Posted inଜାତୀୟ

ମସ୍‌ଜିଦରେ ଶେଷନାଗ ଫଣା, ତ୍ରିଶୂଳ

ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍‌ଜିଦ ବିବାଦ ଜୋର୍‌ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଜ୍ଞାନବାପି ମସ୍‌ଜିଦ ଏବଂ ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ଥିବା ଇଦ୍‌ଗା ମସ୍‌ଜିଦକୁ ନେଇ ବିବାଦ କୋର୍ଟରେ ପହଞ୍ଚତ୍ଛି।
ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଶିବଲିଙ୍ଗ ରହିଥିବା ସର୍ଭେରୁ ଜଣାପଡ଼ିବା ପରେ ଏହାକୁ ସୁରକ୍ଷିତ ରଖିବା ଲାଗି ସ୍ଥାନୀୟ ଅଦାଲତ ଏବଂ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ମସ୍‌ଜିଦରେ ଶେଷନାଗଙ୍କ ଫଣା, ତ୍ରିଶୂଳ, ଡମ୍ବରୁ ଏବଂ ପଦ୍ମ ରହିଥିବା ସ୍ବତନ୍ତ୍ର କୋର୍ଟ କମିଶନର ବିଶାଳ ସିଂ ଏବଂ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ରା କହିଛନ୍ତି। ଗୁରୁବାର ହିନ୍ଦୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ବାରାଣସୀ କୋର୍ଟରେ ହାଜର ହୋଇ ଉପରୋକ୍ତ ମତ ରଖିଛନ୍ତି। ମନ୍ଦିର ଭଗ୍ନାବଶେଷ ଭଳି ଜଣାପଡ଼ୁଥିବା ପଥର ଖଣ୍ଡଗୁଡ଼ିକରୁ ଶେଷନାଗଙ୍କ ଫଣା ରହିଥିବା ଜଣାପଡ଼ିଛି। ଏହି ଭଗ୍ନାବଶେଷ ୫୦୦ରୁ ୬୦୦ ବର୍ଷର ପୁରୁଣା ବୋଲି କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବା ପରେ ଅଜୟ ଗଣମାଧ୍ୟମକୁ କହିଛନ୍ତି। ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୩କୁ ଧାର୍ଯ୍ୟ କରାଯାଇଛି। ଗୁରୁବାର ଉଭୟ ପକ୍ଷ ସ୍ଥାନୀୟ ଅଦାଲତରେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ଦୃଷ୍ଟିରୁ ତଳ କୋର୍ଟ ଏହି ମାମଲାରେ ଶୁକ୍ରବାର ପର୍ଯ୍ୟନ୍ତ ଆଗେଇ ପାରିବେ ନାହିଁ। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣି ୨୩କୁ ଧାର୍ଯ୍ୟ କରାଗଲା ବୋଲି ହିନ୍ଦୁ ପକ୍ଷ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଓକିଲ ଅଭୟ ଯାଦବ କହିଛନ୍ତି, ପ୍ରତିପକ୍ଷ ମସ୍‌ଜିଦ ପରିସରରେ ଥିବା ଏକ କାନ୍ଥ ଭାଙ୍ଗିବା ପାଇଁ କୋର୍ଟ କମିଟି ଗଠନ କରିବାକୁ ଆବେଦନ କରିଥିଲେ। ତାହାକୁ ସେ ବିରୋଧ କରିଥିବା କହିଛନ୍ତି।
ଜ୍ଞାନବାପି ମସ୍‌ଜିଦକୁ ନେଇ ବିବାଦ ଦେଖାଦେବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏହାର ୩ ଦିନିଆ ଭିଡିଓ ସର୍ଭେ କରାଯାଇଥିଲା, ଯେଉଁଥିରେ ଅଜୟ ମିଶ୍ରା ସାମିଲ ଥିଲେ। ମସ୍‌ଜିଦ ପରିସରରେ ଗମ୍ବୁଜାକୃତି ଢାଞ୍ଚା ରହିଥିଲେ ମଧ୍ୟ ସେ ରିପୋର୍ଟରେ ଏହା ଉଲ୍ଲେଖ କରିନାହାନ୍ତି। ଉକ୍ତ ଢାଞ୍ଚା ହିନ୍ଦୁମାନଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଶିବ ଲିଙ୍ଗ ବୋଲି ଦାବି ହେଉଥିବାବେଳେ ମସ୍‌ଜିଦ କମିଟି ଏହାକୁ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri