ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି ପ୍ରଶ୍ନ ଆଳରେ କଟାକ୍ଷ କରିଛନ୍ତି ଭି କେ ପାଣ୍ଡିଆନ୍‌। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି।

ପାଣ୍ଡିଆନ କହିଛନ୍ତି, ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ । ଲାଗିପାତି ଢେଙ୍କାନାଳକୁ ପଛୁଆ ଜିଲା ଭାବେ ଘୋଷଣା କରିଥିଲେ। ସେ ଦୃଷ୍ଟିରୁ ଢେଙ୍କାନାଳ ଜିଲାର ସର୍ବାଙ୍ଗୀନ ଉନ୍ନତି କରିବା କଥା । ହେଲେ କିଛି ବୋଲି କିଛି କାମ କରିନାହାନ୍ତି। ଗାଁ ମାଟି ପାଇଁ ବି କିଛି କରିପାରିଲେ ନାହିଁ। ଏଠାରେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ତଥା ଢେଙ୍କାନାଳକୁ ସଂଯୋଗ କରୁଥିବା ଏନ୍‌ଏଚ୍‌(ଜାତୀୟ ରାଜପଥ)କୁ ଭଲଭାବେ କରିପାରିଲେ ନାହିଁ । ନିର୍ବାଚନ ସମୟ ଆସିବାରୁ ରାସ୍ତା କଥା ମନେପଡିଲା ।

ଏହାଛଡ଼ା ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ଶିକ୍ଷା ବିଭାଗ, ସ୍କିଲ ଡେଭଲପ୍‌ମେଣ୍ଟ ମନ୍ତ୍ରୀ ରହିଲେ । ହେଲେ ଢେଙ୍କାନାଳରେ ସବୁ ବ୍ଲକରେ ନା କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଲେ ନା ଯାହା ଅଛି ତାକୁ ଡିଜିଟାଲାଇଜ କରିପାରିଲେ । ଢେଙ୍କାନାଳରୁ ବାହାରକୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି ହେଲେ ଜିଲାରେ ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟର ଖୋଲି ଦାଦନ ସମସ୍ୟାକୁ ଦୂରେଇପାରିଲେ ନାହିଁ। ଖାଲି କଥା କହିଲେ କ’ଣ ହେବ । କିଛି କାମ କରିପାରିଲେ ନାହିଁ ବୋଲି ଢେଙ୍କାନାଳ ଲୋକଙ୍କୁ ଉତ୍ତର ଦେବାକୁ ତାଙ୍କ ପାଖରେ ଆଉ କିଛି କଥା ନାହିଁ । ତେଣୁ ବାଧ୍ୟ ହୋଇ ସମ୍ବଲପୁରରେ ଲଢିବାକୁ ପଳାଇଛନ୍ତି। କାରଣ ସେଠାରେ ତାଙ୍କ କାରନାମା ବାବଦରେ କିଛି ଜାଣିନାହାନ୍ତି, କେହି ପ୍ରଶ୍ନ ବି ପଚାରିପାରିବେନି ବୋଲି ପାଣ୍ଡିଆନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri