Posted inଫୁରସତ

ଉଡ଼ାଣ ଆଉ ଅବତରଣ ସମୟରେ ଖୋଲି ଦିଆଯାଏ ବିମାନର ଝରକା, କାରଣ ଜାଣିଲେ…

ବିମାନରେ ବସିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ଏହି ଯାତ୍ରା ସହିତ ଜଡ଼ିତ ଅନେକ ନିୟମ ଅଛି, ଯାହା କି ଅନେକ ଲୋକ ଏ ବିଷୟରେ ଜାଣି ନ ଥାନ୍ତି। ଯେମିତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ ଝରକା ଖୋଲି ଦିଆଯାଏ। ଏହାର କାରଣ କ’ଣ ଜାଣନ୍ତି। ଯଦି ନା ତେବେ ଜାଣନ୍ତୁ ଏ ବିଷୟରେ…

ଏକ ରିପୋର୍ଟ ଅନୁଯାୟୀ, ଝରକା ଖୋଲିବାର ପ୍ରତ୍ୟକ୍ଷ କାରଣ ଯାତ୍ରୀମାନଙ୍କ ସୁରକ୍ଷା ସହିତ ଜଡ଼ିତ। ଫ୍ଲାଇଟ୍‌ ସେଫ୍ଟି ଫାଉଣ୍ଡେଶନର ଅଧିକାରୀ କହିଛନ୍ତି, ବିମାନ ସହ ଜଡ଼ିତ ଅଧିକାଂଶ ଦୁର୍ଘଟଣା ଉଡ଼ାଣ ଏବଂ ଅବତରଣ ସମୟରେ ହିଁ ଘଟିଥାଏ। ତେଣୁ ଝରକା ଖୋଲିବାର କାରଣ ହେଉଛି, ବାହାରେ ଘଟୁଥିବା କୌଣସି ଘଟଣା ବିଷୟରେ ଯାତ୍ରୀମାନେ ସଚେତନ ହେବା ଉଚିତ ଏବଂ ଏହା ଦେଖିବା ମାତ୍ରେ ନିଜକୁ ପ୍ରସ୍ତୁତ କରିବା ଉଚିତ।

ଉଡ଼ାଣ ଏବଂ ଅବତରଣ ସମୟରେ ଟ୍ରେ ଟେବୁଲଗୁଡ଼ିକ ବି ବନ୍ଦ ହୋଇଯାଏ ଏବଂ ସିଟ୍‌ରେ ବସିବାକୁ କୁହାଯାଏ। ଏହାର କାରଣ ସୁରକ୍ଷା ସହିତ ମଧ୍ୟ ଜଡ଼ିତ। କୌଣସି ଦୁର୍ଘଟଣାରେ, ଯଦି ବିମାନର ଭାରସାମ୍ୟ ବିଗିଡ଼ି ଯାଏ ତେବେ ଯାତ୍ରୀମାନେ ସେମାନଙ୍କ ଆଗ ସିଟ୍‌ ଆଡ଼କୁ ପଡ଼ନ୍ତି, ତେବେ ଖୋଲା ଟ୍ରେ ଟେବୁଲ ଏବଂ ପଛ ସିଟ୍‌ରେ ବସିଥିବା ଯାତ୍ରୀଙ୍କୁ ଆଘାତ ଲାଗିପାରେ। ତେଣୁ ଟ୍ରେ ଟେବୁଲକୁ ବନ୍ଦ କରିଦିଆଯାଏ। ବିମାନରେ ଯାତ୍ରା ସମୟରେ ଏପରି ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri