Posted inଜାତୀୟ

ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ

ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର ୧୦ ମାସ ପରେ ସ୍ତ୍ରୀ ତାଙ୍କ ସହିତ ରହିବା ପାଇଁ ପ୍ରସ୍ତୁତ ନ ଥିଲେ। ଫଳରେ ସେ ତାଙ୍କ ବାପଘରେ ଯାଇ ରହିଲେ। ବର୍ତ୍ତମାନ ସେ ଦ୍ୱିତୀୟ ବିବାହ କରିଛନ୍ତି। ଯେତେବେଳେ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ସେତେବେଳେ ସେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଯୁବକ ଜଣକ ଏହି ଭିଡିଓ ନେଇ ପୋଲିସ ନିକଟରେ ନ୍ୟାୟ ପାଇଁ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।

କାନପୁରର ବାବୁପୁରଓ୍ବାରେ ରହୁଥିବା ଅମିତ ଶର୍ମା କହିଛନ୍ତି, ଗୋବିନ୍ଦନଗର ବସ୍ତିରେ ରହୁଥିବା ରୁଚି ବର୍ମାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁଇଜଣ ୪ ଜୁନ୍‌ ୨୦୨୦ରେ ଆର୍ଯ୍ୟସମାଜରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। କରୋନା ମହାମାରୀ ଯୋଗୁ ଏହି ବିବାହରେ ପରିବାରର ୫ ସଦସ୍ୟ ଉପସ୍ଥିତ ଥିଲେ। ଆର୍ଯ୍ୟସମାଜରେ ହୋଇଥିବା ବିବାହ ସାର୍ଟିଫିକେଟ ମଧ୍ୟ ତାଙ୍କ ନିକଟରେ ଅଛି।

ଅମିତ କହିଛନ୍ତି, ପ୍ରେମ ବିବାହ ପରେ ପରେ ଦୁହେଁ ବେଶ୍‌ ହସଖୁସିରେ ଜୀବନ ଆରମ୍ଭ କରିଥିଲେ। ବିବାହର ୪ ମାସ ପରେ ୨୩ ଡିସେମ୍ବରରେ ତାଙ୍କ ଶାଶୁ ଅର୍ଥାତ୍‌ ରୁଚିଙ୍କ ମା’ ଘରକୁ ଆସିଥିଲେ। ସେ ତାଙ୍କ ଝିଅକୁ ସାଥୀରେ ନେବା ପାଇଁ ଚାହିଁଥିଲେ। ରୁଚି ଯିବା ସମୟରେ ତାଙ୍କ ଘରୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ଜିନିଷ ମଧ୍ୟ ସାଥୀରେ ନେଇଥିଲେ। ବାପଘରେ କିଛିଦିନ ରହିବା ପରେ ଅମିତ ତାଙ୍କୁ ଫୋନ୍‌ କରିବାରୁ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଏହା ପରେ ରୁଚିଙ୍କୁ ଆଣିବା ପାଇଁ ସେ ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ମାତ୍ର ରୁଚି ଆଉ ତାଙ୍କ ସାଙ୍ଗରେ ଯିବେନି ବୋଲି ଜିଦ୍‌ ଧରିଥିଲେ। ସେ ଫେରି ଆସିଥିଲେ।

ଅମିତ କହିଛନ୍ତି, ମୁଁ ଫେରି ଆସିବାର ୩ ଦିନ ପରେ ରୁଚିଙ୍କର ଆଉ ଜଣଙ୍କ ସହ ବିବାହ ହୋଇଛି। ଏହା ଜାଣିବା ପରେ ମୋର ବିଶ୍ୱାସ ହୋଇ ନ ଥିଲା। ସତ ଜାଣିବା ପାଇଁ ଆର୍ଯ୍ୟସମାଜ ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ରୁଚିଙ୍କ ଦ୍ୱିତୀୟ ବିବାହ ଭିଡିଓ ମିଳିଥିଲା। ଯାହା ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲା।

ଅମିତ ପୋଲିସକୁ କହିଛନ୍ତି, ଜୁଲାଇ ୨ରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହାକୁ ମିଶାଇ ରୁଚି ୩ ଥର ବିବାହ କରିସାରିଲେଣି। ପୋଲିସ ପୂରା ମାମଲାର ତଦନ୍ତ କରୁଛି। ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କ ଲଣ୍ଠନ ଧରିଲେ ଜେଡିୟୁ ନେତା

ପାଟନା,୩ ।୭: ବିହାର ରାଜନୀତିରେ ଏବେ ବି ସରଗରମ ଲାଗି ରହିଛି । ଶନିବାର ଜନତାଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ସିଂ...

ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଛାଡି ନୂଆ ଆପ୍‌ ବ୍ୟବହାର କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର,୨୪।୧: ହ୍ବାଟସଆପ୍‌ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଲିକ୍‌ ହେଉଥିବା ଜଣାପଡିବା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୋଦି, ଶାହା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପରେ ଭାଜପା ନିଜ ଷ୍ଟାର ପ୍ରଚାରକ ତାଲିକା ବୁଧବାର ଘୋଷଣା କରିଛି।...

ପ୍ରଥମ ଦିନରେ ଭାଜପା ରୋଷେଇ ଘରେ କରିଛି ମହଙ୍ଗା ମାଡ଼: ରଣଦୀପ୍‌

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ନେବାର ପ୍ରଥମ ଦିନରେ ରୋଷେଇଘରେ ମହଙ୍ଗା ମାଡ଼ କରିଛି। ଏନେଇ ଶନିବାର କଂଗ୍ରେସ ପକ୍ଷରୁ ରଣଦୀପ୍‌ ସିଂ...

୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ...

ଏୟାର ଇଣ୍ଡିଆ ଖାଦ୍ୟରେ ଗୋଡ଼ି

ନୂଆଦିଲ୍ଲୀ,୧୧ା୧: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ବଦ୍‌ନାମ ହୋଇଥିବାବେଳେ ଏବେ ବିମାନରେ ପରିବେଷଣ କରାଯାଉଥିବା ଖାଦ୍ୟରେ ଗୋଡ଼ି ବାହାରିଥିବା...

୩୦ କୋଟିଙ୍କୁ ଦିଆଯିବ କରୋନା ଟିକା: ଏକକାଳୀନ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର...

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ...

Advertisement
Archives

Model This Week