ଗୋପାଳଙ୍କୁ ଗୁଜରାଟ କାହିଁକି ନେଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ,୧୦ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବହିଷ୍କୃତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ବୁଧବାରଠାରୁ ପୁଣି ୫ଦିନିଆ ରିମାଣ୍ଡରେ ଆଣିଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପରେ ତାଙ୍କୁ ରାତିରେ ଗୁଜରାଟ ନିଆଯାଇଥିଲା। ଗୁରୁବାର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍‌ ଫୋରେନ୍‌ସିକ ସାଇନ୍ସ ସର୍ଭିସେସ୍‌ ଲାବରେଟୋରିରେ ଗୋପାଳଙ୍କ ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଛି। ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳଙ୍କ ଏକାଧିକ ମେଡିକାଲ ଟେଷ୍ଟ କରାଯିବ। ତେବେ ଦିଲ୍ଲୀ ସମେତ ଦେଶର କେତେକ ରାଜ୍ୟରେ ନାର୍କୋ ଟେଷ୍ଟର ସୁବିଧା ଥିବାବେଳେ ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଗୋପାଳଙ୍କୁ ତରବରିଆ ଭାବେ ଗୁଜରାଟ ଗାନ୍ଧୀନଗର କାହିଁକି ନିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ନୂଆଦିଲ୍ଲୀର ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି ବିଶେଷଜ୍ଞଙ୍କ ଦ୍ୱାରା ଗତ ୬ତାରିଖରେ ଝାରସୁଗୁଡ଼ାଠାରେ ଅଭିଯୁକ୍ତ ଗୋପାଳଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଓ ଲେୟାର୍ଡ ଭଏସ୍‌ ଆନାଲିସିସ୍‌(ଏଲ୍‌ଭିଏ) ଟେଷ୍ଟ ସମ୍ପନ୍ନ ହୋଇଥିଲା। ଏପରି କି ମାନସିକ ରୋଗ ବିଶେଷଜ୍ଞଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ କରାଯାଇଛି, ଯାହାର ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି। ଗତ ୭ ତାରିଖରେ ଗାନ୍ଧୀନଗରରୁ ଆସିଥିବା ଫୋରେନ୍‌ସିକ ବିଶେଷଜ୍ଞ ଓ କ୍ରାଇମ୍‌ବ୍ରାଞ୍ଚ ମିଳିତ ଭାବେ କ୍ରାଇମ ସିନ୍‌ ରିକ୍ରିଏଶନ କରିଥିଲେ। ତଦନ୍ତ ସମୟରେ ହତ୍ୟାକାଣ୍ଡ କାରଣ ସମ୍ପର୍କିତ ସୁରାକକୁ ମଧ୍ୟ ତର୍ଜମା କରାଯାଇଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ୮ ଜଣିଆ ଟିମ୍‌ ଗାନ୍ଧୀନଗରରେ କ୍ୟାମ୍ପ ପକାଇଥିବା ଜଣାଯାଇଛି। ଡିଏସ୍‌ପି ଦୋରାଙ୍କ ନେତୃତ୍ୱରେ ସେଠାରେ ତଦନ୍ତ କାର୍ଯ୍ୟ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି।
ସିବିଆଇ ତଦନ୍ତ ଆବେଦନ ଖାରଜ କଲେ ହାଇକୋର୍ଟ
କଟକ ଅଫିସ,୯ା୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଆଗତ ଆବେଦନ ଗୁରୁବାର ଖାରଜ ହୋଇଛି। ମାମଲାର ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ଜଣେ ପୂର୍ବତନ ବିଚାରପତି ତଦାରଖ କରୁଛନ୍ତି। ତେଣୁ ଏଭଳିସ୍ଥିତିରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକ ନାହିଁ ବୋଲି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ଏମ୍‌ଏସ୍‌ ରମଣଙ୍କୁ ନେଇ ଗଠିତ ପୀଠ କହିବା ସହ ଆବେଦନକୁ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗତ ୬ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଜଣେ ଏଏସ୍‌ଆଇ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବାରୁ ସେହି ପୋଲିସ ବିଭାଗ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲା ସଭାପତି ସୁବ୍ରତ ଦାଶ ମାମଲା ଦାଏର କରିଥିଲେ। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ମୁଖ୍ୟଶାସନ ସଚିବ, ଗୃହସଚିବ, ପୋଲିସ ମହାନିର୍ଦ୍ଦେଶକ ଓ କ୍ରାଇମ୍‌ବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା l ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri