Posted inଜାତୀୟ

ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ

ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର ୧୦ ମାସ ପରେ ସ୍ତ୍ରୀ ତାଙ୍କ ସହିତ ରହିବା ପାଇଁ ପ୍ରସ୍ତୁତ ନ ଥିଲେ। ଫଳରେ ସେ ତାଙ୍କ ବାପଘରେ ଯାଇ ରହିଲେ। ବର୍ତ୍ତମାନ ସେ ଦ୍ୱିତୀୟ ବିବାହ କରିଛନ୍ତି। ଯେତେବେଳେ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ସେତେବେଳେ ସେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଯୁବକ ଜଣକ ଏହି ଭିଡିଓ ନେଇ ପୋଲିସ ନିକଟରେ ନ୍ୟାୟ ପାଇଁ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।

କାନପୁରର ବାବୁପୁରଓ୍ବାରେ ରହୁଥିବା ଅମିତ ଶର୍ମା କହିଛନ୍ତି, ଗୋବିନ୍ଦନଗର ବସ୍ତିରେ ରହୁଥିବା ରୁଚି ବର୍ମାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁଇଜଣ ୪ ଜୁନ୍‌ ୨୦୨୦ରେ ଆର୍ଯ୍ୟସମାଜରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। କରୋନା ମହାମାରୀ ଯୋଗୁ ଏହି ବିବାହରେ ପରିବାରର ୫ ସଦସ୍ୟ ଉପସ୍ଥିତ ଥିଲେ। ଆର୍ଯ୍ୟସମାଜରେ ହୋଇଥିବା ବିବାହ ସାର୍ଟିଫିକେଟ ମଧ୍ୟ ତାଙ୍କ ନିକଟରେ ଅଛି।

ଅମିତ କହିଛନ୍ତି, ପ୍ରେମ ବିବାହ ପରେ ପରେ ଦୁହେଁ ବେଶ୍‌ ହସଖୁସିରେ ଜୀବନ ଆରମ୍ଭ କରିଥିଲେ। ବିବାହର ୪ ମାସ ପରେ ୨୩ ଡିସେମ୍ବରରେ ତାଙ୍କ ଶାଶୁ ଅର୍ଥାତ୍‌ ରୁଚିଙ୍କ ମା’ ଘରକୁ ଆସିଥିଲେ। ସେ ତାଙ୍କ ଝିଅକୁ ସାଥୀରେ ନେବା ପାଇଁ ଚାହିଁଥିଲେ। ରୁଚି ଯିବା ସମୟରେ ତାଙ୍କ ଘରୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ଜିନିଷ ମଧ୍ୟ ସାଥୀରେ ନେଇଥିଲେ। ବାପଘରେ କିଛିଦିନ ରହିବା ପରେ ଅମିତ ତାଙ୍କୁ ଫୋନ୍‌ କରିବାରୁ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଏହା ପରେ ରୁଚିଙ୍କୁ ଆଣିବା ପାଇଁ ସେ ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ମାତ୍ର ରୁଚି ଆଉ ତାଙ୍କ ସାଙ୍ଗରେ ଯିବେନି ବୋଲି ଜିଦ୍‌ ଧରିଥିଲେ। ସେ ଫେରି ଆସିଥିଲେ।

ଅମିତ କହିଛନ୍ତି, ମୁଁ ଫେରି ଆସିବାର ୩ ଦିନ ପରେ ରୁଚିଙ୍କର ଆଉ ଜଣଙ୍କ ସହ ବିବାହ ହୋଇଛି। ଏହା ଜାଣିବା ପରେ ମୋର ବିଶ୍ୱାସ ହୋଇ ନ ଥିଲା। ସତ ଜାଣିବା ପାଇଁ ଆର୍ଯ୍ୟସମାଜ ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ରୁଚିଙ୍କ ଦ୍ୱିତୀୟ ବିବାହ ଭିଡିଓ ମିଳିଥିଲା। ଯାହା ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲା।

ଅମିତ ପୋଲିସକୁ କହିଛନ୍ତି, ଜୁଲାଇ ୨ରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହାକୁ ମିଶାଇ ରୁଚି ୩ ଥର ବିବାହ କରିସାରିଲେଣି। ପୋଲିସ ପୂରା ମାମଲାର ତଦନ୍ତ କରୁଛି। ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri