Posted inଫୁରସତ

କ୍ଷୀରର ରଙ୍ଗ ଧଳା କାହିଁକି?

କ୍ଷୀର ଧଳାରଙ୍ଗର ହୋଇଥାଏ ଏଥିରେ ଥିବା ଧଳାରଙ୍ଗର କ୍ୟାସିନ୍‌ ଯୋଗୁ। କ୍ୟାସିନ ହେଉଛି କ୍ଷୀରରେ ଥିବା ମୁଖ୍ୟ ପ୍ରୋଟିନ ଭିତରୁ ଗୋଟିଏ। ଏହି କ୍ୟାସିନ କ୍ଷୀରରେ ଥିବା କ୍ୟାଲସିୟମ ଏବଂ ଫସଫେଟ୍‌ ସହ ମିଶି ଛୋଟ ଛୋଟ କଣିକା ତିଆରି କରିଥାଏ, ଯାହାକୁ ମିସେଲ କୁହାଯାଏ। ଯେତେବେଳେ ଏହି ମିସେଲ ଉପରେ ଆଲୋକ ପଡେ ତାହାର ଗତି ବକ୍ର ହୋଇ ବିଚ୍ଛୁରିତ ହୋଇଯାଏ। ଅର୍ଥାତ୍‌ ଏହା ସବୁ ଲାଇଟ୍‌ ଓ୍ବେଭଲେନ୍ଥକୁ ପ୍ରତିଫଳିତ କରିଦିଏ କାହାକୁ ଗ୍ରହଣ କରେନା। ଏହି କାରଣ ଯୋଗୁ କ୍ଷୀର ଧଳାରଙ୍ଗର ଦେଖାଯାଏ। ଏହାବାଦ କ୍ଷୀରରେ ଥିବା ଫ୍ୟାଟ ବି କ୍ଷୀର ଧଳା ଦେଖାଯିବାର ଅନ୍ୟତମ କାରଣ। କ୍ଷୀରର ମୁଖ୍ୟ ଉପାଦାନ ହେଉଛି ପାଣି ଯାହା ୮୭% ଥାଏ। ଏହାବାଦ ଏଥିରେ ଫ୍ୟାଟ, ପ୍ରୋଟିନ, ଲାକ୍ଟୋଜ୍‌, ମିନେରାଲ୍ସ ଓ ଭିଟାମିନ୍ସ ଥାଏ। ଯାହାକି କ୍ଷୀରର ରଙ୍ଗ ଉପରେ ପ୍ରଭାବ ପକାଇଥାଏ। କ୍ଷୀରରେ ଥିବା ଫ୍ୟାଟ ଓ ପ୍ରୋଟିନର ମଲିକ୍ୟୁଲ ଲାଇଟ୍‌ର ଓ୍ବେଭଲେନ୍ଥକୁ ଏଭଳି ମାତ୍ରାରେ ପ୍ରତିଫଳିତ କରେ ଯେ, କ୍ଷୀର ଧଳାରଙ୍ଗର ଦେଖାଯାଏ। ଯଦି କ୍ଷୀରରୁ କିଛି ଫ୍ୟାଟ ବାହାର କରି ଦିଆଯାଏ ତେବେ କ୍ଷୀରର ରଙ୍ଗ ଟିକେ ବଦଳିଯିବ। କାରଣ ଆଲୋକ, ଭିନ୍ନ ଓ୍ବେଭ ଲନ୍ଥ ଆଖିକୁ ପ୍ରତିଫଳିତ କରାଏ। ସେଥିପାଇଁ ସ୍କିମ ମିଲ୍କ ସାମାନ୍ୟ ନୀଳ ଦେଖାଯାଏ। ଏହାବାଦ ନଜର କରିଥିବେ ମଇଁଷୀ କ୍ଷୀର ଅପେକ୍ଷା ଗାଈ କ୍ଷୀର ଟିକେ ହଳଦିଆ ଦେଖାଯାଏ। ଏହାର କାରଣ ହେଉଛି ମଇଁଷୀ କ୍ଷୀର ଅପେକ୍ଷା ଗାଈ କ୍ଷୀର ପତଳା ଓ ଏଥିରେ ଫ୍ୟାଟ ମାତ୍ରା କମ୍‌ ଥାଏ। ତା’ସହ କ୍ୟାସିନ ମାତ୍ରା ବି ଏଥିରେ କମ୍‌ ଥାଏ। ଗାଈ କ୍ଷୀରରେ କ୍ୟାଲସିୟମ ସହ ପ୍ରୋଟିନ ବି ଥାଏ। ଏହି ପ୍ରୋଟିନ ଭିତରୁ ଗୋଟିଏ ପ୍ରୋଟିନ ହେଉଛି କ୍ୟାରୋଟିନ। ଏହି ପ୍ରୋଟିନ ପାଇଁ ମଧ୍ୟ ମଇଁଷୀ କ୍ଷୀର ଅପେକ୍ଷା ଗାଇ କ୍ଷୀର ସାମାନ୍ୟ ହଳଦିଆ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?