ଅସ୍ବୀକାର କାହିଁକି

ଆକାର ପଟେଲ

ଶାସନ ବ୍ୟବସ୍ଥା ନିମ୍ନଗାମୀ ହୋଇଥିବା ବିଭିନ୍ନ ସୂଚକାଙ୍କର ତଥ୍ୟକୁ ଭିତ୍ତି କରି ଭାରତର ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୨୦ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ। ଏହି ସୂଚକାଙ୍କଗୁଡ଼ିକ ଦେଶକୁ ସମ୍ପୂର୍ଣ୍ଣ ନିରାଶ କରିଥିଲା। ବିଶେଷ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ-ଲାଭକାରୀ ସଂସ୍ଥାଠାରୁ ଆରମ୍ଭ କରି ଜାତିସଂଘ, ୱାର୍ଲଡ ଇକୋନୋମିକ ଫୋରମ ଏବଂ ଦି ଇକୋନୋମିଷ୍ଟ ଭଳି ଅନୁଷ୍ଠାନ ଦ୍ୱାରା ସରକାରଙ୍କ ତଥ୍ୟକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥିଲା। ସରକାର ବି ତାଙ୍କ ନିମ୍ନମୁଖୀ ଶାସନ ସମ୍ପର୍କରେ ସମ୍ପୂର୍ଣ୍ଣ ଚିନ୍ତିତ ଥିଲେ। ସରକାର ଜୁଲାଇ ୧୦ରେ ଜାରି କରିଥିବା ଏକ ପ୍ରେସ ରିଲିଜରୁ ଆମେ ଏହା ଜାଣିବାକୁ ପାଇଛୁ। ‘ବଛା ବଛା ୨୯ଟି ବୈଶ୍ୱିକ ସୂଚକାଙ୍କର ପ୍ରଦର୍ଶନ ଉପରେ ଅନୁଧ୍ୟାନ କରିବାକୁ ନୀତି ଆୟୋଗ ଏକ ଭର୍ଚ୍ଚୁଆଲ ଓ୍ବାର୍କଶପ ବା କର୍ମଶାଳା ଆୟୋଜନ କରିଛନ୍ତି’ ବୋଲି ଶୀର୍ଷକ ଥିଲା ଏହି ପ୍ରେସ ରିଲିଜର। ଉକ୍ତ କର୍ମଶାଳାରେ ସ୍ଥିର କରାଯାଇଥିତ୍ଲା ଯେ,ସରକାର ୨୯ଟି ବୈଶ୍ୱିକ ସୂଚକାଙ୍କ ପାଇଁ ଏକକ ସୂଚନାପ୍ରଦ ଡାସ୍‌ବୋର୍ଡ ପ୍ରସ୍ତୁତ କରିବେ। ଏହା ପ୍ରତ୍ୟେକ ସରକାରୀ ତଥ୍ୟର ମାନଦଣ୍ଡ ଏବଂ ପ୍ରକାଶନ ସଂସ୍ଥାଗୁଡ଼ିକ ଉପଯୋଗ କରିଥିବା ତଥ୍ୟର ଉତ୍ସ ଉପରେ ଅନୁଧ୍ୟାନ ବା ନିରୀକ୍ଷଣ କରିବ। କେବଳ ର଼୍ୟାଙ୍କରେ ଉନ୍ନତି ଆଣିବା ନୁହେଁ, ବରଂ ସମୁଦାୟ ବ୍ୟବସ୍ଥା ଓ ସଂସ୍କାରକୁ ଆଗକୁ ବଢାଇ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ବିଚାର ବା ଭାବମୂର୍ତ୍ତି କୁ ନୂଆ ରୂପ ଦେବା ଏହାର ଲକ୍ଷ୍ୟ ଥିଲା। ଏହି ଘଟଣା ଭାବମୂର୍ତ୍ତି ସହ ଜଡିତ, ଶାସନର ବାସ୍ତବତା ନୁହେଁ ବୋଲି ସରକାର ବିିଶ୍ୱାସ କରୁଥିବା ଜଣାପଡିଲା। କାରଣ ତା’ପର ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଗଲା ଯେ, ୨୯ଟି ବୈଶ୍ୱିକ ସୂଚକାଙ୍କ ଉପରେ ଭାରତ ତା’ର ଉନ୍ନତି ଆଣିବା ଲାଗି କାର୍ଯ୍ୟ କରୁଛି ଓ ଏହି ବାର୍ତ୍ତା ସ୍ପଷ୍ଟ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚାହଁୁଛି। ଯେଭଳି ଏକ ବୃହତ୍‌ ପ୍ରଚାର ଅଭିଯାନ ମାଧ୍ୟମରେ ନିଜସ୍ବ ବିଚାର ତଥା ଭାବମୂର୍ତ୍ତି ସମ୍ପର୍କରେ ବିଜ୍ଞାପନ ଦିଆଗଲା ଓ ମନ୍ତ୍ରଣାଳୟଗୁଡ଼ିକର ଓ୍ବେବ୍‌ସାଇଟରେ ପ୍ରକାଶ କରାଗଲା; ତାହା ଅପରପକ୍ଷରେ ସମସ୍ୟା, ମାନଦଣ୍ଡ ଏବଂ ବୈଶ୍ୱିକ ସୂଚକାଙ୍କଗୁଡ଼ିକର ଡେଟା ଉତ୍ସକୁ ଲୋକଲୋଚନକୁ ଆଣିଲା।
ଭାରତ ନିଜ ସମସ୍ୟା ଉପରେ ଧ୍ୟାନ ଦେଲା କି ? ଏହା କଲା ନାହିଁ। ସମସ୍ୟା ବିଚାର କିମ୍ବା ପକ୍ଷପାତର ନ ଥିଲା। ଆମକୁ ଖରାପ ଭାବେ ପ୍ରଦଶିର୍ର୍ତ କରିବାକୁ ବିଶ୍ୱ ମଧ୍ୟ ଷଡ଼ଯନ୍ତ୍ର କରି ନ ଥିଲା। ୨୦୧୪ରୁ ତଳକୁ ଖସିଆସିଥିବା ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବାକୁ ଜଣାଇବା ଲାଗି ଏହା ଉଦ୍ଦିଷ୍ଟ ଥିଲା। କିନ୍ତୁ ଭାରତ ସମସ୍ତ ସଂସ୍ଥା ଓ ଅନୁଷ୍ଠାନର ତଥ୍ୟକୁ ମାନୁନି। ଏଥିରୁ ବୁଝାପଡୁଛି କି, ଯେଉଁମାନେ ସମ୍ପୂର୍ଣ୍ଣ ଘଟଣାକୁ ନିରୀକ୍ଷଣ କରୁଥିଲେ ସେମାନଙ୍କ ଦୃଷ୍ଟିକୋଣ ବଦଳାଇବା ଲାଗି ଏହା କରାଯାଇଥିତ୍ଲା । ମୋଦିଙ୍କ ଶାସନରେ ଭାରତର ର଼୍ୟାଙ୍କ ତିନୋଟି ସୂଚକାଙ୍କରେ ବଢ଼ିଲା, ଦୁଇଟିରେ ସମାନ ରହିଲା। କିନ୍ତୁ ୪୧ଟି ରେ ତଳକୁ ଖସିଲା। ୨୦୧୪ରୁ ୪୧ଟି ଯାକ ସୂଚକାଙ୍କରେ ଭାରତ ଅତ୍ୟନ୍ତ ଖରାପ କରିଛି।
ଏଥିରେ ପରିବର୍ତ୍ତନ ଆଣିବା ଲାଗି ବିଜ୍ଞାପନ ଏବଂ ଅଧିତ୍କ ଓ୍ବେବ୍‌ସାଇଟ ମାଧ୍ୟମରେ ଭାରତର ଭାବମୂର୍ତ୍ତିକୁ ନୂଆ ରୂପ ଦେବାରେ ମୋଦି ସରକାରଙ୍କ ଭାବନା ଅଦ୍ଭୁତ ଲାଗେ। କିନ୍ତୁ ସରକାର ଏହା କରିବାକୁ ହିଁ ଠିକ୍‌ ଭାବିଲେ । କହିଲେ,ଏଭଳି ହ୍ରାସ ପାଇଁ ସେ ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି। ଏହାକୁ ଅସ୍ବୀକାର କରିବାର ମାନେ ଏହି ସମସ୍ୟାରୁ ସରକାର ସମ୍ପୂୂର୍ଣ୍ଣ ମୁଣ୍ଡ ଖସାଇ ଦେଲେ। କ୍ଷୁର୍ଣ୍ଣ ଭାବମୂର୍ତ୍ତିକୁ ସୁଧାରିବା ସମାଧାନର ବାଟ ନ ଥିଲା, ବରଂ ଉତ୍ତମ ଶାସନ ମାଧ୍ୟମରେ କାର୍ଯ୍ୟଧାରରେ ଉନ୍ନତି ଆଣିବା ଉଚିତ ଥିଲା। ତେବେ କୌଣସି କାରଣରୁ ପ୍ରଚାର ରଣନୀତି ବିଫଳ ହେଲା। ସରକାର ତା’ପରେ ୨୦୨୦ ଶେଷ ଆଡକୁ ସ୍ଥିର କଲେ ଯେ, ଯଦି ଶୀଘ୍ର ଓ ତଥ୍ୟ ନବୀକରଣ ନିିଶ୍ଚିତ କରିବାକୁ ମନ୍ତ୍ରଣାଳୟଗୁଡ଼ିକୁ କହିଥାଆନ୍ତେ ତେବେ ସୂଚକାଙ୍କରେ ଉନ୍ନତି ଅଣାଯାଇ ପାରିଥାଆନ୍ତା। ଏହା ଏକ କଳ୍ପନା ଥିଲା। କେବଳ ତଥ୍ୟରେ ପଛରେ ରହିଯିବା ଯୋଗୁ ଏଭଳି ତଳକୁ ଆମେ ଖସିଲୁ ବୋଲି ଭାବିବା ଭୁଲ୍‌ , କାରଣ ତଥ୍ୟ ନବୀକରଣ ପରେ ଯେଉଁ ସୂଚକାଙ୍କ ଆସିଲା ସେଥିତ୍ତ୍ରେ ବି ଲଗାତର ନିମ୍ନଗାମୀ ହେବା ଲକ୍ଷ୍ୟ କରାଗଲା। ଏହି ସପ୍ତାହରେ ଫ୍ରିଡମ୍‌ ହାଉସ୍‌ରୁ ରିପୋର୍ଟ ଆସିଛି,ଯେଉଁଥିତ୍ରେ ଭାରତ ସମ୍ପୂର୍ଣ୍ଣ ସ୍ବାଧୀନ ନୁହେଁ, ବରଂ ଆଂଶିକ ସ୍ବାଧୀନ ବୋଲି କୁହାଯାଇଛି। ସରକାର କହନ୍ତି, କିଛି ସୂଚକାଙ୍କକୁ ଆଧାର କରି ଏହାକୁ ଏକ ମତ ବୋଲି ସ୍ବୀକାର ଯାଇପାରିବନାହିଁ । ଫ୍ରିଡମ୍‌ ହାଉସ ଭାରତକୁ ରାଜନୈତିକ ଅଧିକାରରେ ୪୦ରୁ ୩୦ ନମ୍ବର ଦେଇଛି। ମୁକ୍ତ ଓ ଅବାଧ ନିର୍ବାଚନ, ନିର୍ବାଚନ କମିଶନଙ୍କ ନିରପେକ୍ଷତା, ରାଜନୈତିକ ଦଳ ଆରମ୍ଭ କରିବାର ସ୍ବାଧୀନତା, ବିରୋଧୀଙ୍କୁ ସେମାନଙ୍କ ଶକ୍ତି ବଢ଼ାଇବା ସୁଯୋଗ କ୍ଷେତ୍ରରେ ଏହା ପୂରା ନମ୍ବର ଦେଇଛି। କିନ୍ତୁ ହିଂସାରେ ନିର୍ବାଚନ ବାଧାପ୍ରାପ୍ତ ହେଉ କି ସାମ୍ପ୍ରଦାୟିକ ହିଂସାରେ ପ୍ରଭାବିତ ହେଉ, ଏଥିତ୍ରେ ସମ୍ପୂର୍ଣ୍ଣ ମାର୍କ ଦେଇନାହିଁ। ଏସବୁ ମିଳି ନ ଥିବ ବୋଲି ଆମେ ଜାଣିିଛେ। ଫ୍ରିଡମ ହାଉସ ମୋଟ ନମ୍ବରର ୪୦% ହେଉଛି ରାଜନୈତିକ ଅଧିକାର। ଆଉ ୬୦% ହେଉଛି ନାଗରିକ ଅଧିକାର। ଏ କ୍ଷେତ୍ରରେ ଆମ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଏଥିତ୍ରେ ଆମକୁ ମିଳିଛି ୬୦ରୁ ୩୩ ନମ୍ବର। ବାକ୍‌ ଓ ଧାର୍ମିକ ସ୍ବାଧୀନତା, ସମାବେଶ ଓ ପ୍ରତିବାଦ ସ୍ବାଧୀନତା, କାର୍ଯ୍ୟ କରିବାକୁ ଏନଜିଓ ପାଇଁ ସ୍ବାଧୀନତା, ଆଇନର ଶାସନ,ନ୍ୟାୟପାଳିକାର ସ୍ବାଧୀନତା, ପୋଲିିସ ଦ୍ୱାରା ଉଚିତ ପ୍ରକ୍ରିୟା ଆଦିରେ ଆମର ରେଟିଂ ପୂରା ଦୁର୍ବଳ। ଆମେ ଏହାକୁ ଅସ୍ବୀକାର କରିପାରିବା କି? ନା କେବେ ବି ନୁହେଁ। ସରକାର ଯେଭଳି ଏହାକୁ ଅସ୍ବୀକାର କଲେ ତାହା ବି ଠିକ୍‌ ନୁହେଁ। ଏହା କିଛି କାମ ଦେବ ନାହିଁ, କାରଣ ଆସନ୍ତା ସପ୍ତାହରେ ୟୁନିଭର୍ସିଟି ଅଫ ଗୋଥେନବର୍ଗରୁ ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସୀ ରିପୋର୍ଟ ଆସୁଛି। ଆମ ଗଣତାନ୍ତ୍ରିକ ବିଚାର ବା ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି ଓ ସାରା ବିଶ୍ୱରେ ଏହାକୁ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଆଶ୍ଚର୍ଯ୍ୟ ଯେ, ଭାରତରେ ଏହି ବିଷୟକୁ ଆମେ ଚିରାଚରିତ ଢଙ୍ଗରେ ହାଲୁକା ଭାବେ ନେଉଛୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?