ଜାଣନ୍ତୁ କିପରି କରିବେ ଟେନ୍‌ସନ୍‌ ଫ୍ରି ଟ୍ରାଭେଲ୍‌

ଦିନ ଥିଲା, କୌଣସି ଅଜଣା ସ୍ଥାନକୁ ଯିବା ଲାଗି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେବେ ପଚାରି ପଚାରି ଯିବାରେ ଅଯଥା ସମୟ ସାଙ୍ଗକୁ ଇନ୍ଧନ ବି ନଷ୍ଟ ହେଉଥିଲା ତ କେବେ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚତ୍ପାରି ଫେରିବାକୁ ପଡ଼ୁଥିଲା। ଆଉ ପୁଣି କେବେ ଅଚିହ୍ନା ଗାଡ଼ିବାଲା ଠକିବା ଅବା ଅନ୍ୟତ୍ର ନେଇଯିବା ସମ୍ପର୍କରେ ଭୟ ରହୁଥିଲା। ହେଲେ ମୋବାଇଲ୍‌ ଫୋନ୍‌ରେ ଜିପିଏସ୍‌ ବା ଗୁଗଲ୍‌ ମ୍ୟାପ୍‌ ଆପ୍ଲିକେଶନ୍‌ ଟ୍ରାଭେଲ୍‌କୁ କରିଛି
ଟେନ୍‌ସନ୍‌ ଫ୍ରି…

ଗୁଗଲ୍‌ର ଫ୍ରି ଓ୍ବେବ୍‌ ମ୍ୟାପିଂ ସର୍ଭିସ୍‌ ଆପ୍ଲିକେଶନ୍‌ ଗୁଗଲ୍‌ ମ୍ୟାପ୍‌ ଯାତ୍ରୀଙ୍କଠାରୁ ଡ୍ରାଇଭରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବେଶ୍‌ ଉପକାରୀ। ଯୁବପିଢ଼ି କେଉଁଆଡ଼େ ଯିବା ଲାଗି ସବୁଠୁ ଅଧିକ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏଥିରେ ଥିବା ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌ ବା ଜିପିଏସ୍‌ ଦ୍ୱାରା କୌଣସି ସ୍ଥାନ ଖୋଜିବା ଲାଗି ଅନ୍ୟର ସାହାଯ୍ୟ ନେବା କିମ୍ବା ଦୀର୍ଘ ସମୟ ଧରି ଏଣେତେଣେ ବୁଲିବା ଭଳି ସମସ୍ୟା ରହୁନାହିଁ। ଫଳରେ ଅଯଥା ସମୟ ନଷ୍ଟ ସହ ଅନାବଶ୍ୟକ ଇନ୍ଧନ ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରୁଛି…
ନଷ୍ଟ ହେଉନି ସମୟ:
ପୂର୍ବରୁ କୌଣସି କୌଣସି ସ୍ଥାନରେ ପହଞ୍ଚତ୍ବା ଲାଗି ବାରମ୍ବାର ଅନ୍ୟମାନଙ୍କୁ ରାସ୍ତା ପଚାରି ବୁଝିବା ଭିତରେ ଅଯଥା ସମୟ ନଷ୍ଟ ହେଉଥିଲା। କେବେକେବେ ଏଥିପାଇଁ କେତେକ ଯୁବପିଢ଼ିଙ୍କୁ ପରୀକ୍ଷା ହଲ୍‌ରେ ଅବା ଜବ୍‌ ଇଣ୍ଟରଭ୍ୟୁ ଆଦି ପାଇଁ ଠିକ୍‌ ସମୟରେ ନ ପହଞ୍ଚତ୍ପାରିବା କାରଣରୁ ବିଫଳତାର ସମ୍ମୁଖୀନ ହେବାକୁ ପଡୁଥିଲା। ହେଲେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରିବା ଦ୍ୱାରା ସହଜରେ ଯଥାସ୍ଥାନରେ ପହଞ୍ଚତ୍ୟିବା ସହ ସମୟ ମଧ୍ୟ ବଞ୍ଚାଇ ହେଉଛି। ଗୁଗଲ୍‌ ମ୍ୟାପ୍‌ରେ ସମସ୍ତ ଯାନବାହନ ଚଳାଚଳ ଲାଗି ମଲ୍ଟିପ୍‌ଲ ଟ୍ରାନ୍ସପୋର୍ଟେଶନ୍‌ ମୋଡ୍‌ ରହିଛି, ଯେଉଁଥିରେ ପାଦଚଲା ରାସ୍ତାଠାରୁ ଟୁ ହ୍ବିଲର, କାର, ଅନ୍ୟ ପବ୍ଲିକ୍‌ ଯାନବାହନ ଚାଳକମାନଙ୍କ ସୁବିଧା ମୁତାବକ ବିଭିନ୍ନ ଫିଚର୍ସ ଉପଲବ୍ଧ। ଫଳରେ ଜରୁରିକାଳୀନ ପରିସ୍ଥିତିରେ କମ୍‌ ସମୟ ମଧ୍ୟରେ ଯେକୌଣସି ସ୍ଥାନରେ ପହଞ୍ଚତ୍ ହେଉଛି।
ଏକା ଯିବାର ଭୟ କମିଛି:
ପାଠପଢ଼ା ଅବା ଜବ୍‌ ପାଇଁ ଅନେକ ଯୁବପିଢ଼ିଙ୍କୁ ନୂଆ ନୂଆ ସ୍ଥାନକୁ ଏକାକୀ ଯିବାକୁ ହୋଇଥାଏ। ଏମିତିରେ ଅନେକଙ୍କୁ ବିଶେଷକରି ଯୁବତୀମାନଙ୍କୁ ଭଡ଼ା ଗାଡି ବା କ୍ୟାବ୍‌ରେ ଯିବା ସମୟରେ ଡ୍ରାଇଭର ଠିକ୍‌ ରାସ୍ତାରେ ନେଉଛି କି ନାହିଁର ଭୟ ମନରେ ରହିଥାଏ। ହେଲେ ବର୍ତ୍ତମାନ ଏହି ଭୟକୁ କମାଇ ଦେଇଛି ଗୁଗଲ୍‌ ମ୍ୟାପ୍‌। ଏହାଦ୍ୱାରା ଗାଡ଼ିରେ ବସିବା ପରେ ନିଜେ ରାସ୍ତା ଦେଖି ହେବା ସହ ଅବିଳମ୍ବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ହେଉଛି। ଅନ୍ୟ କେହି ସେଠାକୁ ଆସିବାର ଥିଲେ ଡେଷ୍ଟିନେଶନ କୋଡ୍‌ ଏବଂ ଲାଇଭ୍‌ ଲୋକେଶନ୍‌ ଶେୟାର ମଧ୍ୟ କରି ହେଉଛି।
ଠାବ କରିବା ଅତି ସହଜ: ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସିଷ୍ଟମ ଦ୍ୱାରା ଶୁଣିଶୁଣି ମଧ୍ୟ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରିବେ। ଏହାର ଆଉ ଏକ ଭଲ ଫିଚର ହେଉଛି ପ୍ଲସ୍‌ କୋଡ୍ସ, ଯାହାଦ୍ୱାରା ବିଭିନ୍ନ ଛୋଟଛୋଟ ସ୍ଥାନର ଅବସ୍ଥିତି ମଧ୍ୟ ସହଜରେ ଠାବ କରିହେଉଛି। ଏଥିରେ ଗୁଗଲ୍‌ ଦ୍ୱାରା ପ୍ରତ୍ୟେକ ସ୍ଥାନ ଲାଗି ୪ ଅଙ୍କ ବିଶିଷ୍ଟ ଭିନ୍ନଭିନ୍ନ ସ୍ପେଶାଲ କୋଡ୍‌ ରହିଛି, ଯାହାକୁ ସହରର ନାମ ସହ ଯୋଡ଼ା ଯାଇଛି। ବ୍ୟବହାରକାରୀ କୌଣସି ସ୍ଥାନର ଅବସ୍ଥିତି ଜାଣିବା ଲାଗି ନିଜେ ଏହି କୋଡ୍‌ ବ୍ୟବହାର କରିବା ସହ ଶେୟାର ବି କରିପାରିବେ।
ସହଜ ହେଉଛି ଯାତ୍ରା:
ଦୁଇ ଚକିଆରୁ ଚାରି ଚକିଆ ପର୍ଯ୍ୟନ୍ତ ଯେକୌଣସି ସ୍ଥାନକୁ ଗାଡ଼ି ଭଡ଼ା କରିଯିବା ଅପେକ୍ଷା ନିଜେ ଡ୍ରାଇଭ୍‌ କରି ଯିବାର ଚାର୍ମ ଅଲଗା। ହେଲେ ଯେହେତୁ ପ୍ରତ୍ୟେକ ସ୍ଥାନର ରାସ୍ତା ବିଷୟରେ ଜଣାନାହିଁ, ତେଣୁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଏ। ବିଶେଷକରି ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସେବା ସବୁଠୁ ବେଷ୍ଟ। ଏହାଦ୍ୱାରା ଅନ୍ୟମନସ୍କ ହୋଇ ଅଲଗା ରାସ୍ତାରେ ପଶିଯିବାର ଟେନ୍‌ଶନ୍‌ ନାହିଁ। ଭଏସ୍‌ କମାଣ୍ଡ ଶୁଣି ଠିକ୍‌ ସମୟରେ ଟର୍ନିଂ ନେଇ ପହଞ୍ଚତ୍ହେଉଛି। କେବଳ ଏତିକି ନୁହେଁ ଏଥିରେ ଟ୍ରାଫିକ୍‌ ସ୍ଥିତି ଜାଣିବା ସହ ଅନ୍ୟ କେଉଁ ରାସ୍ତାରେ ଯିବା ସହଜ ହେବ ଜାଣି ହେଉଛି।
ଟୁରିଷ୍ଟ ଗାଇଡ୍‌ ପାଲଟିଛି: ପୂର୍ବରୁ କୌଣସି ଅଜଣା ସ୍ଥାନକୁ ବୁଲି ଗଲେ ବିଶେଷକରି ସ୍ବଳ୍ପ ସମୟ ମଧ୍ୟରେ ଅଧିକ ସ୍ଥାନ ବୁଲିଯିବାର ଥିଲେ ବାଧ୍ୟତାମୂଳକ ଭାବେ ଉକ୍ତ ସ୍ଥାନ ସମ୍ପର୍କରେ ଜାଣିଥିବା କେହି ବ୍ୟକ୍ତି କିମ୍ବା ଟ୍ୟୁରିଷ୍ଟ ଗାଇଡ୍‌ଙ୍କ ସାହାଯ୍ୟ ନେବାକୁ ହୋଇଥାଏ। ହେଲେ ବର୍ତ୍ତମାନ ଏହି ଗାଇଡ୍‌ର ଦାୟିତ୍ୱ ତୁଲାଉଛି ଗୁଗଲ୍‌ ମ୍ୟାପ।
ଜବ୍‌ ପାଇଁ ବେଶ୍‌ ଉପକାରୀ: ବର୍ତ୍ତମାନ ମାର୍କେଟିଂ ଜବ୍‌ର ଡିମାଣ୍ଡ ଖୁବ୍‌ ଅଧିକ। ଏମିତିରେ ଗ୍ରାହକଙ୍କ ପାଖରେ ଠିକ୍‌ ସମୟରେ ସାମଗ୍ରୀ ପହଞ୍ଚାଇବା ଲାଗି ଡେଲିଭରି ପର୍ସନଙ୍କୁ ଗୁଗଲ୍‌ ମ୍ୟାପ୍‌ ସବୁଠୁ ଅଧିକ ସାହାଯ୍ୟ କରୁଛି। ସେହିପରି ଟ୍ରାନ୍ସପୋର୍ଟ ସର୍ଭିସ୍‌ କରୁଥିବା ଡ୍ରାଇଭରଙ୍କୁ ଯାତ୍ରୀଙ୍କୁ ଠିକ୍‌ ସମୟରେ ଯେକୌଣସି ସ୍ଥାନରୁ ପିକ୍‌ଅପ୍‌ ଲୋକେଶନ୍‌ ଦେଖି ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ସହଜ ହୋଇପାରିଛି।

 

ବିକାଶ କୁମାର ମହାନ୍ତି (ଟ୍ୟାକ୍ସ କନ୍‌ସଲ୍‌ଟାଣ୍ଟ, ପୁରୀ)- କିଛି ମାସ ତଳେ ମଁୁ ଏକ କାର କିଣିଛି। ଅଫିସ୍‌ କାମରେ ଅନେକ ସମୟରେ ପୁରୀ ତଥା ପୁରୀ ବାହାରକୁ ଯିବାକୁ ପଡ଼ିଥାଏ। ସାଙ୍ଗମାନଙ୍କ ସହ ଅନେକ ସମୟରେ ବୁଲିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥାଏ। ତେଣୁ ନିଜ ଗାଡ଼ି ଯାତାୟାତ କରିବାରେ ବହୁ ସାହାଯ୍ୟ କରୁଛି। ପୂର୍ବରୁ ଅନେକ ସମୟରେ ଯାଉଥିବା ସ୍ଥାନର ରାସ୍ତା ଜଣା ନ ଥିଲା, ରାସ୍ତାରେ କେବେ କେବେ ପଚାରିବାକୁ ବି ସୁବିଧା ମିଳୁ ନ ଥିଲା। ହେଲେ ଏବେ ଗୁଗଲ୍‌ ମ୍ୟାପ୍‌ ବହୁତ କାମରେ ଆସୁଛି। ଜିପିଏସ୍‌ ଦ୍ୱାରା ବାଟ ନ ଭୁଲି ଠିକ୍‌ ଜାଗାରେ ପହଞ୍ଚତ୍ ହେଉଛି। ଯଦ୍ଦ୍ବାରା ସମୟ ମଧ୍ୟ ଅପଚୟ ହେଉନାହିଁ। ବର୍ତ୍ତମାନ ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଏହି ସୁବିଧା ଆପଣେଇବା ଦରକାର।
ପ୍ରଣୟ କୁମାର ମହାପାତ୍ର (କର୍ମଜୀବୀ, ଖୋର୍ଦ୍ଧା)- ଗୁଗଲ୍‌ ମ୍ୟାପ୍‌ ଯେ କେତେ ଉପକାରରେ ଆସୁଛି ତା’ ଭଲ ଭାବେ ବୁଝିଛି। କାରଣ ଥରେ ଗୋଟିଏ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଲୋକେଶନ୍‌ ଖୋଜି ଖୋଜି ପହଞ୍ଚତ୍ବାରେ ମାତ୍ର ଅଧଘଣ୍ଟା ବିଳମ୍ବ ପାଇଁ ଫେରିବାକୁ ପଡ଼ିଥିଲା। ସେହିଦିନଠାରୁ ଏହି ଆପ୍‌ ମୋର ଟ୍ରାଭେଲ୍‌ ଗାଇଡ୍‌ ପହଞ୍ଚତ୍ଛି। ଗାଡ଼ି ଚଲାଇବାବେଳେ ମୋବାଇଲ୍‌ ଦେଖି ଅନ୍ୟମନସ୍କ ନ ହେବା ଲାଗି ଏହାର ଭଏସ୍‌ ନାଭିଗେଶନ୍‌ ବହୁତ କାମରେ ଆସୁଛି। ସେହିପରି କେଉଁ ସ୍ଥାନକୁ ଯିବା ଅବା କାହାକୁ ଭେଟିବା ଲାଗି ଡେଷ୍ଟିନେଶନ କୋଡ୍‌ ଏବଂ ଲାଇଭ୍‌ ଲୋକେଶନ୍‌ ସବୁଠୁ ସହଜ ଉପାୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?