Posted inଜାତୀୟ

ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ତଥା ସିନିୟର ଜର୍ନାଲିଷ୍ଟ ମାଥ୍ୟୁ ସାମୁଏଲ। ୨୦୧୬ରେ ତାଙ୍କ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ ଜରିଆରେ ଏହି ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିଥିଲା। ନାରଦା ଲାଞ୍ଚ କାରବାର ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ (ଦୁହେଁ ଟିଏମ୍‌ସି ଛାଡ଼ି ଭାଜପାରେ ମିଶିଛନ୍ତି)ଙ୍କ ଭଳି କିଛି ହେଭିଓ୍ବେଟ ନେତାଙ୍କ ବିରୋଧରେ ମଧ୍ୟ ପ୍ରମାଣ ରହିଛି। ଏହାସତ୍ତ୍ୱେ କାହିଁକି ଭାଜପା ନେତାଙ୍କୁ ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିନିୟର ଜର୍ନାଲିଷ୍ଟ।

ଦୀର୍ଘ ଦିନ ପରେ ଖୁସି ଆସିଛି। ଷ୍ଟିଙ୍ଗ୍‌ ଅପରେଶନର ଭିଡିଓ ୨୦୧୬ରେ ପ୍ରକାଶ ପାଇଥିଲା। ୩ ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା ମାମଲାର ଚାର୍ଜ ଶିଟ। ଏହାସତ୍ତ୍ୱେ ସେତେବେଳେ ସିବିଆଇ ରାଜନେତାଙ୍କୁ ଛୁଇଁ ପାରି ନ ଥିବା କହିଛନ୍ତି ଇନଭେଷ୍ଟିଗେଟିଭ ଜର୍ନାଲିଷ୍ଟ ତଥା ନାରଦା ନ୍ୟୁଜର ପ୍ରତିଷ୍ଠାତା ସାମୁଏଲ।

୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନାରଦା ନ୍ୟୁଜ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଥିଲା। ସେଥିରେ ଦେଖିବାକୁ ମିଳିଥିଲା କିଛି ସହାୟତା କରିବା ପାଇଁ ପ୍ରତିଶ୍ରୁତି ବଦଳରେ ତୃଣମୂଳ କଂଗ୍ରେସର ନେତାମାନେ ଲାଞ୍ଚ ନେଉଥିଲେ। ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମମତାଙ୍କ ପୂର୍ବତନ ଘନିଷ୍ଠ ତଥା ବର୍ତ୍ତମାନ ବିରୋଧି ଦଳ ନେତା ଶୁଭେନ୍ଦୁ ଓ ମୁକୁଲ ରୟ ମଧ୍ୟ ରହିଛନ୍ତି।

” ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ଅଫିସରେ ମୁଁ ଟଙ୍କା ଦେଇଛି। କିନ୍ତୁ ତାଙ୍କ ନାମ ସିବିଆଇ ତାଲିକାରେ ନାହିଁ। ଫରେନ୍ସିକ ଟେଷ୍ଟରୁ ଶୁଭେନ୍ଦୁ ଦୋଷୀ ବୋଲି ପ୍ରମାଣ ହୋଇଥିଲା। ଏ ସଂକ୍ରାନ୍ତରେ ମୋଠାରୁ ଷ୍ଟେଟ୍‌ମେଣ୍ଟ ନେଇଥିଲା ସିବିଆଇ। ଶୁଭେନ୍ଦୁ ତାଙ୍କ ଦୋଷ ମଧ୍ୟ ସ୍ବୀକାର କରିଥିବା ମଧ୍ୟ ଜାଣିବାକୁ ପାଇଥିଲି “ ବୋଲି ସାମୁଏଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀଙ୍କ ନୂଆ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ ଓ ଫିର୍ହାଦ ହାକିମ, ଟିଏମ୍‌ସିର ପୂର୍ବତନ ବିଧାୟକ ସୋଭେନ ଚାଟାର୍ଜୀ ଓ ଅନ୍ୟ ଦଳର ବିଧାୟକ ମଦନ ମିତ୍ରଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri