Posted inଜାତୀୟ

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ ତାଙ୍କ ସ୍ବାମୀଙ୍କର ଦୁଇଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗିପଡ଼ି ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିଥିଲା ସେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରୁ। ଏଥିରେ ଲେଖାଥିଲା, ମୁଁ ଚାହୁଁଥିଲି ସ୍ବାମୀଙ୍କ ସହ ମୋ’ର ଅନ୍ତିମ ସଂସ୍କାର ହେଉ ବୋଲି।
ମହିଳା ଜଣଙ୍କ ଯେତେବେଳେ ମଲ୍‌ର ତୃତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କରୁଥିଲେ କେତେକ କର୍ମଚାରୀ ତାଙ୍କୁ ରକ୍ଷା କରିବା ପାଇଁ ଦୌଡ଼ି ଯାଇଥିଲେ। ମାତ୍ର ଅଟକାଇ ପାରି ନ ଥିଲେ। ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା।
ସୂଚନାଯୋଗ୍ୟ, ୧୫ ଦିନ ପୂର୍ବରୁ ସାନିଆ ସୁମନ ଉଜୈନ ନିବାସୀ ଶୁଭମ୍‌ ଖଣ୍ଡେଲ୍‌ଓ୍ବାଲଙ୍କୁ ବିବାହ କରିଥିଲେ। ଦୁଇଦିନ ପୂର୍ବରୁ ଶୁଭମ୍‌ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଚାହୁଁଥିଲେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ଅନ୍ତିମ ସଂସ୍କାର ହେଉ। ତେଣୁ ସେ ଏପରି ପଦକ୍ଷେପ ନେଇଥିଲେ। ସାନିଆଙ୍କ ନିକଟରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟରୁ ପିତାଙ୍କ ଫୋନ୍‌ ନମ୍ବର ମିଳିଥିଲା। ତାଙ୍କ ସହ କଣ୍ଟାକ୍ଟ କରି ମେଡିକାଲକୁ ଡାକିଥିଲେ ଉଦ୍ଧାରକାରୀମାନେ।
ଜଣେ ମଲ୍‌ କର୍ମଚାରୀ କୁହନ୍ତି, ଶନିବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ସେମାନେ ସମସ୍ତେ କାମରେ ଲାଗିଥିବା ବେଳେ ଅଚାନକ ଜଣେ ପାଟି କରିବାକୁ ଲାଗିଲେ। ଦେଖିଲା ବେଳକୁ ଏହି ମହିଳା ଜଣକ ମଲ୍‌ର ତୃତୀୟ ମହଲାରେ ଠିଆ ହୋଇ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହଁୁଥିଲେ। ସମସ୍ତେ ଦୌଡ଼ି ଯାଇଥିଲେ ମଧ୍ୟ କେହି ଅଟକାଇ ପାରି ନ ଥିଲେ। ସେ ତଳକୁ ଡେଇଁ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୋଲିସ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri