Posted inଫୁରସତ

କଦଳୀର ଆକାର ବଙ୍କା କାହିଁକି

କଦଳୀ ବଢିବା ସମୟରେ ଏକ ପ୍ରକ୍ରିୟା ଦେଇ ଗତି କରେ। ଯାହାକୁ ନେଗେଟିଭ ଜିଓଟ୍ରୋପିଜମ୍‌ କୁହାଯାଏ। ସହଜ ଭାଷାରେ କହିବାକୁ ଗଲେ ମାଧ୍ୟାକର୍ଷଣ ଶକ୍ତି ବିପରୀତରେ ବୃକ୍ଷର ସୂର୍ଯ୍ୟ ଆଡକୁ ବଢିବାର ପ୍ରବୃତ୍ତି ହେଉଛି ନେଗେଟିଭ ଜିଓଟ୍ରୋପିଜମ୍‌। କଦଳୀ ଗଛରେ କଦଳୀ କାନ୍ଧୀ ଓଲଟା ରହିଥାଏ। ଏହାର ତଳ ଭାଗ ଉପର ଆଡ଼କୁ ଥାଏ। ପ୍ରଥମେ ତ କଦଳୀ ଭୂମି ଆଡକୁ ହିଁ ବଢିଥାଏ। କଦଳୀ କାନ୍ଧୀ ଯେତେଯେତେ ବଡ଼ ହୁଏ ତାହା ଲମ୍ବା ହେବାକୁ ଲାଗେ। ଆଉ ଏହାର ତଳଭାଗକୁ ସୂର୍ଯ୍ୟ କିରଣ ପଡ଼ିବା କମିଯାଏ। ସୂର୍ଯ୍ୟ କିରଣର ଆବଶ୍ୟକତା ଯୋଗୁ ଧୀରେ ଧୀରେ କଦଳୀ ମୋଡି ହୋଇ ଉପର ଆଡକୁ ଅର୍ଥାତ୍‌ ସୂର୍ଯ୍ୟକୁ ମୁହଁ କରିବା ଆରମ୍ଭ କରେ। ଅର୍ଥାତ୍‌ ନେଗେଟିଭ ଜିଓଟ୍ରୋପିଜମ୍‌ ପ୍ରବୃତ୍ତି କାରଣରୁ ଏହା ଭୂମି ଆଡ଼କୁ ବଢିବା ପରିବର୍ତ୍ତେ ସୂର୍ଯ୍ୟ ଆଡକୁ ମୁହଁ କରି ବଢିବାକୁ ପ୍ରୟାସ କରେ। ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଉପର ଆଡକୁ ବଢିବା ଯୋଗୁ କଦଳୀ ବଙ୍କା ହୋଇଯାଏ। ଏହାବାଦ କଦଳୀରେ ଅକ୍ସିନ ନାମକ ଏକ ପ୍ଲାଣ୍ଟ ହରମୋନ ଥାଏ। ଯାହା ନିଶ୍ଚିତ କରେ ଯେ, ଗଛ ସୂର୍ଯ୍ୟ କିରଣ ଆଡ଼କୁ କିଭଳି ପ୍ରତିକ୍ରିୟା ଦେବ। ଏହି ହରମୋନ ହିଁ କଦଳୀ ଗୁଡିକୁ ସୂର୍ଯ୍ୟ ମୁହଁା ହେବାକୁ ପ୍ରବର୍ତ୍ତାଇଥାଏ। ତେଣୁ କଦଳୀ ଧୀରେ ଧୀରେ ସୂର୍ଯ୍ୟ ମୁହଁା ହେବାକୁ ପ୍ରୟାସ କରି ବଙ୍କା ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?