ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କରୋନା ମହାମାରୀ ନୀତିକୁ ଟାର୍ଗେଟ କରିଛନ୍ତି ।

ଏକ ଖବର କାଗଜରେ ପ୍ରକାଶିତ ଲେଖା ମଧ୍ୟମରେ ସେ କୋଭିଡ -୧୯ ମୁକାବିଲା ନେଇ ମୋଦି ସରକାର ଗ୍ରହଣ କରିଥିବା ନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଦି ଏକ କୋଟି ଟିକା ଦିଆଯାଇପାରୁଛି, ତେବେ ଏହା କାହିଁକି ପ୍ରତିଦିନ କରାଯାଇପାରୁ ନାହିଁ। ଏହା ସହିତ ସୋନିଆ କହିଛନ୍ତି ଯେ, କରୋନାର ପ୍ରଥମ ଲହର ପରେ ସରକାର ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ନ ଥିଲେ।

ଅମ୍ଳଜାନ ଅଭାବ ଯୋଗୁ ଛଟପଟ ହେଉଥିବା ଲୋକଙ୍କ ଅବସ୍ଥ। ଏବଂ ଅସହାୟ ପରିବାରଙ୍କ କଷ୍ଟକୁ ସରକାର ହୃଦୟଙ୍ଗମ କରି ପାରି ନାହାନ୍ତି। ଏହାକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ମୋଦି ସରକାର କରୋନା ବିରୋଧୀ ଲଢ଼େଇକୁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ସୁଯୋଗ ଭାବେ ବିଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ମୋଦି ସରକାର ଲୋକଙ୍କ ଦୁଃଖ କଷ୍ଟ ନ ବୁଝି ଏଭଳି କରୁଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜନସଂଖ୍ୟାର ଏକ ତୃତୀୟାଂଶରୁ କମ ଉଭୟ ଟିକା ଗ୍ରହଣ କରିଛନ୍ତି। ପିଲାମାନଙ୍କର ଟିକାକରଣ ସମ୍ପର୍କରେ ସୋନିଆ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ତରଫରୁ କୌଣସି ଯୋଜନା ଦୃଶ୍ୟମାନ ହେଉନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ପରିଚାଳନା ସଂପର୍କରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଛିି। ତେବେ କରୋନା ମହାମାରୀକୁ ସମାପ୍ତ କରିବାକୁ ସରକାରଙ୍କ ଅଭିଯାନ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଚାଲିଛି ଏବଂ ଲୋକଙ୍କୁ ଟିକାକରଣ କରାଯାଉଛି।

ଦେଶରେ କରୋନା ସଂକ୍ରମଣର ନୂଆ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୩୧୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୧୯୧କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୧୫୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ହେଉଛି ଏକ ଲକ୍ଷ ୫୧ ହଜାର ୨୦୯। ୨୫୨ ଦିନ ପରେ, ସକ୍ରିୟ ମାମଲା ସଂଖ୍ୟା ସର୍ବନିମ୍ନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସୋଡିଆ ପଛରେ ଏଏପି ଆଗରେ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ବିଜୟ ପର୍ବ ପାଳନ କରିବା ଆରମ୍ଭ କରି ଦେଲେଣି।...

ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ବାଟ ବାଛିବାକୁ କହିଥିଲୁ

ଚଣ୍ଡିଗଡ଼,୫।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର ପଞ୍ଜାବର ଏକ ଫ୍ଲାଏଓଭରରେ ୨୦ ମିନିିଟ୍‌ ଧରି ଫଶି ରହିଥିଲା। ଏହି ଘଟଣା...

ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ସାହସ ମୋଦିଙ୍କର ନାହିଁ: ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ମୋଦିଙ୍କ ସାହସ...

ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ: ବିଶ୍ୱ ନଜରରେ ଉତ୍ତରପୂର୍ବାଞ୍ଚଳ

ଓ୍ବାଶିଂଟନ/ଲଣ୍ଡନ,୧୫ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପୂର୍ବ ଭାରତରେ ହିଂସାତ୍ମକ ଆନ୍ଦୋଳନ ଜାରି ରହଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟର ନଜର ଉତ୍ତର-ପୂର୍ବ...

କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…

ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା...

ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର...

ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା

ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ...

ବିଶ୍ୱର ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁଗଭ ନାମକ କମ୍ପାନୀ ପକ୍ଷରୁ ୩୮ ଦେଶର...

Advertisement
Archives

Model This Week