IIFL ଲୁଟ୍‌ ଘଟଣା: ଭାଇ, ସାଙ୍ଗଙ୍କୁ ଲଗାଇ ଡକାୟତି କରିଥିଲେ କର୍ମଚାରୀ

କଟକ ଅଫିସ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି ଲୁଟ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତିର ଯୋଜନା କରିଥିଲେ। ନୟାସଡ଼କ IIFL ସୁନା ଓ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରି ମଙ୍ଗଳବାର ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅପରପକ୍ଷେ, ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ ଜବତ କରିଛି।
କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିଥିଲେ। ହେଲେ ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଲୁଟ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ । ଏହାପରେ ଗତ ୧୯ ତାରିଖ ସକାଳେ ୪ ସାଙ୍ଗ ପଶି ଲୁଟିଥିଲେ।

ଲାଲା ଅମ୍ରିତ ରାୟ ଓ ତାଙ୍କ ଭାଇ ଲାଲା ରଞ୍ଜନ ରାୟଙ୍କ ନାମରେ ପୂର୍ବରୁ ମଙ୍ଗଳାବାଗ ଥାନାରେ ମାମଲା ରହିଛି। ସୁନା ହେରଫେର ମାମଲାରେ ତାଙ୍କ ଭାଇ ପୂର୍ବରୁ ଗିରଫ ହୋଇଥିବା ବେଳେ ସେ ଖସି ଯାଇଥିଲେ। IIFLରେ ୫ ବର୍ଷ ହେଲା ଅମ୍ରିତ କାମ କରୁଥିଲେ। ୪ ବର୍ଷ ହେଲାଣି ସେ ନାନା ହେରଫେର କରୁଥିଲେ। ନୂଆ ଅଡିଟର ଆସିବାରୁ ଧରାପଡ଼ିଯିବା ଭୟରେ ସେ ନିଜ ସାଙ୍ଗମାନଙ୍କ ସହ ଲୁଟ୍‌ ଯୋଜନା ପ୍ରସ୍ତୁତ କଲେ।

ଯୋଜନାବଦ୍ଧ ଭାବେ ଏହି ଲୁଟ ଘଟଣାରେ ଅଭିଯୁକ୍ତମାନେ କୌଣସି ପ୍ରମାଣ ଛାଡ଼ି ନ ଥିବା ବେଳେ ଏହା କମିଶନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଥିଲା। ଏହାସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ସହ ଲୁଟ ସୁନା ଜବତ କରିଥିବା କହିଛନ୍ତି ସିପି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri