ସିବିଆଇରେ ଆଇଆର୍‌ଏସ୍‌ ଅଧିକାରୀ

ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିକଟରେ ସରକାର ନେଇଥିବା ପଦକ୍ଷେପ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ର଼୍ୟାଙ୍କଗୁଡ଼ିକରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ, ଏଭଳି ପରିବର୍ତ୍ତନର ଲକ୍ଷ୍ୟ ହେଉଛି ଆର୍ଥିକ ଠକେଇ ମାମଲାଗୁଡ଼ିକର ସମାଧାନ ପାଇଁ ଦକ୍ଷ ତଥା ଅଭିଜ୍ଞ ଆଇଆର୍‌ଏସ୍‌ ଅଧିକାରୀଙ୍କ ସହାୟତା ନେବା। ସମ୍ପ୍ରତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ୫ଜଣ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ସିବିଆଇରେ ପୋଲିସ ଅଧୀକ୍ଷକ (ଏସ୍‌ପି) ପଦରେ ନିଯୁକ୍ତ କରିଛି। ୨୦୧୪ ଏବଂ ୨୦୧୬ ବ୍ୟାଚ୍‌ର ଏହି ଅଧିକାରୀମାନେ ୫ବର୍ଷ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ଏଭଳି ନିଯୁକ୍ତିକୁ ନେଇ ସରକାରଙ୍କ ଯୁକ୍ତି ହେଉଛି, ଅର୍ଥନୈତିକ ଅପରାଧ ବଢ଼ୁଥିବାରୁ ସିବିଆଇ ପାଇଁ ଆର୍ଥିକ ବିଷୟଗୁଡ଼ିକରେ ଗଭୀର ଜ୍ଞାନ ଥିବା କର୍ମଚାରୀ ଦରକାର ଏବଂ ଜଟିଳ ଟିକସ ଓ ଆର୍ଥିକ ସମସ୍ୟାକୁ ନିୟନ୍ତ୍ରଣ କରୁଥିବା ଆଇଆର୍‌ଏସ୍‌ ଅଧିକାରୀମାନେ ଏହି ଆହ୍ବାନ ପାଇଁ ଉପଯୁକ୍ତ । ତେବେ ପୂର୍ବରୁ ସିବିଆଇରେ ଡେପୁଟି ଇନ୍ସପେକ୍ଟର ଜେନେରାଲ(ଡିଆଇଜି) ଭାବରେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ବିଜେନ୍ଦ୍ର କୁମାରଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରାଯାଇଥିଲା। ଏହା ସହ ସିବିଆଇର କାର୍ଯ୍ୟରେ ଆଇଆର୍‌ଏସ୍‌ ବିଶେଷଜ୍ଞକୁ ସମ୍ମିଳିତି କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଏହି ପଦକ୍ଷେପ ସୂଚିତ କରୁଛି। ଏହି ନିଷ୍ପତ୍ତିକୁ ତଥାପି ଆଇପିଏସ୍‌ ଲବି ଗ୍ରହଣ କରିପାରିନାହିଁ ଏବଂ ଏହାକୁ ସେମାନଙ୍କ ଅଧିକାର କ୍ଷେତ୍ରରେ ଏକ ଜବରଦଖଲ ବୋଲି ବିଚାରକରେ। ବିଶେଷ ସୂତ୍ରରୁ ଶୁଣିବାକୁ ମିିଳୁଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫ୍‌ଆଇଓ) ପାଦ ଥାପି ସାରିଥିବା ଆଇଆର୍‌ଏସ୍‌ ବର୍ତ୍ତମାନ ସିବିଆଇରେ ପ୍ରବେଶ କରୁଛି।
ଚାପରେ ସରକାର
ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ସ୍ତରରେ ୪୫ ଅଧିକାରୀଙ୍କ ଲାଟେରାଲ ଏଣ୍ଟ୍ରି (ଘରୋଇ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରୀ ପଦବୀରେ ନିଯୁକ୍ତି ଦେବା) ପାଇଁ ବିଜ୍ଞାପନ ବାତିଲ କରିବାକୁ କେନ୍ଦ୍ରର ନିଷ୍ପତ୍ତି ମିଳିତ ସରକାରରେ ଚିନ୍ତାର ବିଷୟ ହୋଇଛି। ଜନତା ଦଳ (ୟୁନାଇଟେଡ୍‌) ଏବଂ ଲୋକ ଜନଶକ୍ତି ପାର୍ଟି ଭଳି ସହଯୋଗୀ ଦଳ ଏବଂ ବିରୋଧୀ ଦଳର ଚାପରେ ସରକାର ଏହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)କୁ କହିଛନ୍ତି। ସଂରକ୍ଷଣ ନୀତିକୁ ନେଇ ରହିଥିବା ସମସ୍ୟା ଏବଂ ସାମାଜିକ ସମାନତାକୁ ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା। ମୋଦି ସରକାରଙ୍କ ଦ୍ୱାରା ୨୦୧୮ରେ ଆରମ୍ଭ ହୋଇଥିଲା ଲାଟେରାଲ ଏଣ୍ଟ୍ରି ସ୍କିମ୍‌ । ତେବେ ଏହି ପଦକ୍ଷେପ ବିଶେଷକରି ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗ ପାଇଁ ସଂରକ୍ଷଣ ଅଭାବକୁ ନେଇ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ପ୍ରସଙ୍ଗକୁ ବିରୋଧୀ ଦଳ ନୁହେଁ, ବରଂ ଏନ୍‌ଡିଏ ଭିତରେ ମଧ୍ୟ ସମାଲୋଚନା କରାଯାଇଛି। ୨୦୧୯ରେ ପ୍ରଥମେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତ ବିଶେଷଜ୍ଞମାନଙ୍କ ମଧ୍ୟରୁ ଅନେକ ପଦବୀ ଛାଡ଼ି ଦେଇଥିଲେ, ଯାହା ଏହି ଯୋଜନାର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଏହିସବୁ ଅସୁବିଧା ଓ ଯୋଜନାର ଭବିଷ୍ୟତ ଅନିଶ୍ଚିିତ ଥିବା ସତ୍ତ୍ୱେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ୫ଜଣ ଏବେ ଅଛନ୍ତି। ଏକ ମିଳିତ ସରକାରରେ ସଂସ୍କାର ଆଣିବାବେଳେ ସହଯୋଗୀଙ୍କ ଦାବିଗୁଡ଼ିକରେ ସମନ୍ବୟ ରକ୍ଷା କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ତେବେ ମୋଦି ସରକାର ଚାପରେ ରହୁଥିବା ସାମ୍ପ୍ରତିକ ଘଟଣାଗୁଡ଼ିକରୁ ଜଣାପଡ଼େ।
ତେଲଙ୍ଗାନା ଡିଜିପିଙ୍କ ଆଦେଶ
ତେଲଙ୍ଗାନା ଡିଜିପିଙ୍କ କାର୍ଯ୍ୟାଳୟର ଏକ ଆଦେଶକୁ ନେଇ ଏବେ ବିଭିନ୍ନ କ୍ୟାଡରଙ୍କ ମଧ୍ୟରେ ସମାଲୋଚନା ଜୋର ଧରିଛି। ଏବେ ଆଓ୍ବେଟିଂ ପୋଷ୍ଟିଂ ଅର୍ଡର-ଏପିଓ ( ଛୁଟି କିମ୍ବା କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଅଧିକାରୀଙ୍କୁ ଉପଯୁକ୍ତ ନିଯୁକ୍ତି ପାଇଁ ଅପେକ୍ଷା କରିବାକୁ ପଡ଼େ କାରଣ ରାଜ୍ୟ ସରକାର ଏଥିପାଇଁ ସମୟ ନେଇଥାନ୍ତି) ଥିବା ପ୍ରାୟ ୧୬ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପ୍ରତ୍ୟେକ ଦିନ ଅପେକ୍ଷା କକ୍ଷରେ ଥିବା ଏକ ଉପସ୍ଥାନ ରେଜିଷ୍ଟରରେ ପ୍ରବେଶ ଓ ପ୍ରସ୍ଥାନ ସୂଚିତ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିରେ ମଧ୍ୟ ସୂଚିତ କରାଯାଇଛି ଯେ, ଡିଜିପିଙ୍କଠାରୁ ଯେକୌଣସି ଜରୁରୀ କାର୍ଯ୍ୟ ପାଇଁ ସେମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ବିଶେଷକରି ଅନ୍ୟ ରାଜ୍ୟରୁ ଆସିଥିବା ଆଇପିଏସ୍‌ ଅଧିକାରୀମାନେ ଏହି ଆଦେଶକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଏହାକୁ ଅସ୍ବୀକାର କରିଛନ୍ତି। ଅନେକେ ଏହାକୁ ସମ୍ପୃକ୍ତ ଅଧିକାରୀଙ୍କ ମନୋବଳ ଏବଂ ସମ୍ମାନ ପାଇଁ ମଧ୍ୟ କ୍ଷତିକାରକ ବୋଲି ବିବେଚନା କରନ୍ତି। ସେମାନେ କହିଛନ୍ତି , ନିୟମ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ଅମଲାତାନ୍ତ୍ରିକ ପଦକ୍ଷେପ ଜଟିଳ ପରିସ୍ଥିତିରେ ସମସ୍ୟା ସମାଧାନରେ ବାଧା ସୃଷ୍ଟି କରିପାରେ। ଏହି ନୂତନ ଆଦେଶ ବିଶ୍ୱାସର ଅଭାବକୁ ସୂଚାଏ, ଯାହା ପୋଲିସର ସୁଗମ କାର୍ଯ୍ୟଧାରାକୁ କ୍ଷୁଣ୍ଣ କରିପାରେ। ତଥାପି, ମନେହେଉଛି, ବ୍ୟବହାରିକ ସମସ୍ୟା ହେତୁ ରାଜ୍ୟ ଡିଜିପି ଏହି ନିର୍ଦ୍ଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ। ରିପୋର୍ଟରୁ ଜଣାପଡ଼ିଛି, ଅନେକ ଏପିଓ ଅଧିକାରୀ ସେମାନଙ୍କର ନିର୍ଦ୍ଧାରିତ ମୁଖ୍ୟାଳୟ ପରିବର୍ତ୍ତେ ହାଇଦ୍ରାବାଦରେ ରହୁଥିଲେ, ଯାହା ଦ୍ୱାରା ଡ୍ୟୁଟି ପାଇଁ ସେମାନଙ୍କ ଉପଲବ୍ଧତାରେ ସମସ୍ୟା ରହିଥିଲା। କେତେକେ ବିଶ୍ୱାସ କରନ୍ତି ଯେ, ବିଜୟୱାଡାର ଆଇପିଏସ୍‌ ଗେଷ୍ଟ ହାଉସରେ ଅଧିକାରୀମାନଙ୍କୁ ରହିବାକୁ ପରାମର୍ଶ ଦିଆଯାଇପାରିଥାନ୍ତା। ତେବେ ଗ୍ରହଣ କରାଯାଇଥିବା ପନ୍ଥାକୁ ନେଇ ବଡ଼ ଧରଣର ସମାଲୋଚନା ଚାଲିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?