କଠୋର ହେଲା ବନ୍ୟପ୍ରାଣୀ ଆଇନ: ଏଣିକି ଲେଖା ହେବ କେସ ଡାଏରୀ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ବୁଧବାର ତମାମ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଆଇନ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କର୍ମଚାରୀମାନେ ମାମଲାଗୁଡ଼ିକୁ କିଭଳି ପରିଚାଳନା କରିବେ ଶିବିରର ମୂଳ ଲକ୍ଷ୍ୟ। ଏଥିରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶୋକ କୁମାର ପଟ୍ଟନାୟକ ତାଲିମଦାତା ଭାବେ ଯୋଗଦେଇ ନୂଆ ବନ୍ୟପ୍ରାଣୀ ନିୟମାବଳୀ ଉପରେ କହିଥିଲେ।

କେନ୍ଦ୍ର ସରକାର ୨୦୨୨ରେ ବନ୍ୟପ୍ରାଣୀ ଆଇନକୁ ସଂଶୋଧନ କରିଥିଲେ। ଏହାପରେ ରାଜ୍ୟ ସରକାର ୧୯୭୪ରେ ହୋଇଥିବା ବନ୍ୟପ୍ରାଣୀ ଆଇନକୁ ଇତିମଧ୍ୟରେ ସଂଶୋଧନ କରିଛନ୍ତି। ନୂଆ ନିୟମାବଳୀ ଗତ ଏପ୍ରିଲ ୩୦ରୁ ରାଜ୍ୟରେ ଲାଗୁ ହୋଇଛି। ତେଣୁ ନୂଆ ନିୟମାବଳୀ ଉପରେ କର୍ମଚାରୀଙ୍କୁ ସଚେତନ କରାଯାଉଛି ବୋଲି ପଟ୍ଟନାୟକ କହିଥିଲେ। ପୂର୍ବାପେକ୍ଷା ନୂଆ ନିୟମାବଳୀ ଆହୁରି କଠୋର ହୋଇଛି। ଏଣିକି ବନ୍ୟପ୍ରାଣୀ ମାମଲାରେ ବନ କର୍ମଚାରୀ କେସ ଡାଏରୀ ଲେଖିବେ। ମାଲଖନା, ଅଭିଯୋଗ ଫର୍ମ, ଅପରାଧ ବିବରଣୀ ଫର୍ମ ନୂଆ ନିୟମାବଳୀରେ ରହିଛି। ପୂର୍ବରୁ ସିଆରପିସିରେ ଥିବା ନିୟମାବଳୀ ବର୍ତ୍ତମାନ ବନବିଭାଗରେ ଲାଗୁହେବ। ଆହୁରି ନୂଆ ନିୟମାବଳୀରେ ବ୍ୟାଘ୍ର ଅଭୟାରଣ୍ୟରେ କୌଣସି ଅଭିଯୁକ୍ତ ଧରାପଡ଼ି ଦଣ୍ଡିତ ହେଲେ ତାଙ୍କୁ ସର୍ବନିମ୍ନ ୫ ଲକ୍ଷ ରୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ। ଏଥିସହ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡ ହେବ। ଜଙ୍ଗଲ ଆଇନରେ ଏଣିକି ଅଭିଯୁକ୍ତଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ଏବଂ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ।

୨୦୨୩ରେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ବନ ବିଭାଗରେ ଲାଗୁହେବ ବୋଲି ଆଇନଜୀବୀ ପଟ୍ଟନାୟକ କହିଥିଲେ। ପୂର୍ବରୁ ଅଭିଯୁକ୍ତମାନେ ଅନେକ ଗଳାବାଟ ଦେଇ ଖସିଯାଉଥିଲେ। ନୂଆ ନିୟମାବଳୀ କଠୋର ହେବାପରେ ଆସାମୀ ମାନକୁ ଦଣ୍ଡିତ କରିବା ସହଜ ହେବ। ତେଣୁ କର୍ମଚାରୀମାନେ ନିୟମାବଳୀକୁ ଠିକ୍‌ ଭାବେ ବୁଝି ତାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ତାହେଲେ ଯାଇ ଅଭିଯୁକ୍ତମାନେ ଦଣ୍ଡିତ ହୋଇପାରିବେ। ଏଥିପ୍ରତି କର୍ମଚାରୀମାନେ ସଚେତନ ହେବାର ଆବଶ୍ୟକତା ରହିଛି। ତାହାହେଲେ ଯାଇ ଆଜିର ଶିବିରର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ଅନ୍ୟତମ ସାଧନ ବ୍ୟକ୍ତି ଭାବେ ଯୋଗଦେଇ ଭଞ୍ଜନଗର କୋର୍ଟର ସରକାରୀ ଓକିଲ ରାଜେନ୍ଦ୍ର ପ୍ରଧାନ ତାହା କହିଛନ୍ତି। ଶିବିରକୁ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଅପରାହ୍ନ ଅଧିବେଶନରେ ଏସିଏଫ୍‌ ରଶ୍ମିରଞ୍ଜନ ସାଇଁ ତାଲିମଦାତା ଭାବେ ଯୋଗଦେଇ କର୍ମଚାରୀମାନେ କେସ ଡାଏରୀ କିଭଳି ଲେଖିବେ ସେନେଇ କହିଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ବିବେକ କୁମାର ଦାସ, ଆଇନଜୀବୀ ଧୃବ ତ୍ରିପାଠୀ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅନୁପ ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri