Posted inଜାତୀୟ

କାହିଁକି ବିବାଦରେ ଇସି-ପିଏମ୍‌ଓ ବୈଠକ

ନୂଆଦିଲ୍ଲୀ, ୧୮ା୧୨: ନିର୍ବାଚନ କମିଶନ(ଇସି) ଏକ ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା, ଯାହା କାର୍ଯ୍ୟପାଳିକାଠାରୁ ଭିନ୍ନ ଭାବେ କାମ କରେ। ଏହା ଯେପରି ସରକାରଙ୍କଠାରୁ ଦୂରତା ବଜାୟ ରଖେ ସାହା ସୁନିଶ୍ଚିତ କରିବା ୩ କମିଶନରଙ୍କ କାମ। ତେଣୁ କୌଣସି ସରକାରୀ ଅଧିକାରୀ ଇସି ନିକଟକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ତରଫରୁ ଏକ ବୈଠକରେ ଯୋଗ ଦେବାକୁ କହିପାରିବେ ନାହିଁ। ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିପାରିବେ। ୧୯୯୯ରେ ସିଇସି ଏମ୍‌. ଏସ୍‌. ଗିଲ୍‌ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନିର୍ବାଚନୀ ସଂସ୍କାର ବାବଦରେ ଚିଠି ଲେଖିଥିଲେ। ୨୦୧୬ରେ ସିଇସି ନସିମ୍‌ ଜାଇଦିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଭିଭିପିଏଟି ମେଶିନ ବାବଦରେ ଅର୍ଥ ମଞ୍ଜୁର ପାଇଁ ନିବେଦନ କରିଥିଲେ। ଉଭୟ ଉଦାହରଣରେ ଇସି ପକ୍ଷରୁ ହିଁ କୌଣସି ପ୍ରସଙ୍ଗ ବା ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଯାଇଥିବା ଦେଖାଯାଏ। କିନ୍ତୁ ସଦ୍ୟ ବିବାଦ ସୃଷ୍ଟି କରିଥିବା ଘଟଣା ଏହାର ଓଲଟା। ଏଠାରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିର୍ବାଚନ କମିଶନରଙ୍କୁ ଚିଠି କରାଯାଇ ପିଏମ୍‌ଓ ବୈଠକରେ ଯୋଗଦେବାକୁ କୁହାଯାଇଥିଲା, ଯାହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି।
ଲେଖାଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଯୋଗ ଦେବାକୁ ପିଏମ୍‌ଓ ଚାହେଁ। ଜଣେ ସରକାରୀ ଅଧିକାରୀ ଯେତେବଡ଼ ପଦବୀରେ ଥିଲେ ବି କୌଣସି ଏକ ଆଲୋଚନା ପାଇଁ ସିଇସିଙ୍କୁ ଡାକିପାରିବେ ନାହିଁ ବୋଲି ଜଣେ ପୂର୍ବତନ ସିଇସି କହିଛନ୍ତି। କାର୍ଯ୍ୟପାଳିକାଠାରୁ ଇସି ସ୍ବତନ୍ତ୍ର ରହିବାକୁ ସୁପ୍ରିମକୋର୍ଟ ମଧ୍ୟ ଦୋହରାଇ ଆସିଛନ୍ତି। ୧୯୯୫ରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ସିଇସି ଟି. ଏନ୍‌. ସେଶାନ ବନାମ କେନ୍ଦ୍ର ସରକାରଙ୍କ ଏକ ମାମଲାରେ କହିଥିଲେ, ନିର୍ବାଚନ ଦାୟିତ୍ୱ ତୁଲାଉଥିବା ସଂସ୍ଥା ସର୍ବଦା କ୍ଷମତାରେ ଥିବା ଦଳଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଗୁଣ। ପୂର୍ବରୁ ନିରପେକ୍ଷତା ପ୍ରସଙ୍ଗରେ ଇସିକୁ ସମାଲୋଚିତ ହେବାକୁ ପଡ଼ିଛି।

ଇସି, କେନ୍ଦ୍ର ଉପରେ ଅଙ୍ଗୁଳି

ଇସି ଓ ପିଏମ୍‌ଓ ବୈଠକ ବାବଦରେ ଜଣାପଡ଼ିବା ପରେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଦେବା ଉଭୟ ଇସି ଏବଂ ପିଏମ୍‌ଓର ଦାୟିତ୍ୱ ଥିଲା ବୋଲି କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି। ପ୍ରଥମେ ବୈଠକରେ ଯୋଗଦେବେନାହିଁ ବୋଲି କହିବା ସତ୍ତ୍ୱେ ସିଇସି ଏବଂ ଅନ୍ୟ ୨ ଜଣ ନିର୍ବାଚନ କମିଶନର କାହିଁକି ଅନ୍‌ଲାଇନ ମିଟିଂ କଲେ ତାହାର ଜବାବ ରଖିବା ଜରୁରୀ। ଇଲେକ୍ସନ କମିଶନ ଏକ ସ୍ବଂୟଚାଳିତ ସଂସ୍ଥା ଏବଂ ପିଏମ୍‌ଓ ଏହାକୁ ସମନ କରିବାର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି। ଇସି ନିରପେକ୍ଷ ଭୂମିକା ତୁଲାଇବ ବୋଲି ଆଶା କରାଯାଏ। ଆଗକୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯଦି ପିଏମ୍‌ଓ ଏପରି ସିଇସିଙ୍କ ସହ ବୈଠକ କରିବେ ତେବେ ନିର୍ବାଚନ କିପରି ନିରପେକ୍ଷ ହେବ ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏ ନେଇ କଂଗ୍ରେସ ନେତା ଶୁକ୍ରବାର ଲୋକ ସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି। ମୋଦି ସରକାର ନିର୍ବାଚନ କମିଶନକୁ ନିଜ ଅଧୀନକୁ ନେଇ ସାରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri