Posted inଖେଳ

ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ

ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ କରିନାହିଁ। ଏହା ଆଇପିଏଲ ରିଟେନଶନ ଇଭେଣ୍ଟର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା। ତେବେ ଅଧିକ ଟଙ୍କା ପାଇଁ ଆଫଗାନିସ୍ତାନର ଲେଗ୍‌ ସ୍ପିନର ଅକଶନ ପୁଲରେ ସାମିଲ ହେବାକୁ ଥିବା ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ହାଇଦ୍ରାବାଦ ଫ୍ରାଞ୍ଚାଇଜ ସିଇଓ କେ ଶାମି।

“ଏହା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା। କିନ୍ତୁ ଯଦି ଜଣେ ଖେଳାଳି ଅଧିକ ଟଙ୍କା ପାଇଁ ଅକ୍‌ଶନ ପୁଲକୁ ଯିବାକୁ ଚାହାନ୍ତି, ତେବେ ଆମେ ନିଶ୍ଚିତ ଭାବେ ତାଙ୍କ ଇଚ୍ଛାକୁ ସମ୍ମାନ ଦେବୁ। ତାଙ୍କୁ ଠିକ୍‌ ମୂଲ୍ୟରେ ଆମ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବୁ” ବୋଲି ଏସ୍‌ଆରଏଚ୍‌ ମୁଖ୍ୟ କହିଛନ୍ତି।

ରଶିଦଙ୍କୁ ଏସ୍‌ଆର୍‌ଏଚ୍‌ ପ୍ରଥମେ ୨୦୧୭ ଆଇପିଏଲରେ ୪ କୋଟି ଟଙ୍କାରେ କିଣିଥିଲା। ପରବର୍ତ୍ତୀ ସିଜନରେ ରଶିଦଙ୍କ ପାଇଁ ଅକ୍‌ଶନରେ ପଞ୍ଜାବ କିଙ୍ଗ୍ସଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ସନରାଇଜର୍ସ। ଏପରିକି ୯ କୋଟି ଟଙ୍କାରେ ଲେଗ୍‌ ସ୍ପିନରଙ୍କୁ କିଣିବା ପାଇଁ ହାଇଦ୍ରାବାଦକୁ ରାଇଟ୍‌ ଟୁ ମ୍ୟାଚ୍‌ (ଆରଟିଏମ୍‌) କାର୍ଡ ବ୍ୟବହାର କରିବାକୁ ପଡ଼ିଥିଲା। ରଶଦି ହାଇଦ୍ରାବାଦ୍‌ ପାଇଁ ୭୬ ମ୍ୟାଚ୍‌ ଖେଳି ଉଲ୍ଲେଖନୀୟ ଇକୋନୋମି ହାର(୬.୩୩)ରେ ୯୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri