Posted inଜାତୀୟ

ମହାରାଷ୍ଟ୍ରରେ ହଟିଲା ବିଧବା ପ୍ରଥା

ମୁମ୍ବାଇ, ୨୦ା୫:ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ରାଜ୍ୟରେ ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି। ଏଭଳି ପ୍ରଥା ଯୋଗୁ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆସିବା ସହ ମାନବାଧିକାର ଉଲ୍ଲଂଘନ ହେଉଛି। ତେଣୁ ବର୍ତ୍ତମାନର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ଏହାର କୌଣସି ସ୍ଥାନ ନାହିଁ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ୍‌ ଏମ୍‌. ମୁଶ୍ରିଫ୍‌ ଗୁରୁବାର ଏ ନେଇ ସର୍କୁଲାର ଜାରି କରି ପ୍ରତ୍ୟେକ ପଞ୍ଚାୟତରେ ଲାଗୁ କରିବାକୁ କହିଛନ୍ତି। କୋହ୍ଲାପୁର ଜିଲାର ମାନ୍‌ଗାଁ ଏବଂ ହରଓ୍ବାଡ୍‌ ଦୁଇ ଛୋଟ ଗ୍ରାମ ବିଧବା ପ୍ରଥା ଭଳି ଅମାନବୀୟ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଗତ ୪ ତାରିଖରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଏଥିସହ ସ୍ଥାନୀୟ ଲୋକେ ହରଓ୍ବାଡ୍‌ ପଞ୍ଚାୟତରେ ଏଭଳି ପ୍ରଥା ବନ୍ଦ ମଧ୍ୟ କରାଇଥିଲେ। ଅନ୍ୟ ପଞ୍ଚାୟତଗୁଡ଼ିକ ହରଓ୍ବାଡ୍‌କୁ ଉଦାହରଣ ଭାବେ ନିଅନ୍ତୁ ବୋଲି ରାଜ୍ୟ ସରକାର କହିଛନ୍ତି। ପ୍ରଚଳିତକ ପ୍ରଥା ଅନୁସାରେ କୌଣସି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଲେ ସେ ସିନ୍ଦୁର, ଚୁଡ଼ି କାଢ଼ିବା ସହ ରଙ୍ଗୀନ ଶାଢ଼ୀ ପିନ୍ଧିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଭଳି ରୀତିନୀତି ରହିଛି। ଏଣିକି ବିଧବା ମହିଳାମାନେ ମୁକ୍ତ ଭାବେ ସେମାନଙ୍କ ଜୀବନ ବଞ୍ଚିପାରିବେ ବୋଲି ଶିବସେନା ମୁଖପାତ୍ର ମନିଷ କାୟାନ୍ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠୁ ଜନବହୁଳ ଦେଶ ହେବ ଭାରତ

ନୂଆଦିଲ୍ଲୀ,୧୧।୭: ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚାଇନାକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ...

କଂଗ୍ରେସ ନେତା ଅର୍ଚ୍ଚନା ଗୌତମଙ୍କ ଭିଡିଓ ଭାଇରାଲ, ତିରୁପତି ବାଲାଜୀ ମନ୍ଦିର କର୍ମଚାରୀଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

ଲକ୍ଷ୍ନୌ,୬ ।୯: ଉତ୍ତର ପ୍ରଦେଶର ହସ୍ତିନାପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ଅଭିନେତ୍ରୀ ଅର୍ଚ୍ଚନା ଗୌତମ ଆନ୍ଧ୍ର ପ୍ରଦେଶ ସ୍ଥିତ ତିରୁପତି ବାଲାଜୀ...

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ...

ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ...

ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ

ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ...

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦...

୧୨ ଦେଶରେ ଚିଦାମ୍ବରମ୍‌ଙ୍କ ୧୭ ଆକାଉଣ୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍‌ ଓ୍ବେବ୍‌...

Advertisement
Archives

Model This Week