ସ୍ବଜନଙ୍କ ସଂହାର କାହିଁକି

ବସୁଧୈବ କୁଟୁମ୍ବକମ୍‌ ଜୀବନଶୈଳୀରେ ରହିିବା ପାଇଁ ପ୍ରୟାସ କରୁଥିବା ଏକବିଂଶ ଶତାବ୍ଦୀର ମଣିଷ ଦ୍ୱାପର ଯୁଗରେ ମହାଭାରତର ଅନେକ ଦୃଷ୍ଟାନ୍ତକୁ ନେଇ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରୁଛି। ତଥାପି ନିଜ ସୁରକ୍ଷା ପାଇଁ ଆର୍ତ୍ତନାଦ କରୁଛି। ମଣିଷ ମଣିଷକୁ ଭରସା କରିବାରେ ଉତ୍କଣ୍ଠା ପ୍ରକାଶ କରିପାରୁନାହିଁ। କାରଣ ମଣିଷ ନିଜେ ଅନେକ ବିଭେଦ ସୃଷ୍ଟିକରି ବିବାଦ ମଧ୍ୟରେ ନିଜର ସ୍ଥିତିକୁ ନିଜେ ଖୋଜିବୁଲୁଛି। ପ୍ରଶ୍ନ ପଚାରୁଛି ଅନେକଙ୍କୁ, ହେଲେ ଉତ୍ତର ଦେବା ପାଇଁ ସ୍ବୟଂ ପ୍ରଶ୍ନକର୍ତ୍ତା ମଧ୍ୟ ନିରୁପାୟ।
ମଣିଷ ସମାଜରେ ବିଶେଷତଃ ଦୁଇ ପ୍ରକାରର ସମ୍ବନ୍ଧ ପରିଲକ୍ଷିତ ହୋଇଥାଏ, ଗୋଟିଏ ଥାଏ ସ୍ବଜନ ଓ ଅନ୍ୟଟି ଥାଏ ପରଜନ। ତେବେ ସ୍ବଜନ ଓ ପରଜନର ସଂଜ୍ଞାକୁ ବିଶ୍ଳେଷଣ କଲେ ଅନେକ ମଧ୍ୟରୁ ଗୋଟିଏ ସାରାଂଶ ମିଳେ ଯେ ସ୍ବଜନ ହେଉଛନ୍ତି ନିଜର ଆତ୍ମୀୟସ୍ବଜନ, ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ ଓ ନିଜର ପ୍ରିୟଜନ। ଏମାନଙ୍କୁ ଅତି ନିକଟରୁ ମଣିଷ ଜାଣିଥାଏ ଓ ଏମାନଙ୍କ ସହ ଜୀବନର ସହଭାଗିତାରେ ଲିପ୍ତ ଥାଏ। ସମଭାବରେ ଅନ୍ୟ ଯେତେସବୁ ଲୋକ ଦୃଶ୍ୟମାନ ହୋଇଥାନ୍ତି ସେମାନେ ପରଜନ। ତେବେ ଭାରତୀୟ ସଂସ୍କୃତି, ପରମ୍ପରା ଓ ଜ୍ଞାନକୁ ଅବଲୋକନ କଲେ ପ୍ରତୀୟମାନ ହୋଇଥାଏ ଯେ ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ପୃଥିବୀ ହେଉଛି ଏକ କୁଟୁମ୍ବ ଅର୍ଥାତ୍‌ ସମସ୍ତେ ହେଉଛନ୍ତି ସ୍ବଜନ ବା ନିଜ ଲୋକ। ତେଣୁ ବର୍ତ୍ତମାନ ମଣିଷ ମଣିଷକୁ କୌଣସି କାରଣରୁ ହତ୍ୟା କରୁଛି। ତାହା ଯୁଦ୍ଧ ଦ୍ୱାରା ହୋଇଥାଉ ବା ଆତଙ୍କବାଦୀ ଷଡ଼ଯନ୍ତ୍ର ଦ୍ୱାରା ହୋଇଥାଉ ବା କୌଣସି ତ୍ରୁଟି ଦ୍ୱାରା ହୋଇଥାଉ ବା ପ୍ରତିଶୋଧ ପାଇଁ ହୋଇଥାଉ। ମହାଭାରତର ମହାଯୁଦ୍ଧ ଦ୍ୱାରରେ ଅର୍ଜୁନଙ୍କୁ ଭଗବାନ୍‌ ଶ୍ରୀକୃଷ୍ଣ ଅନେକ ବୁଝାଇଥିଲେ ଯୁଦ୍ଧ କରିବା ପାଇଁ, ଯେଉଁଥିରେ ନିହିତ ଥିଲା ଧର୍ମ ଓ ଶାନ୍ତି ପ୍ରତିଷ୍ଠାର ଉଦ୍ଦେଶ୍ୟ। ତେବେ ଅର୍ଜୁନଙ୍କ ଜ୍ଞାନ ଦୁଇ ସମ୍ପର୍କୀୟ ଭାଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଏକ ନିର୍ଣ୍ଣାୟକ ଯୁଦ୍ଧ। କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ ସ୍ବଜନ ଓ ପରଜନର ନିର୍ଣ୍ଣୟ ସହିତ ବିବେକର ବିଚାର ନିହିତ ଥିଲା। ଏଭଳି ଯୁଦ୍ଧର କାରଣଗୁଡ଼ିକର ଏକ ବିସ୍ତୃତ ବିବରଣୀ ଭଗବଦ୍‌ ଗୀତାରେ ବର୍ଣ୍ଣନା କରାଯାଇଛି, ଯାହା ଭଗବାନ୍‌ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ବାର୍ତ୍ତାଳାପ। ଉକ୍ତ କଥୋପକଥନରେ ଗୋଟିଏ ଶୀର୍ଷକ ଥିଲା- ଅର୍ଜୁନ ଯୁଦ୍ଧ କରିବେ କି ନାହିଁ ଓ ଯଦି କରିବେ ତ କାହାକୁ ମାରିବେ। କାରଣ ମହାଭାରତ ଯୁଦ୍ଧରେ ଉଭୟ ପକ୍ଷ ହେଉଛନ୍ତି ଭାଇ। ଏଠାରେ ଶ୍ରୀକୃଷ୍ଣ ଗୁରୁ ଭାବରେ ଅର୍ଜୁନଙ୍କୁ ଧର୍ମର ରକ୍ଷାନିମିତ୍ତ ଜ୍ଞାନ ପ୍ରଦାନକରି ଅନେକ କଥା ବୁଝାଇଛନ୍ତି ଏବଂ ସ୍ବଜନ ଓ ପରଜନର ସଂଜ୍ଞାକୁ ବିଶଦ ଭାବେ ବର୍ଣ୍ଣନା କରି ସାମୂହିକ ସ୍ବାର୍ଥନିମିତ୍ତ ବ୍ୟକ୍ତିଗତ ସ୍ବାର୍ଥକୁ ବଳିଦେବାକୁ ପରାମର୍ଶ ଦେଇଛନ୍ତି, ଯାହା ହେଉଛି ଏକବିଂଶ ଶତାବ୍ଦୀର ମଣିଷର ଆବଶ୍ୟକତା।
ମହାଭାରତ ଯୁଦ୍ଧରେ ଅର୍ଜୁନ ବାରମ୍ବାର ନିଜ ସମ୍ପର୍କୀୟଙ୍କୁ ହତ୍ୟା କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। କୃଷ୍ଣଙ୍କୁ ଅର୍ଜୁନ କହିଛନ୍ତି, ଯଦିଓ କୌରବମାନେ ପାଣ୍ଡବଙ୍କ ଉପରେ ଆକ୍ରମଣ କରିବାକୁ ଇଚ୍ଛୁକ, ତଥାପି ସ୍ବଜନ ମାମୁ, ଧୃତରାଷ୍ଟ୍ରଙ୍କ ପୁଅମାନଙ୍କୁ ହତ୍ୟା କରିବା ପାପ ହେବ ବୋଲି ଅର୍ଜୁନ ଅନୁଭବ କରିଥିଲେ। ଅର୍ଜୁନ କହିଛନ୍ତି, ସମ୍ପର୍କୀୟ ତଥା ସମ୍ପର୍କୀୟଙ୍କୁ ହତ୍ୟା କରିବା ଠିକ୍‌ ନୁହେଁ, ଏପରି କାର୍ଯ୍ୟକରି ମଣିଷ ଖୁସି ହୋଇପାରେନା। ଅନେକ ପରିସ୍ଥିତିରେ କାହାର ଜୀବନ ନେବା ଏକ ଗୁରୁତର ପାପ ବୋଲି ବିବେଚନା କରାଯାଏ ତଥା ଦୋଷ ଓ ଅନୁତାପ ସୃଷ୍ଟିକରେ। ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି , ଚରମ ପରିସ୍ଥିତିରେ ସମ୍ପୂର୍ଣ୍ଣ ଆବଶ୍ୟକ ନ ହେବା ପର୍ଯ୍ୟନ୍ତ କୌଣସି ଜୀବକୁ ହତ୍ୟା କରିବା ଅନୁଚିତ। ହିଂସା ଏକ ପାପ ଓ ଅହିଂସା ଏକ ଉତ୍ତମ ଗୁଣ। ଅର୍ଜୁନଙ୍କ କ୍ଷେତ୍ରରେ ଯଦିଓ ଶତ୍ରୁର ଭୁଲ୍‌ କାର୍ଯ୍ୟ କ୍ଷମାଯୋଗ୍ୟ ନୁହେଁ, ସେ ଏହାକୁ ଅନୈତିକ ବୋଲି ଭାବି ସେମାନଙ୍କୁ ହତ୍ୟା କରିବାକୁ ରାଜି ନ ଥିଲେ। ଯଦିଓ ଋଷି ବଶିଷ୍ଠଙ୍କ ସ୍ମୃତି ଅନୁଯାୟୀ, ଛଅଟି ପରିସ୍ଥିତିରେ ମଣିଷ ହତ୍ୟା କରିବା ଗ୍ରହଣୀୟ ଯଥା ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ, ବ୍ୟକ୍ତିର ସମ୍ପତ୍ତିରେ ନିଆଁ ଲଗାଇ ସେମାନଙ୍କୁ ବିଷ ଦେବା ପାଇଁ ଚେଷ୍ଟା କରିଥିଲେ, ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ, ବ୍ୟକ୍ତିର ସମ୍ପତ୍ତି ଲୁଟି ନେଇଥିଲେ, ମହିଳାମାନଙ୍କୁ ଅପହରଣ କରିଥିଲେ କିମ୍ବା ଅପମାନିତ କରିଥିଲେ ଏବଂ ସେମାନଙ୍କ ରାଜ୍ୟ ଦଖଲ କରିଥିଲେ। ଏପରିକି ମନୁ ସ୍ମୃତି ଉଲ୍ଲେଖ କରିଛନ୍ତି ଯେ, ଯଦି ଆତ୍ମରକ୍ଷା ପାଇଁ କେହି ଆକ୍ରମଣକାରୀଙ୍କୁ ହତ୍ୟାକରେ ତେବେ ଏହା ପାପ ବୋଲି ବିବେଚନା କରାଯାଏ ନାହିଁ। ତେଣୁ ଅର୍ଜୁନ ଅତ୍ୟନ୍ତ ମ୍ରିୟମାଣ ହୋଇ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ଛଳରେ ନିବେଦନ କରିଛନ୍ତି ଯେ ‘ସ୍ବଜନଂ ହି କଥଂ ହତ୍ୟା’ ଅର୍ଥାତ୍‌ ନିଜର ସ୍ବଜନମାନଙ୍କୁ ସାମାନ୍ୟ ସ୍ବାର୍ଥ ବା ରାଜ୍ୟ ଆଦି ପାଇଁ କିପରି ହତ୍ୟା କରିବି। ଅତଏବ ଅର୍ଜୁନ ଏଠାରେ ଏକ ବିଶ୍ୱଭ୍ରାତୃତ୍ୱର ସନ୍ଦେଶ ପ୍ରତିପାଦନ କରିଛନ୍ତି ଯେ ବସୁଧୈବ କୁଟୁମ୍ବକମ୍‌ର ବିଚାରଧାରା ଓ ମାର୍ମିକ ଚିନ୍ତନକୁ ସେ ଉକ୍ତ ସମୟରେ ଅତି ସୁନ୍ଦର ଭାବରେ ଅବତାରଣା କରିଛନ୍ତି।
ସ୍ବାର୍ଥକୁ ତ୍ୟାଗକରି ସାମୂହିକ ଉନ୍ନତି ବା ଜାତିର ଉନ୍ନତି ପାଇଁ ନିଜକୁ ଅତି ଗୌଣ ମନେକରି ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇଛନ୍ତି। ମାତ୍ର ବର୍ତ୍ତମାନର ମଣିଷ ଅନେକ ଜ୍ଞାନକୌଶଳ, ମାରଣାସ୍ତ୍ର, କ୍ଷେପଣାସ୍ତ୍ର ସୃଷ୍ଟି କରୁଛି କେବଳ ନିଜକୁ ବା ସ୍ବଜନଙ୍କୁ ନିହତ କରିବା ପାଇଁ। ଆଜି ସମାଜରେ ଆତଙ୍କବାଦୀ, ସନ୍ତ୍ରାସବାଦୀ, ବିଚ୍ଛିନ୍ନତାବାଦୀ, ଦେଶଦ୍ରୋହୀମାନେ ନିରୀହ ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି ଓ ସାମାନ୍ୟ ସ୍ବାର୍ଥ ପାଇଁ ମଣିଷ ସ୍ବଜନର ହତ୍ୟା କରୁଛନ୍ତି।
ମଣିଷ କେବଳ କଥାରେ ବସୁଧା ଏକ ପରିବାର ବୋଲି ବିବେଚନା କରୁଛି। ମାତ୍ର କାର୍ଯ୍ୟରେ ତାହା ପ୍ରତିପାଦନ ନ କରି ଅନେକ ଷଡ଼ଯନ୍ତ୍ରରେ ମଣିଷ ମଣିଷକୁ ହତ୍ୟାକରି ସ୍ବାର୍ଥ ସିଦ୍ଧିକରି ନିଜକୁ ଗର୍ବାନ୍ବିତ ମନେକରୁଛି। କୌଣସି ସ୍ଥାନରେ ଯଦି କୌଣସି ଆତଙ୍କବାଦୀ ଗୋଷ୍ଠୀ ବା ବ୍ୟକ୍ତି କୌଣସି ନରସଂହାର ବା କ୍ଷୟକ୍ଷତି କରିଥାନ୍ତି ତେବେ ସେମାନେ ଦାବିକରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥା’ନ୍ତି। ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିବା ଏକ ଅନୈତିକ କାର୍ଯ୍ୟ ଓ ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନକୁ ଅନ୍ୟ ନିରୀହ ଲୋକଙ୍କ ଜୀବନ ସହ ତୁଳନା କରିବା ମଧ୍ୟ ଅସମ୍ଭବ। ଜୀବନ ଭଗବାନ୍‌ଙ୍କ ଉପହାର ଓ ଏହା ସମାନ ଭାବରେ ମୂଲ୍ୟବାନ୍‌ ଯେ ଏହା ଜଣେ ବ୍ୟକ୍ତିର ଜୀବନ କିମ୍ବା ଏକରୁ ଅଧିକ ମୂଲ୍ୟବାନ୍‌। ସମ୍ପ୍ରତି ପ୍ରଯୁକ୍ତିବିଦ୍ୟାରେ ଯେତେବେଳେ ମଣିଷ ବିଶ୍ୱକୁ ନିଜର ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରୁଛି, ସେତେବେଳେ ନିଜ ଦ୍ୱାରା ସୃଷ୍ଟି ହୋଇଥିବା ସମାଜକୁ ସ୍ବଜନ ବୋଲି ସମ୍ବୋଧନ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ଯଦି ସ୍ବଜନ ବୋଲି ସମସ୍ତେ ସମସ୍ତଙ୍କୁ ଭାବୁଥାନ୍ତେ ତେବେ ପ୍ରତିଦିନ ନରସଂହାରର ଦୃଶ୍ୟ ଏ ମଣିଷ ସମାଜକୁ ଦେଖିବାକୁ ପଡ଼ି ନ ଥାନ୍ତା। ସେତେବେଳେ ଅର୍ଜୁନ ଯୁଦ୍ଧ ନ କରିବା ପାଇଁ ଯେଉଁ ଯୁକ୍ତି କରିଥିଲେ ତାହା ଥିଲା ବାସ୍ତବଧର୍ମୀ ଚିନ୍ତାଧାରା ଓ ଏକ ଆବେଗର ଇସ୍ତାହାର। ଧର୍ମକୁ ସନ୍ତୁଳିତ କରିବା ପାଇଁ ତାହା ଅନିବାର୍ଯ୍ୟ ଥିଲା। ମାତ୍ର ଯେଉଁ ଧର୍ମର ସ୍ଥାପନା ପାଇଁ ଉକ୍ତ ସମୟରେ ଯୁଦ୍ଧ ଅବଶ୍ୟମ୍ଭାବୀ ଥିଲା, ବର୍ତ୍ତମାନ ଅମାନୁଷିକ ନିରୀହ ନରସଂହାରକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ହୋଇପଡ଼ିଛି ‘ସ୍ବଜନଂ ହି କଥଂ ହତ୍ୟା’।
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର , ମଧୁସୂଦନ ନଗର, ଭୁବନେଶ୍ବର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?