ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ

ନୂଆଦିଲ୍ଲୀ,୬।୭ : ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ମାନୁଫାକଚରିଂର ଯୋଗଦାନ ୧୫% ରହିଛି। ଏଭଳି ସ୍ଥିତିରେ ଚାଇନା ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନୁଫାକଚରିଂ ଉପରେ ନିର୍ଭର କରିଥାଏ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉକ୍ତ ଦେଶର ସାମଗ୍ରୀ ବର୍ଜନ କରିବାକୁ ଜୋରଦାର ପ୍ରୟାସ ହୋଇଛି। ଭାରତକୁ ଚାଇନା ଭଳି ମାନୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ମଧ୍ୟ ପ୍ରୟାସ ହୋଇଛି। ଭାରତ ଯଦି ଏହି ଲକ୍ଷ୍ୟ ହାସଲ କରିନିଏ ତେବେ ଦେଶରେ ନିଯୁକ୍ତି ସୁଯୋଗ ସହ ରପ୍ତାନି ମଧ୍ୟ ବଢିବ। ହେଲେ ଭାରତକୁ ମାନୁଫାକଚରିଂ ହବ୍‌ ଭାବେ ରୂପାନ୍ତରିତ କରିବା ବହୁ କଷ୍ଟସାଧ୍ୟ ବ୍ୟାପାର ବୋଲି ମାରୁତି ସୁଜୁକି ଇଣ୍ଡିଆ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ମତପ୍ରକାଶ କରିଛନ୍ତି।
ନିଜ ଲିଖିତ ପୁସ୍ତକ ‘ଗେଟିଂ କମ୍ପିଟିଟିଭ ଏ ପ୍ରାକ୍ଟିସନର୍ସ ଗାଇଡ ଫର ଇଣ୍ଡିଆ’ରେ ଭାର୍ଗବ କହିଛନ୍ତି ଯେ, ଅତ୍ୟାଧୁନିକ ଚାଇନା ନିର୍ମାଣ ହେବାରେ ବେଶି ସମୟ ଲାଗି ନାହିଁ। ଚାଇନାର କାହାଣୀର ମାତ୍ର ୩ ଦଶନ୍ଧି ହେବ। ସେଠାକାର ସରକାରଙ୍କ ବିଚାରଧାରା କିଛି ଭିନ୍ନ ରହିଥିଲେ ମଧ୍ୟ ବଢୁଥିବା ବେରୋଜଗାରୀକୁ ନଜରରେ ରଖି ନିବେଶ ଲାଗି ଦ୍ୱାର ଖୋଲିବା ପଦକ୍ଷେପ ନିଆଗଲା। ନିବେଶକଙ୍କୁ ଅନୁକୂଳ ହେଉଥିବା ସବୁ ପଦକ୍ଷେପ ନେବାକୁ ସେଠାକାର ସରକାର ଅଗ୍ରାଧିକାର ଦେଲେ। ଲୋକଙ୍କୁ ରୋଜଗାର ମିଳୁଥିବାରୁ ଚାଇନାର ବ୍ୟବସ୍ଥା ବିରୋଧରେ ଲୋକ ଗଲେ ନାହିଁ। ଦେଖୁ ଦେଖୁ ଚାଇନା ବିଶ୍ୱର ପ୍ରମୁଖ ମାନୁଫାକଚରିଂ ହବରେ ରୂପାନ୍ତରିତ ହେଲା। ଗୋଟିଏ କଥାରୁ ଚାଇନାର ଶକ୍ତି ବିଷୟରେ ଅନୁମାନ ଲଗାଇ ହେବ। କରୋନା ଆରମ୍ଭ ହେବା ବେଳେ ସାରା ଦୁନିଆର ଯୋଗାଣ ଚେନ୍‌କୁ ଶକ୍ତ ଧକ୍କା ଲାଗିଲା। କାରଣ ଏହି ଦେଶ ସାରା ବିଶ୍ୱକୁ ସାମଗ୍ରୀ ଯୋଗାଣ କରିବାରେ ଏକ ବୃହତ୍ତ ଅଂଶ ହାସଲ କରିଛି।
ଭାର୍ଗବ ପୁଣି କହିଛନ୍ତି, ସାମାଜିକ ଦୃଷ୍ଟିକୋଣରୁ ଭାରତରେ ଏକ ଉଚିତ ସମାଜ ଗଠନ କରିବା ବହୁ କଠିନ କାମ। କାରଣ ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧି ପରେ ମଧ୍ୟ ଭାରତ ଏକ ଔଦ୍ୟୋଗିକ ଦେଶ ହେବାକୁ ସକ୍ଷମ ହୋଇ ପାରିନାହିଁ। ଏହାଦ୍ୱାରା ଦେଶ ମଧ୍ୟରେ ସମସ୍ୟା ବଢିଗଲା। ଧନୀ ଏବଂ ଗରିବଙ୍କ ମଧ୍ୟରେ ସମସ୍ୟା ବୃଦ୍ଧି ପାଇ ଚାଲିଲା। ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ଦ୍ୱାରା ବଜାରରେ ପ୍ରତିଦ୍ୱନ୍ଦ୍ୱିତା, ମାନୁଫାକଚରିଂ ଏବଂ ସାମାଜିକ ନ୍ୟାୟ ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ଲାଗି ଅନୂକୂଳ ହୋଇପାରିଲା ନାହିଁ। ମାନୁଫାକଚରିଂ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଆଣିବା ଲାଗି ବହୁ ପଥ ଅତିକ୍ରାନ୍ତ କରିବାକୁ ହେବ। ସାମାଜିକ ଏବଂ ଆର୍ଥତ୍କ ଦୂରତ୍ୱ ହାସଲ କରିବା ଏକ ବଡ ସ୍ବପ୍ନ ଭାବେ ଉଭା ହୋଇଛି। ମାତ୍ର ଭାରତ ବଜାରକୁ ନେଇ ଭାର୍ଗବ ଆଶାବାଦୀ ରହିଛନ୍ତି। ସମସ୍ୟା ଯାହା ବି ହେଉ ଯାହା ଆମେ ହାସଲ କରିବାକୁ ଆଜିଯାଏ ସକ୍ଷମ ହୋଇନେ ସେହି ଦିଗରେ ବଢିବା ଜରୁରୀ। କିଛି ବି ହାସଲ କରାଯାଇପାରେ। ଦେଶକୁ ମାନୁଫାକଚରିଂ ହବ୍‌ ଭାବେ ଗଢିତୋଳିବା ଲାଗି ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି ଭାର୍ଗବ ଆହ୍ବାନ ଜଣାଇଛନ୍ତି। ସରକାର ଏବଂ ଉଦ୍ୟୋଗ ଜଗତ ଏହି କାମ ଏକାକି କରିପାରିବ ନାହିଁ। ଏଥିରେ ପ୍ରତି ବ୍ୟକ୍ତିଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri