Posted inଜାତୀୟ

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ୨୦୨୬ ମାର୍ଚ୍ଚରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ ଶାହଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ। ଦୁଇ ଦିନିଆ ରାଜକୀୟ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଥିବା ବେଳେ ଭିତ୍ତିଭୂମି ସମ୍ପର୍କିତ ୬ଟି ବଡ଼ ପ୍ରକଳ୍ପକୁ ଆଗକୁ ବଢ଼ାଇବା ନେଇ ସହମତି ହୋଇଛି।

ବୈଠକ ପରେ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦି ନେପାଳର ଦୀର୍ଘକାଳୀନ ବିକାଶ ଏବଂ ୨୦୨୬ ଅଗଷ୍ଟରେ ହୋଇଥିବା ଭୟଙ୍କର ବନ୍ୟା ପରେ ପୁନର୍ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ସ୍ୱତନ୍ତ୍ର ବିକାଶ ସହଯୋଗ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା। ଅନ୍ୟପକ୍ଷରେ, ବିପର୍ଯ୍ୟୟ ଓ କଠିନ ସମୟରେ ଭାରତ ନେପାଳ ପାଇଁ ‘ପ୍ରଥମ ସହାୟତାକାରୀ’ ଭାବେ ଠିଆ ହୋଇଥିବାରୁ ବାଲେନ ଶାହ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଭାରତ-ନେପାଳ ସମ୍ପର୍କ ହିମାଳୟ ପରି ଅଟଳ ଏବଂ ମହାସାଗର ପରି ବିଶାଳ। ଏହି ସମ୍ପର୍କର ମୂଳଦୁଆ ପାରସ୍ପରିକ ସମ୍ମାନ ଓ ଅତୁଟ ବିଶ୍ୱାସ ଉପରେ ଆଧାରିତ ବୋଲି ସେ କହିଛନ୍ତି।

ଧାର୍ମିକ ପର୍ଯ୍ୟଟନ ଓ ସୀମାପାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ନେତା ଉତ୍ତରପ୍ରଦେଶର ଅଯୋଧ୍ୟା ଓ ନେପାଳର ଜନକପୁର ଧାମକୁ ସଂଯୋଗ କରୁଥିବା ‘ସରୟୂ-କମଳା ଏକ୍ସପ୍ରେସ୍‌’ ଯାତ୍ରୀବାହୀ ଟ୍ରେନ୍‌କୁ ଭର୍ଚୁଆଲ୍‌ ମାଧ୍ୟମରେ ସବୁଜ ପତାକା ଦେଖାଇଛନ୍ତି। ଏହା ସହ ଉତ୍ତରାଖଣ୍ଡର ଧାରଚୁଲା ଓ ନେପାଳର ଦାର୍ଚୁଲାକୁ ସଂଯୋଗ କରୁଥିବା ମୋଟର ଚଳାଚଳ ଉପଯୋଗୀ ସଡ଼କ ସେତୁର ଉଦ୍‌ଘାଟନ କରାଯାଇଛି । ବାଣିଜ୍ୟ କାରବାରକୁ ସହଜ କରିବା ପାଇଁ ଉତ୍ତରାଖଣ୍ଡର ବନବସାଠାରେ ଏକ ନୂତନ ଏକୀକୃତ ଯାଞ୍ଚ କେନ୍ଦ୍ର (ICP)ର ଶିଳାନ୍ୟାସ ମଧ୍ୟ କରାଯାଇଛି।

ଶକ୍ତି କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିବା ଲକ୍ଷ୍ୟରେ ମୋତିହାରୀ-ଅମଲେଖଗଞ୍ଜ ପେଟ୍ରୋଲିୟମ୍‌ ପାଇପ୍‌ଲାଇନ୍‌ର ଦ୍ୱିତୀୟ ପର୍ଯ୍ୟାୟକୁ ଉଭୟ ନେତା ରାଷ୍ଟ୍ରକୁ ସମର୍ପଣ କରିଛନ୍ତି । ଏହା ସହ ପ୍ରସ୍ତାବିତ ସିଲିଗୁଡ଼ି-ଝାପା ପେଟ୍ରୋଲିୟମ୍‌ ପାଇପ୍‌ଲାଇନ୍‌ର ଅଂଶ ଭାବେ ଝାପାଠାରେ ନୂତନ ତୈଳ ସଂରକ୍ଷଣ କେନ୍ଦ୍ର ଏବଂ କୋଶୀ ପ୍ରଦେଶରେ ୬୬୯ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଲୋୟର ଅରୁଣ ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

ଭାରତ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ୮ଟି ବୁଝାମଣାପତ୍ରରେ ସ୍ୱାସ୍ଥ୍ୟ ଓ ଔଷଧ, ଆୟୁର୍ବେଦ ଏବଂ ପାରମ୍ପରିକ ଚିକିତ୍ସା, ଉପଗ୍ରହ ଯୋଗାଯୋଗ ନେଟୱର୍କ, ମହାକାଶ ଓ ସୁରକ୍ଷା ସହଯୋଗ, ସରକାରୀ କର୍ମଚାରୀଙ୍କ ତାଲିମ, ସ୍ଥାୟୀ ସହରୀ ବିକାଶ, ପଶୁପାଳନ ଓ ମତ୍ସ୍ୟଚାଷ ଏବଂ ଫରେନ୍‌ସିକ୍‌ ବିଜ୍ଞାନ କ୍ଷେତ୍ର ରହିଛି। ଗାନ୍ଧୀନଗରସ୍ଥିତ ଜାତୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ ନେପାଳ ପୁଲିସ ମଧ୍ୟରେ ଶିକ୍ଷାଗତ ଗବେଷଣା ସମ୍ପର୍କିତ ସହଯୋଗ ମଧ୍ୟ ଏଥିରେ ସାମିଲ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ଥାନାରେ ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ..

ଭୁବନେଶ୍ୱର,୨୩।୧୧: କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ଜେଲ୍ ଡିଜି…

ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ…

ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର…

ଜିତିବା ଟେଷ୍ଟ ଡ୍ର’କୁ ନେଇ ଗାଙ୍ଗୁଲି ଉଠାଇଲେ ବଡ଼ ପ୍ରଶ୍ନ: ଗମ୍ଭୀରଙ୍କୁ ଘେରିଲେ

ନୂଆଦିଲ୍ଲୀ,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଦଳର ରଣନୀତିକୁ ନେଇ ଉଠିଛି ପ୍ରଶ୍ନ। ଭାରତୀୟ ଦଳ ପଞ୍ଚମ ଦିନରେ ନିର୍ଦ୍ଧରିତ ସମୟର…

ବାଲେଶ୍ବରରେ ଚାଞ୍ଚଲ୍ୟ, ସ୍କୁଲ ଭିତରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

ବାଲେଶ୍ୱର,୨୩ା୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ପବ୍ଲିକ୍‌ ହାଇସ୍କୁଲ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ସ୍କୁଲ…

ପାକିସ୍ତାନଠୁ ହାରିଲା ଭାରତ: ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାଖରେ ଅଛି ଏହି ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ପାକିସ୍ତାନ ବିପକ୍ଷରେ ଶୋଚନୀୟ ପରାଜୟର ସାମ୍ନା କରିଛି ଇଣ୍ଡିଆ-A ଦଳ। ନଭେମ୍ବର ୨୨ରେ ଦୋହାର ୱେଷ୍ଟ ଏଣ୍ଡ ପାର୍କ…

ବଢିଲା ବୈଭବଙ୍କ ଅଡୁଆ: ଟିମ ଇଣ୍ଡିଆରୁ ପଡ଼ିବେ ବାଦ୍‌ ! ଆସିଲା ସାଂଘାତିକ ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ଭାରତୀୟ ଦଳର ଆରମ୍ଭ ବିଶେଷ ଭଲ ରହିନାହିଁ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ…

୨୦୨୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, କେନ୍ଦୁଝରଗଡ଼ ପୌରପାଳିକାରେ ଯୋଗଦେଲେ ଜିତେନ୍ଦ୍ର

କେନ୍ଦୁଝର,୨୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ୨୦୨୫ ବ୍ୟାଚର ଆଇଏଏସ୍‌ ପ୍ରୋବେସନର ଜିତେନ୍ଦ୍ର କୁମାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?