Posted inଫୁରସତ

ମନ କିଣିବ ହୁମୁରୀ ତାମ୍ପରା

କୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁୁରୀ ତାମ୍ପରା ହ୍ରଦ ଗଞ୍ଜାମ ଜିଲା ଛତ୍ରପୁରଠାରୁ ୨ କି.ମି. ଦୂରରେ ଅବସ୍ଥିତ ା ହ୍ରଦର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି। ଝାଉଁ, କାଜୁ ଜଙ୍ଗଲ ଏବଂ କିଆବୁଦା ମଧ୍ୟରେ ରହିଛି ୮ କି.ମି. ବ୍ୟାପ୍ତ ବିସ୍ତୀର୍ଣ୍ଣ ଜଳରାଶି ା ରାଜ୍ୟ ସରକାର ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି। ଏଥିସହ କେନ୍ଦ୍ର ସରକାର ମଧ୍ୟ ଏହାର ବିକାଶ ପାଇଁ ଆଗେଇ ଆସି ସ୍ବଦେଶ ଦର୍ଶନ ଯୋଜନାରେ ସାମିଲକରି ୩୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିଛନ୍ତି। ଏବେ ତାମ୍ପରାର ନୂଆରୂପ ଦେଖିବାକୁ ମିଳିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। କରୋନା ଯୋଗୁ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ନେଇ ମାର୍ଚ୍ଚରୁ ଏଠାରେ ଥିବା ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ବନ୍ଦ ରହିଛି ା ମାତ୍ର ଏବେ ମାସେ ହେଲା ତାମ୍ପରା ହ୍ରଦ ନିକଟକୁ ଯିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି ା ତେବେ କିଛି ସୁବିଧା ନ ଥିବାରୁ ବାହାରୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଛି ା ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ଏହି ମାସରେ ଖୋଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା
ଏ ତାମ୍ପରା ଅପରପାର୍ଶ୍ୱରେ ଝାଉଁ ଜଙ୍ଗଲ ଓ ପରେ ସମୁଦ୍ର ବେଳାଭୂମି ରହିଛି ା ୱାଟର ସ୍ପୋର୍ଟସ ଓ ବୋଟିଂ ବ୍ୟବସ୍ଥା ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିଲା ା ଏବେ ତାମ୍ପରା ହ୍ରଦର ନୂଆ ରୂପ ଦେଖିବାକୁ ପାଇବେ ପର୍ଯ୍ୟଟକ ା ଡିଆରଡିଏ ଅଧୀନରେ ଥିବା ଗେଷ୍ଟ ହାଉସ ଓ ପୂର୍ବରୁ ଥିବା ବୋଟ କ୍ଲବଠାରୁ ଏବେର ଥିବା ତାମ୍ପରା ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ଆଲୋକ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଏଥିରେ ଯୋଡି ହୋଇଯାଇଛି। ତାମ୍ପରା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଓଟିଡିସି ପକ୍ଷରୁ ମଧ୍ୟ ହ୍ରଦ ନିକଟରେ ପାଣି ଓ ଟଏଲେଟ୍‌ କମ୍ପ୍ଲେକ୍ସ ଓ ସ୍ନାକ୍ସ ବାର୍‌ ନିର୍ମାଣ ସରିଛି ା ଏହା ଏହି ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଏହି କମ୍ପ୍ଲେକ୍ସ ପରିଚାଳନା ପାଇଁ ରମ୍ଭା ପାନ୍ଥ ନିବାସ ମ୍ୟାନେଜରଙ୍କୁ ହସ୍ତାନ୍ତର କରାଯାଇଛି ା ଏଥିପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା। ଏଥିସହ ତାମ୍ପରା ହ୍ରଦ ନିକଟରେ ଘରୋଇ ସଂସ୍ଥାଗୁଡିକ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତିି। ଅଗସ୍ତି ନୂଆଗଁାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ତାମ୍ପରା ହ୍ରଦର ଓସାର ୧.୨୫ କି.ମି. ରହିଛି। ଏହାର ଗଭୀରତା ୧୪ ଫୁଟ୍‌ ା ତାମ୍ପରାରୁ ଜଳସେଚନର ସୁବିଧା ମିଳୁଛି ା ଏଥିସହ ଛତ୍ରପୁର ସହରକୁ ମଧ୍ୟ ଏଠାରୁ ପାନୀୟ ଜଳ ଯୋଗାଣ ହୋଇଥାଏ ା
ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାରୁ ମାଛ ଧରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?