ବନୀକରଣ ନାଁରେ ଡିଏମ୍‌ଏଫ୍‌ ପାଣ୍ଠି ହରିଲୁଟ୍‌

ଯାଜପୁର ଅଫିସ,୨୦ା୫: ଖଣିଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭେଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ-୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଗଠିତ ହୋଇଛି। ଏହି ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ପାନୀୟଜଳ ବ୍ୟବସ୍ଥାକୁ ଅଗ୍ରାଧିକାର ଭିିତ୍ତିରେ ସୁବନ୍ଦୋବସ୍ତ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ହେଲେ ଯାଜପୁର ଜିଲାରେ ଓଏଫ୍‌ଡିସି(ଓଡ଼ିଶା ଫରେଷ୍ଟ ଡେଭେଲପ୍‌ମେଣ୍ଟ କର୍ପୋରେଶନ) ଦ୍ୱାରା ବନୀକରଣ ନାମରେ ଏହି ପାଣ୍ଠିର ସିଂହଭାଗ ମିଳିମିଶି ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି।
ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବରେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରତିବର୍ଷ ବନୀକରଣ ନାଁରେ ଅନେକ କୋଟି ଟଙ୍କା ଅନୁଦାନ ଆସୁଛି। ହେଲେ ଉପଯୁକ୍ତ ବନୀକରଣ ହେଉ ନ ଥିବାରୁ ତା’ର ସଫଳତା ମିଳୁନାହିଁ। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ, ଡିଏମ୍‌ଏଫ୍‌ ପାଣ୍ଠିକୁ ଓଏଫ୍‌ଡିସି ଜରିଆରେ ୪ଟି ବନୀକରଣ ପ୍ରକଳ୍ପରେ ୭.୬୬୧୩ କୋଟି ଟଙ୍କା ବିନିଯୋଗ କରାଯାଇଛି। ହେଲେ ଏହି ବିପୁଳ ଅର୍ଥ ବିନିଯୋଗ ଅନୁପାତରେ ବନୀକରଣ ଠିକ୍‌ ଭାବେ ହୋଇ ନ ଥିବା ଦେଖିବାକୁ ମିଳୁଛି। ୨୦୨୦-୨୧ ବର୍ଷରେ ଦାନଗଦୀଠାରୁ ଟୋଲକାନି ୨୫ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ହଜାର ଗଛ ଲଗାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୨.୨୧୩୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଚାଲୁ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଳ୍ପ ଗଛ ଲଗାଯାଇଛି। ହେଲେ ସେହି ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଅଧିକାଂଶ ମରିଯାଉଥିବା ଦେଖିବାକୁ ମିଳିଛି। ବାହାରୁ ଗଛ ଆଣି ଚଢ଼ାଦରରେ ବିଲ୍‌ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ସେହିପରି ସୁକିନ୍ଦା ବ୍ଲକ ସୁକିନ୍ଦାଠାରୁ ଅଶୋକଝର, ସୁକିନ୍ଦାଠାରୁ ହାତୀବାଡି, ଆମ୍ବସାର ଛକଠାରୁ ଢେଙ୍କାନାଳ ଜିଲା ସୀମାନ୍ତ ଏବଂ ବଙ୍ଗଲୋ ଛକଠାରୁ ହାତୀବାରି ରାସ୍ତାରେ ୨୫ ହଜାର ଗଛ ବନୀକରଣ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ୨୦୨୦-୨୧ ବର୍ଷରେ ୨.୭୬୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ବାସ୍ତବରେ ସେଠାରେ ୪/୫ ବର୍ଷ ତଳେ ଯେଉଁ ବନୀକରଣ ହୋଇଥିଲା ସେତିକି, ଏହାପରେ ଆଉ କୌଣସି ଗଛ ଲଗାଯାଇନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଥିରୁ ସମୁଦାୟ ଡିଏମ୍‌ଏଫ୍‌ ପାଣ୍ଠି ଚଳୁ କରିବାକୁ ମସୁଧା ଚାଲିଥିବା ସନ୍ଦେହ କରାଯାଉଛି। ଯାଜପୁର ଚୋର୍ଦ୍ଦାଠାରୁ ଡୁବୁରି ପର୍ଯ୍ୟନ୍ତ ନୂଆ ନିର୍ମାଣ ରାସ୍ତାରେ ୪ ହଜାର ଗଛ ଲଗାଇବାକୁ ୨୦୨୦-୨୧ ବର୍ଷରେ ୪୪ ଲକ୍ଷ ୨୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ହାତଗଣତି ଗଛ ଲଗାଯାଇଥିବା ଦେଖିବାକୁ ମିଳିଛି। ବାକି ଗଛ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଦାନଗଦୀ ତହସିଲ ଅନ୍ତର୍ଗତ ଗୋଡ଼ିଗୋଠ ଏବଂ ରମ୍ପିଲୋ ମୌଜାରେ ୩୦ ହଜାର ଗଛ ଲଗାଇବାକୁ ୨.୨୩୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ନିର୍ଦ୍ଧାରିତ ଗଛ ସେଠାରେ ଦେଖିବାକୁ ମିଳିନାହିଁ। ଏହି ଦାୟିତ୍ୱରେ ଥିବା ଅଧିକାରୀ ଚଞ୍ଚକତା କରି ଡିଏମ୍‌ଏଫ୍‌ ପାଣ୍ଠିକୁ ହେରାଫେରି କରିଥିବା ସନ୍ଦେହ କରାଯାଇଛି। ଡିଏମ୍‌ଏଫ୍‌ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରକଳ୍ପ ପରିଦର୍ଶନରେ ଯାଇ ଠିକ୍‌ ରିପୋର୍ଟ ଦେଇ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏକପ୍ରକାର ସହଯୋଗ କରୁଛନ୍ତି। ଏହିସବୁ ପ୍ରକଳ୍ପର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ହେଉଛି।
ଏ ସଂକ୍ରାନ୍ତରେ ଓଏଫ୍‌ଡିସିର ଏସ୍‌ଡିଏମ୍‌ ଶୁଭଲକ୍ଷ୍ମୀ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, କୌଣସି ପ୍ରକଳ୍ପରେ ଅନିୟମିତତା ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ନିରୀକ୍ଷଣ କରାଯାଇ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?