Posted inଫୁରସତ

ପଛ କଲେ ଚାକିରି, ପଡ଼ିଲେ ପକ୍ଷୀ ପ୍ରେମରେ…

କେବେ ସଉକରେ ପାଳୁଥିଲେ ଚଢ଼େଇ। ଏବେ ତାହା ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର। ମୋଟା ଅଙ୍କର ଚାକିରିକୁ ପଛ କରି ପକ୍ଷୀପ୍ରେମରେ ପଡ଼ିଥିବା ଏହି ଯୁବ ଇଞ୍ଜିନିୟର ଜଣକ ହେଲେ ଗିରିଜା ପ୍ରସାଦ ମିଶ୍ର। ତାଙ୍କ ଫାର୍ମରେ ଏବେ ଶୋଭା ପାଇଛନ୍ତି ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆମାଜନ ସମେତ ଦେଶବିଦେଶର ବହୁ ପକ୍ଷୀ। କେବଳ ଏତିକି ନୁହେଁ, ବୈଜ୍ଞାନିକ ପଦ୍ଧତିରେ ମିଳନ କରାଇ ସେ ପ୍ରସ୍ତୁତ କରୁଛନ୍ତି ରଙ୍ଗବେରଙ୍ଗର ଶାବକ।

ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସହ ସକାଳ ଆରମ୍ଭ କରୁଥିବା ଗିରିଜା ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ବ୍ରାହ୍ମଣଶାସନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ମିଶ୍ର ଏବଂ ପୁଷ୍ପାରାଣୀ ମିଶ୍ରଙ୍କ ପୁଅ। ପେସାରେ ଇଞ୍ଜିନିୟର। ପାଠପଢ଼ା ସରିବା ପରେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ମାସିକ ୯୨ ହଜାର ଟଙ୍କାରେ ଚାକିରି କରୁଥିଲେ। ଏକ ଦୁର୍ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇଦେଲା। ଅଣ୍ଟାରେ ଆଘାତ ଲାଗିବା ପରେ ଆଉ କାମ କରିପାରିଲେ ନାହିଁ। ଚାକିରି ଛାଡ଼ିବା ପାଇଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା। ପିଲାଦିନୁ ପକ୍ଷୀପାଳନ ପ୍ରତି ଆକର୍ଷଣ କାରଣରୁ ଗିରିଜା ମୁମ୍ବାଇସ୍ଥିତ ଭଡ଼ାଘରେ ମଧ୍ୟ କେତେକ ପକ୍ଷୀ ପାଳିଥିଲେ। ଘରବାହୁଡ଼ା ପରେ ଏହାକୁ ବ୍ୟବସାୟିକ ରୂପ ଦେବାକୁ ଆରମ୍ଭ କରିଥିଲେ ପ୍ରସ୍ତୁତି, ଯାହା ୨୦୧୫ରେ ନେଇଥିଲା ସଫଳ ରୂପ।
ଗିରିଜାଙ୍କ କୋଠା ଉପରେ ଏବେ ଶୋଭା ବଢ଼ାଉଛି ୨୦୦ ବର୍ଗଫୁଟର ପକ୍ଷୀବିହାର। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ ହଜାର ଟଙ୍କାରେ ପକ୍ଷୀ କିଣି ଆଣି ସେଗୁଡ଼ିକର ଲାଳନପାଳନ କରିଥିଲେ। ଏବେ ଏହି ବ୍ୟବସାୟ ୩୫ ଲକ୍ଷରେ ପହଞ୍ଚତ୍ଲାଣି। ତାଙ୍କ ‘ଦି ଏକ୍ସୋଟିକା ଫାର୍ମ’ରେ ଏବେ ୨୨ ପ୍ରଜାତିର ପକ୍ଷୀ। ପାଇନ୍‌ଆପଲ କନ୍ୟୁର, ବ୍ଲୁ ଗ୍ରୀନ୍‌ ଚିକ୍‌ କନ୍ୟୁର, ସନ୍‌ ଚିକ୍‌ କନ୍ୟୁର, ୟେଲୋ ସାଇଡେଡ୍‌ କନ୍ୟୁର, ସନ୍‌ କନ୍ୟୁର, ବ୍ରୋଞ୍ଜ ଓ୍ବିଙ୍ଗ୍‌ଡ ପିନ୍‌ସ, ସେନେଗାଲ ପାରଟ, ପାଟାଗୋନିଆନ କନ୍ୟୁର, ରେଇନ୍‌ବୋ ଲରି, ରେଡ୍‌ କଲର୍‌ଡ ଲରି, ଡସ୍କି ଲରି, ଚାର୍ଟରିଂ ଲରି , ବ୍ଲାକ୍‌ ଉଇଙ୍ଗ୍‌ଡ ଲରି, ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ ପ୍ରମୁଖ ଭଲ ବ୍ୟବସାୟ ହେଉଛି। ଫାର୍ମର ସବୁଠୁ ବିରଳ ଏବଂ ଦାମୀ ପ୍ରଜାତିର ପକ୍ଷୀ ‘ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ’ର ଦାମ୍‌ ୧ ଲକ୍ଷ ୨୦ ହଜାର ଟଙ୍କା। ପୂର୍ବରୁ କେବଳ ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲା ମଧ୍ୟରେ ଏହି ପକ୍ଷୀ ବ୍ୟବସାୟ ସୀମିତ ଥିଲା। ହେଲେ ଗିରିଜାଙ୍କ ନିଷ୍ଠା ପାଇଁ ଏବେ ଏହା ଓଡ଼ିଶାର ବିଭିନ୍ନ ଜିଲା ସମେତ ବାଙ୍ଗାଲୋର, ହାଇଦ୍ରାବାଦ, କେରଳ, କୋଲକାତା ଯାଏ ପହଞ୍ଚତ୍ଲାଣି।

ସ୍ଥାନୀୟ ଚାଷୀଙ୍କୁ ମିଳିଛି ରୋଜଗାର
ବ୍ୟବସାୟିକ ଭିତ୍ତିରେ ପକ୍ଷୀ ଫାର୍ମ କରିବା ସହଜ ନୁହେଁ। ଚଢ଼େଇଙ୍କ ନିୟମିତ ଯତ୍ନ ନେବା ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ଦେବା ଚ୍ୟାଲେଞ୍ଜ ପାଲଟିଥାଏ। ପୂର୍ବରୁ ପକ୍ଷୀଙ୍କ ଖାଦ୍ୟ ପାଇଁ ଗିରିଜା ବାହାର ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ସୂର୍ଯ୍ୟମୁଖୀ ମଞ୍ଜି, ଚିନାବାଦାମ, ଧାନ, ମଦାନା, ମକା, ପିଜୁଳି, କାକୁଡ଼ି, ଅମୃତଭଣ୍ଡା ସହଜରେ ସଂଗ୍ରହ କରୁଛନ୍ତି। ଆଞ୍ଚଳିକ ଚାଷୀ ମଧ୍ୟ ପକ୍ଷୀ ଖାଦ୍ୟ ଉତ୍ପାଦନ କରିବାକୁ ଆଗ୍ରହୀ ହେଉଛନ୍ତି।
ପାଲଟିଛି ସେଲ୍‌ଫି ପଏଣ୍ଟ
ଗିରିଜାଙ୍କ ପକ୍ଷୀ ଫାର୍ମ ପାଇଁ ଭୁବନ ବ୍ଲକର ମଫସଲ ଗଁା ମାର୍ଥାପୁର ନୂତନ ପରିଚୟ ପାଇଛି। ଏଠାକୁ ପକ୍ଷୀ କିଣିବାକୁ ଓଡ଼ିଶା ସମେତ ବାହାର ରାଜ୍ୟର ବହୁ ଚଢ଼େଇପ୍ରେମୀ ଆସୁଛନ୍ତି। କେବଳ ଏତିକି ନୁହେଁ, ‘ଦି ଏକ୍ସୋଟିକା ଫାର୍ମ’ ଏବେ ଯୁବତୀଯୁବକଙ୍କ ପାଇଁ ପାଲଟିଛି ସେଲ୍‌ଫି ପଏଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ରାତାରାତି ବଢ଼ିଗଲା ଫ୍ରିଜ୍‌ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ

ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ...

ଶେଷ ଯାଏ ମୂର୍ତ୍ତି ଗଢୁଥିବି: କଳ୍ପତରୁ ମହାରଣା

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିରେ ପ୍ରାଣ। ନିହାଣ ମଗୁରରେ ପଥରକୁ ଖୋଦେଇକରି ଗଢ଼ିତୋଳନ୍ତି ବିଭିନ୍ନ ପ୍ରକାର...

ଗୋଟିଏ ଘର ଥିବା ସବୁଠୁ ଛୋଟ ଦ୍ୱୀପ

ବେଳେ ବେଳେ ଅନେକଙ୍କ ଇଚ୍ଛା ହେଉଥିବ ଏକ ନିରୋଳା ଦ୍ୱୀପରେ, ଏକ ସୁନ୍ଦର ଘରେ କିଛି ନିରୋଳା ମୁହୂର୍ତ୍ତ ବିତାଇବାକୁ। ହେଲେ ତାହା କେବଳ ଭାବନାରେ...

ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…

ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...

ଗଣିତର ଏକ ପ୍ରଶ୍ନ ପାଇଁ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ, କାରଣ ଜାଣିଲେ…

ଦୀର୍ଘ ବାଟ ଯାତ୍ରା କରିବା ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ଜିନିଷ ରହିଥାଏ। ମାତ୍ର ବିମାନ ଯାତ୍ରା କରିବା ସମୟରେ ଜଣେ ଅର୍ଥନୈତିକ ଯେତେବେଳେ...

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି...

୬୦ ହଜାର ମହୁମାଛିଙ୍କୁ ୪ ଘଣ୍ଟା ମୁହଁରେ ବସାଇ ଯୁବକଙ୍କ ବିଶ୍ୱରେକର୍ଡ

ଥିରୁଭାନନ୍ତପୁରମ, ୨୨।୬- ଗୋଟିଏ ମହୁମାଛିର ଦଂଶନ ଜଣେ ବ୍ୟକ୍ତିଙ୍କ ଶରୀରରେ କଷ୍ଟ ପହଞ୍ଚାଇବା ପାଇଁ ଯଥେଷ୍ଟ। କିନ୍ତୁ ଚିନ୍ତା କରନ୍ତୁ, ଜଣେ ବ୍ୟକ୍ତି ନିଜ ମୁହଁରେ...

ଦେଶଭକ୍ତିରେ ଭ୍ରମଣ

ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶଭକ୍ତି ଓ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏଭଳି ଏକ ବିଶେଷ ଅବସରରେ କେଉଁ କେଉଁ...

Advertisement
Archives

Model This Week