Posted inଫୁରସତ

ମନ କିଣିବ ହୁମୁରୀ ତାମ୍ପରା

କୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁୁରୀ ତାମ୍ପରା ହ୍ରଦ ଗଞ୍ଜାମ ଜିଲା ଛତ୍ରପୁରଠାରୁ ୨ କି.ମି. ଦୂରରେ ଅବସ୍ଥିତ ା ହ୍ରଦର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି। ଝାଉଁ, କାଜୁ ଜଙ୍ଗଲ ଏବଂ କିଆବୁଦା ମଧ୍ୟରେ ରହିଛି ୮ କି.ମି. ବ୍ୟାପ୍ତ ବିସ୍ତୀର୍ଣ୍ଣ ଜଳରାଶି ା ରାଜ୍ୟ ସରକାର ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି। ଏଥିସହ କେନ୍ଦ୍ର ସରକାର ମଧ୍ୟ ଏହାର ବିକାଶ ପାଇଁ ଆଗେଇ ଆସି ସ୍ବଦେଶ ଦର୍ଶନ ଯୋଜନାରେ ସାମିଲକରି ୩୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିଛନ୍ତି। ଏବେ ତାମ୍ପରାର ନୂଆରୂପ ଦେଖିବାକୁ ମିଳିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। କରୋନା ଯୋଗୁ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ନେଇ ମାର୍ଚ୍ଚରୁ ଏଠାରେ ଥିବା ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ବନ୍ଦ ରହିଛି ା ମାତ୍ର ଏବେ ମାସେ ହେଲା ତାମ୍ପରା ହ୍ରଦ ନିକଟକୁ ଯିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି ା ତେବେ କିଛି ସୁବିଧା ନ ଥିବାରୁ ବାହାରୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଛି ା ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ଏହି ମାସରେ ଖୋଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା
ଏ ତାମ୍ପରା ଅପରପାର୍ଶ୍ୱରେ ଝାଉଁ ଜଙ୍ଗଲ ଓ ପରେ ସମୁଦ୍ର ବେଳାଭୂମି ରହିଛି ା ୱାଟର ସ୍ପୋର୍ଟସ ଓ ବୋଟିଂ ବ୍ୟବସ୍ଥା ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିଲା ା ଏବେ ତାମ୍ପରା ହ୍ରଦର ନୂଆ ରୂପ ଦେଖିବାକୁ ପାଇବେ ପର୍ଯ୍ୟଟକ ା ଡିଆରଡିଏ ଅଧୀନରେ ଥିବା ଗେଷ୍ଟ ହାଉସ ଓ ପୂର୍ବରୁ ଥିବା ବୋଟ କ୍ଲବଠାରୁ ଏବେର ଥିବା ତାମ୍ପରା ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ଆଲୋକ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଏଥିରେ ଯୋଡି ହୋଇଯାଇଛି। ତାମ୍ପରା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଓଟିଡିସି ପକ୍ଷରୁ ମଧ୍ୟ ହ୍ରଦ ନିକଟରେ ପାଣି ଓ ଟଏଲେଟ୍‌ କମ୍ପ୍ଲେକ୍ସ ଓ ସ୍ନାକ୍ସ ବାର୍‌ ନିର୍ମାଣ ସରିଛି ା ଏହା ଏହି ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଏହି କମ୍ପ୍ଲେକ୍ସ ପରିଚାଳନା ପାଇଁ ରମ୍ଭା ପାନ୍ଥ ନିବାସ ମ୍ୟାନେଜରଙ୍କୁ ହସ୍ତାନ୍ତର କରାଯାଇଛି ା ଏଥିପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା। ଏଥିସହ ତାମ୍ପରା ହ୍ରଦ ନିକଟରେ ଘରୋଇ ସଂସ୍ଥାଗୁଡିକ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତିି। ଅଗସ୍ତି ନୂଆଗଁାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ତାମ୍ପରା ହ୍ରଦର ଓସାର ୧.୨୫ କି.ମି. ରହିଛି। ଏହାର ଗଭୀରତା ୧୪ ଫୁଟ୍‌ ା ତାମ୍ପରାରୁ ଜଳସେଚନର ସୁବିଧା ମିଳୁଛି ା ଏଥିସହ ଛତ୍ରପୁର ସହରକୁ ମଧ୍ୟ ଏଠାରୁ ପାନୀୟ ଜଳ ଯୋଗାଣ ହୋଇଥାଏ ା
ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାରୁ ମାଛ ଧରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri