟକ୍ତି ଆରାମରେ ରହିବା ପାଇଁ ଏହି ସ୍ବତନ୍ତ୍ର କୋଠରୀ ଉପଯୁକ୍ତ ହୋଇଥିବା ସେ କହିଛନ୍ତି। ବିଜ୍ଞାପନଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଭାଇରାଲ ହେବାରେ ଲାଗିଛି ଯାହା ଅନେକ ୟୁଜର୍ସଙ୍କୁ ଚକିତ କରିଛି। ବିଜ୍ଞାପନରେ ଉକ୍ତ ଆପାର୍ଟମେଣ୍ଟ ମାଲିକ ଏହି ବାଲ୍‌କୋନିର ଭଡା ମାସିକ ୯୬୯ ଡଲାର(ପ୍ରାୟ ୮୧ ହଜାର ଟଙ୍କା) ହୋଇଥିବା ଦର୍ଶାଇଛନ୍ତି। ଏଥିପାଇଁ ଗ୍ରାହକଙ୍କୁ ସାପ୍ତାହିକ ଭଡା ଦେବାକୁ ପଡିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

ଅଧ୍ୟାପନା ଛାଡ଼ି ସଫଳ ଉଦ୍ୟୋଗୀ ହୋଇଛନ୍ତି ଦେବୀଦାନୀ: ୫୫ଏକର ଜାଗାରେ…

ଅଧ୍ୟାପିକା ଚାକିରି ଛାଡ଼ି ସେ ସୃଷ୍ଟି କରିଛନ୍ତି ଆଗ୍ରୋ ଇକୋ ଫାର୍ମ ହାଉସ। ଏହି ଫାର୍ମରେ ସେ ପାଳୁଛନ୍ତି ଦେଶବିଦେଶର ଏକାଧିକ ପଶୁପକ୍ଷୀଙ୍କୁ। ପୁଣି ଜୈବିକ...

ପ୍ରଥମ ପାରିଶ୍ରମିକରେ ଘରଲୋକଙ୍କୁ ଉପହାର ଦେଇଥିଲି: ସାହିତି୍ୟକା ମୀନାକ୍ଷୀ ପଣ୍ଡା

ଅର୍ଥନୀତିରେ ଜଣେ ମେଧାବୀ ଛାତ୍ରୀର ମୋହର ବାଜିଥିଲେ ହେଁ ଅର୍ଥ ଉପାର୍ଜନ ପାଇଁ ଆଗକୁ ସୁଯୋଗ ଦେଲେନି ପରିବାର। ସୁତରାଂ ଗ୍ରାଜୁଏଶନ ପରେ ବିବାହ ପରର...

ସ୍ମୃତିରେ କାର୍‌ଗିଲ

ଆଜକୁ ଠିକ୍‌ ୨୫ବର୍ଷ ତଳେ ଅର୍ଥାତ୍‌ ୧୯୯୯ମସିହା ମେ ମାସରେ ପାକସ୍ତାନୀ ସୈନ୍ୟ କାର୍‌ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଂଘନକରି ଅକ୍ତିଆର କରିଥିଲେ। ସେତେବେଳେ...

ଲାଇକ୍, ଭ୍ୟୁ ସାଜିଲା କାଳ, ଲାଇଭ୍ ଭିଡିଓରେ ଉଡ଼ିଗଲା ଇନଫ୍ଲୁଏନ୍ସରଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ,୨୧।୭: ଲାଇଭ୍ ଫିଡରେ ଖାଇବା ଚ୍ୟାଲେଞ୍ଜ କରୁଥିବାବେଳେ ଚାଇନାର ଜଣେ ୨୪ ବର୍ଷୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୧୪ ରେ ଏହି...

ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ...

ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌ ପାଇଁ ସାରା ବିଶ୍ୱରେ ହଇଚଇ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୧୯।୭: ଶୁକ୍ରବାର ସକାଳେ ଡାଉନ୍‌ ହୋଇଯଇଛି ମାଇକ୍ରୋସଫ୍ଟ ସର୍ଭର। ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହୋଇଛି। କେବଳ ଓଡ଼ିଶାରେ ନୁହେଁ ସାରା...

ଦେଶରେ ବଢୁଛି ଛାଡ଼ପତ୍ର ସଂଖ୍ୟା, ଜାଣନ୍ତୁ ୫ ବଡ଼ କାରଣ…

ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ଖବର ନିଶ୍ଚିତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଦେଶରେ ବୃଦ୍ଧି ପାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri