କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା ପରେ ତାଙ୍କ ବଦଳି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେ କେଉଁଠିକୁ ବଦଳିହେଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଭାଜପାର ସେଣ୍ଟ୍ରାଲ ଟିମ୍‌ ଦାବି କରିଥିଲା।
ସୂଚନା ଅନୁସାରେ, ଭାଜପାର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଏବଂ ଓମ୍‌ ପାଠକ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ସୁଜାତା କିଭଳି ଖୋଲାଖୋଲି ସରକାରୀ କଳ ଓ କ୍ଷମତାର ଦୁରୁପଯୋଗ କରିବା ସହ ବିଜେଡି ସପକ୍ଷରେ ଭୋଟ୍‌ କରାଇବା ନିମନ୍ତେ ଅପଚେଷ୍ଟା କରୁଛନ୍ତି, ସେନେଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଓଡ଼ିଶା ସରକାର ପ୍ରାୟ ୭୦ ହଜାର ମହିଳାଙ୍କୁ ଏହି ଏସ୍‌ଏଚ୍‌ଜିରେ ସାମିଲ କରିଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ସୁଜାତା ଏବେ ଭୋଟରଙ୍କୁ ପ୍ରଭାବିତ କରିବା କାର୍ଯ୍ୟ କରିବାରେ ଲାଗିଛନ୍ତି। ଏପରିକି ବିଜେଡିକୁ ଭୋଟ୍‌ ନ ଦେଲେ ମିଶନ ଶକ୍ତି ବିଭାଗ ଯୋଗାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ ବୋଲି ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ସମ୍ପୃକ୍ତ ଟିମ୍‌ ଇସିଆଇଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri