ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ ପାଇଁ ବିଜେଡିରୁ ସନ୍ଧ୍ୟାରାଣୀ ଦାସ ତଥା ବିଜେଡିର ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ମା’ଙ୍କୁ ଟିକେଟ ମିଳିବା ପରେ ପରିବାରବାଦ ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।
ଅଶୋକ ଦାସଙ୍କ ତିରୋଧାନ ପରେ କୋରେଇ ରାଜନୀତିରେ ନବ ନେତୃତ୍ୱ ମୁଣ୍ଡ ଟେକିଛି। ପ୍ରଥମେ ଭାଜପା ଓ ବିଜେଡି ମେଣ୍ଟର ଅଂଶୀଦାର ଭାବେ କୋରେଇ ଆସନ ଭାଜପା ଭାଗରେ ପଡିଥିଲା। ୨୦୦୦ ଓ ୨୦୦୪ରେ ଭାଜପାରୁ ସଞ୍ଚିତା ମହାନ୍ତି ପ୍ରାର୍ଥୀ ହୋଇଥିଲେ। ତେବେ ବିଜେଡି-ଭାଜପା ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ବିଜେଡି ଏକକ ଭାବେ ଲଢି ଏଠାରେ ବିଜୟୀ ହୋଇଥିଲା। ଏହାପରେ ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳ କରି ଆକାଶ ଦାସନାୟକ, ୨୦୧୯ରେ ଅଶୋକ ବଳ ଓ ୨୦୨୪ରେ ସନ୍ଧ୍ୟାରାଣୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ବଦଳ କରି ସଫଳତା ସାଉଁଟୁଥିବାବେଳେ ବିରୋଧୀ କଂଗ୍ରେସ ଓ ଭାଜପା ମଧ୍ୟ ଏହି ପ୍ରଥାକୁ ଆପଣାଇଛନ୍ତି। ୨୦୦୯, ୨୦୧୪ ଓ ୨୦୧୯ରେ କଂଗ୍ରେସ କ୍ରମାଗତ ପ୍ରାର୍ଥୀ ବଦଳ କରିଥିଲା। ଏହାବାଦ ୨୦୧୪, ୨୦୧୯ ଓ ୨୦୨୪ରେ ଭାଜପା ମଧ୍ୟ ପ୍ରାର୍ଥୀ ବଦଳ ପ୍ରକ୍ରିୟାରେ ସାମିଲ ହୋଇଛି। ତେବେ ଏଠାରେ ବିଜେଡି ପୁଣି ଏକ ନୂତନ ଚେହେରାକୁ ପ୍ରାର୍ଥୀ ଘୋଷଣା କରିବା ପରେ ଅନେକ ଚର୍ଚ୍ଚା ଲାଗି ରହିଛି। କେତେଜଣ ବିଜେଡି ସମର୍ଥକ ବାଣ ଫୁଟାଇ ଖୁସି ମନାଇ ଥିବାବେଳେ ଟିକେଟ୍‌ ଆଶାୟୀ କୋରେଇ ବିଧାୟକ ଅଶୋକ କୁମାର ବଳ ସମର୍ଥକଙ୍କ ଶିବିରରେ ଏକ ପ୍ରକାର ଦୁଃଖ ଓ ନୀରବତା ଦେଖିତ୍ବାକୁ ମିଳିଛି। ବିଜେଡି ପରିବାରବାଦ ରାଜନୀତିଠାରୁ ଦୂରରେ ରହିଆସୁଛି ବୋଲି ଉଚ୍ଚସ୍ତରର ନେତାମାନେ ବିଭିନ୍ନ ସଭାସମିତିରେ ଭାଷଣ ଦେଉଥିବାବେଳେ କୋରେଇରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସମ୍ବଲପୁରରେ ପୁଅ ଲୋକ ସଭା ଏବଂ କୋରେଇରେ ମା’ ବିଧାନସଭା ଆସନ ପାଇ ଟିକେଟ୍‌ ନେଇ ବିଜେଡିର ପରିବାରବାଦ ବିରୋଧୀ ନାରାକୁ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସବୁ ପରେ କୋରେଇରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଉପରେ ନଜର ପକାଲେ ଲଢେଇ ତ୍ରିମୁଖୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ରାଜନୀତିରେ କେବେ ପ୍ରବେଶ କରି ନ ଥିଲେ ବି ପରୋକ୍ଷ ରାଜନୀତିରେ ତାଙ୍କର ୪୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ତାଙ୍କ ସ୍ବାମୀ ଅଶୋକ ଦାସ କୋରେଇରୁ ୫ ଥର ବିଧାୟକ ହୋଇଥିଲେ। ତେଣୁ ଅଶୋକଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି। ତା’ପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ହୋଇଥିବାରୁ ତାଙ୍କ ପାଇଁ ନିର୍ବାଚନ ବୈତରଣୀ ପାରହେବା ସେତେଟା କଷ୍ଟକର ହେବ ନାହିଁ ବୋଲି କୁହାଯାଉଛି। ମାତ୍ର ପ୍ରତିପକ୍ଷ ଭାଜପାରୁ ପୂର୍ବତନ ବିଧାୟକ ଆକାଶ ଦାସନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ଟାଣୁଆ ନେତ୍ରୀ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି। ତିନି ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ଅଭିଜ୍ଞତା ଭରପୂର ରହିଛି। ଏମିତି ଦେଖିଲେ ଏଥର ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଥିବାରୁ ଉଭୟ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ପ୍ରଚାରରେ ଆଗୁଆ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?