ଗୋପାଳଙ୍କୁ ଗୁଜରାଟ କାହିଁକି ନେଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ,୧୦ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବହିଷ୍କୃତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ବୁଧବାରଠାରୁ ପୁଣି ୫ଦିନିଆ ରିମାଣ୍ଡରେ ଆଣିଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପରେ ତାଙ୍କୁ ରାତିରେ ଗୁଜରାଟ ନିଆଯାଇଥିଲା। ଗୁରୁବାର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍‌ ଫୋରେନ୍‌ସିକ ସାଇନ୍ସ ସର୍ଭିସେସ୍‌ ଲାବରେଟୋରିରେ ଗୋପାଳଙ୍କ ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଛି। ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳଙ୍କ ଏକାଧିକ ମେଡିକାଲ ଟେଷ୍ଟ କରାଯିବ। ତେବେ ଦିଲ୍ଲୀ ସମେତ ଦେଶର କେତେକ ରାଜ୍ୟରେ ନାର୍କୋ ଟେଷ୍ଟର ସୁବିଧା ଥିବାବେଳେ ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଗୋପାଳଙ୍କୁ ତରବରିଆ ଭାବେ ଗୁଜରାଟ ଗାନ୍ଧୀନଗର କାହିଁକି ନିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ନୂଆଦିଲ୍ଲୀର ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି ବିଶେଷଜ୍ଞଙ୍କ ଦ୍ୱାରା ଗତ ୬ତାରିଖରେ ଝାରସୁଗୁଡ଼ାଠାରେ ଅଭିଯୁକ୍ତ ଗୋପାଳଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଓ ଲେୟାର୍ଡ ଭଏସ୍‌ ଆନାଲିସିସ୍‌(ଏଲ୍‌ଭିଏ) ଟେଷ୍ଟ ସମ୍ପନ୍ନ ହୋଇଥିଲା। ଏପରି କି ମାନସିକ ରୋଗ ବିଶେଷଜ୍ଞଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ କରାଯାଇଛି, ଯାହାର ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି। ଗତ ୭ ତାରିଖରେ ଗାନ୍ଧୀନଗରରୁ ଆସିଥିବା ଫୋରେନ୍‌ସିକ ବିଶେଷଜ୍ଞ ଓ କ୍ରାଇମ୍‌ବ୍ରାଞ୍ଚ ମିଳିତ ଭାବେ କ୍ରାଇମ ସିନ୍‌ ରିକ୍ରିଏଶନ କରିଥିଲେ। ତଦନ୍ତ ସମୟରେ ହତ୍ୟାକାଣ୍ଡ କାରଣ ସମ୍ପର୍କିତ ସୁରାକକୁ ମଧ୍ୟ ତର୍ଜମା କରାଯାଇଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ୮ ଜଣିଆ ଟିମ୍‌ ଗାନ୍ଧୀନଗରରେ କ୍ୟାମ୍ପ ପକାଇଥିବା ଜଣାଯାଇଛି। ଡିଏସ୍‌ପି ଦୋରାଙ୍କ ନେତୃତ୍ୱରେ ସେଠାରେ ତଦନ୍ତ କାର୍ଯ୍ୟ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି।
ସିବିଆଇ ତଦନ୍ତ ଆବେଦନ ଖାରଜ କଲେ ହାଇକୋର୍ଟ
କଟକ ଅଫିସ,୯ା୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଆଗତ ଆବେଦନ ଗୁରୁବାର ଖାରଜ ହୋଇଛି। ମାମଲାର ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ଜଣେ ପୂର୍ବତନ ବିଚାରପତି ତଦାରଖ କରୁଛନ୍ତି। ତେଣୁ ଏଭଳିସ୍ଥିତିରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକ ନାହିଁ ବୋଲି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ଏମ୍‌ଏସ୍‌ ରମଣଙ୍କୁ ନେଇ ଗଠିତ ପୀଠ କହିବା ସହ ଆବେଦନକୁ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗତ ୬ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଜଣେ ଏଏସ୍‌ଆଇ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବାରୁ ସେହି ପୋଲିସ ବିଭାଗ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲା ସଭାପତି ସୁବ୍ରତ ଦାଶ ମାମଲା ଦାଏର କରିଥିଲେ। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ମୁଖ୍ୟଶାସନ ସଚିବ, ଗୃହସଚିବ, ପୋଲିସ ମହାନିର୍ଦ୍ଦେଶକ ଓ କ୍ରାଇମ୍‌ବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା l ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?