Posted inଜାତୀୟ

ମସ୍‌ଜିଦରେ ଶେଷନାଗ ଫଣା, ତ୍ରିଶୂଳ

ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍‌ଜିଦ ବିବାଦ ଜୋର୍‌ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଜ୍ଞାନବାପି ମସ୍‌ଜିଦ ଏବଂ ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ଥିବା ଇଦ୍‌ଗା ମସ୍‌ଜିଦକୁ ନେଇ ବିବାଦ କୋର୍ଟରେ ପହଞ୍ଚତ୍ଛି।
ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଶିବଲିଙ୍ଗ ରହିଥିବା ସର୍ଭେରୁ ଜଣାପଡ଼ିବା ପରେ ଏହାକୁ ସୁରକ୍ଷିତ ରଖିବା ଲାଗି ସ୍ଥାନୀୟ ଅଦାଲତ ଏବଂ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ମସ୍‌ଜିଦରେ ଶେଷନାଗଙ୍କ ଫଣା, ତ୍ରିଶୂଳ, ଡମ୍ବରୁ ଏବଂ ପଦ୍ମ ରହିଥିବା ସ୍ବତନ୍ତ୍ର କୋର୍ଟ କମିଶନର ବିଶାଳ ସିଂ ଏବଂ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ରା କହିଛନ୍ତି। ଗୁରୁବାର ହିନ୍ଦୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ବାରାଣସୀ କୋର୍ଟରେ ହାଜର ହୋଇ ଉପରୋକ୍ତ ମତ ରଖିଛନ୍ତି। ମନ୍ଦିର ଭଗ୍ନାବଶେଷ ଭଳି ଜଣାପଡ଼ୁଥିବା ପଥର ଖଣ୍ଡଗୁଡ଼ିକରୁ ଶେଷନାଗଙ୍କ ଫଣା ରହିଥିବା ଜଣାପଡ଼ିଛି। ଏହି ଭଗ୍ନାବଶେଷ ୫୦୦ରୁ ୬୦୦ ବର୍ଷର ପୁରୁଣା ବୋଲି କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବା ପରେ ଅଜୟ ଗଣମାଧ୍ୟମକୁ କହିଛନ୍ତି। ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୩କୁ ଧାର୍ଯ୍ୟ କରାଯାଇଛି। ଗୁରୁବାର ଉଭୟ ପକ୍ଷ ସ୍ଥାନୀୟ ଅଦାଲତରେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ଦୃଷ୍ଟିରୁ ତଳ କୋର୍ଟ ଏହି ମାମଲାରେ ଶୁକ୍ରବାର ପର୍ଯ୍ୟନ୍ତ ଆଗେଇ ପାରିବେ ନାହିଁ। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣି ୨୩କୁ ଧାର୍ଯ୍ୟ କରାଗଲା ବୋଲି ହିନ୍ଦୁ ପକ୍ଷ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଓକିଲ ଅଭୟ ଯାଦବ କହିଛନ୍ତି, ପ୍ରତିପକ୍ଷ ମସ୍‌ଜିଦ ପରିସରରେ ଥିବା ଏକ କାନ୍ଥ ଭାଙ୍ଗିବା ପାଇଁ କୋର୍ଟ କମିଟି ଗଠନ କରିବାକୁ ଆବେଦନ କରିଥିଲେ। ତାହାକୁ ସେ ବିରୋଧ କରିଥିବା କହିଛନ୍ତି।
ଜ୍ଞାନବାପି ମସ୍‌ଜିଦକୁ ନେଇ ବିବାଦ ଦେଖାଦେବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏହାର ୩ ଦିନିଆ ଭିଡିଓ ସର୍ଭେ କରାଯାଇଥିଲା, ଯେଉଁଥିରେ ଅଜୟ ମିଶ୍ରା ସାମିଲ ଥିଲେ। ମସ୍‌ଜିଦ ପରିସରରେ ଗମ୍ବୁଜାକୃତି ଢାଞ୍ଚା ରହିଥିଲେ ମଧ୍ୟ ସେ ରିପୋର୍ଟରେ ଏହା ଉଲ୍ଲେଖ କରିନାହାନ୍ତି। ଉକ୍ତ ଢାଞ୍ଚା ହିନ୍ଦୁମାନଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଶିବ ଲିଙ୍ଗ ବୋଲି ଦାବି ହେଉଥିବାବେଳେ ମସ୍‌ଜିଦ କମିଟି ଏହାକୁ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ବିଚାରପତି ୫୦ ମାମଲା ସମାଧାନ କଲେ ପୁଣି ୧୦୦ ନୂଆ ଦାଖଲ ହେଉଛି, କହିଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଜଣେ ବିଚାରପତି ୫୦ ଟି ମାମଲା...

ଅଖିଳେଶଙ୍କ ନିମନ୍ତ୍ରଣ ରକ୍ଷା କଲେନି ଶିବପାଲ-ଜୟନ୍ତ-ପଲ୍ଲବୀ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବାର ୨୦ଦିନ ପରେ ମଙ୍ଗଳବାର ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ନିଜ ସହଯୋଗୀ ଦଳଙ୍କ ସହ ଏକ ବୈଠକ ଆୟୋଜିତ...

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ...

ପଞ୍ଜାବରେ ଟୁଇଷ୍ଟ: ଏଏପି ସହ ମେଣ୍ଟ କରିବେ ବଲବୀର!

ଚଣ୍ଡିଗଡ଼,୨୫ ।୧୨: ପଞ୍ଜାବର କୃଷକ ସଙ୍ଗଠନ ବଳବୀର ସିଂ ରାଜେୱାଲଙ୍କୁ ୟୁନାଇଟେଡ ଫ୍ରଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ଚାଇନା ଗୁଡି ସୂତା ନେଲା ଆଉ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୩ ।୮: ରାଜଧାନୀ ଦିଲ୍ଲୀରେ ଚାଇନା ଗୁଡି ଉଡାଇବା ଘଟଣା କମିବାର ନାଁ ନେଉନି । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ...

୨୦-୨୫ ଆସନରେ କ୍ଷତି ସହିବ ଦଳ: ଟିକଟ ପାଇ ନ ଥିବା ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ..

ହୁବଲୀ,୧୫।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଏକ ବିଦ୍ରୋହୀ ମନୋଭାବ ଗ୍ରହଣ କରିଛନ୍ତି। ସେ କହିଛନ୍ତି ତାଙ୍କୁ ଟିକଟ ନ ମିଳିବା ଦ୍ୱାରା...

ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ଲକ୍ଷ୍ନୌ,୮ ।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ଏହି...

ସେପ୍ଟେମ୍ବରରେ ନୋଭାଭାକ୍ସ

ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍‌ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍‌ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି।...

Advertisement
Archives

Model This Week