Posted inଫୁରସତ

ଉଡ଼ାଣ ଆଉ ଅବତରଣ ସମୟରେ ଖୋଲି ଦିଆଯାଏ ବିମାନର ଝରକା, କାରଣ ଜାଣିଲେ…

ବିମାନରେ ବସିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ଏହି ଯାତ୍ରା ସହିତ ଜଡ଼ିତ ଅନେକ ନିୟମ ଅଛି, ଯାହା କି ଅନେକ ଲୋକ ଏ ବିଷୟରେ ଜାଣି ନ ଥାନ୍ତି। ଯେମିତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ ଝରକା ଖୋଲି ଦିଆଯାଏ। ଏହାର କାରଣ କ’ଣ ଜାଣନ୍ତି। ଯଦି ନା ତେବେ ଜାଣନ୍ତୁ ଏ ବିଷୟରେ…

ଏକ ରିପୋର୍ଟ ଅନୁଯାୟୀ, ଝରକା ଖୋଲିବାର ପ୍ରତ୍ୟକ୍ଷ କାରଣ ଯାତ୍ରୀମାନଙ୍କ ସୁରକ୍ଷା ସହିତ ଜଡ଼ିତ। ଫ୍ଲାଇଟ୍‌ ସେଫ୍ଟି ଫାଉଣ୍ଡେଶନର ଅଧିକାରୀ କହିଛନ୍ତି, ବିମାନ ସହ ଜଡ଼ିତ ଅଧିକାଂଶ ଦୁର୍ଘଟଣା ଉଡ଼ାଣ ଏବଂ ଅବତରଣ ସମୟରେ ହିଁ ଘଟିଥାଏ। ତେଣୁ ଝରକା ଖୋଲିବାର କାରଣ ହେଉଛି, ବାହାରେ ଘଟୁଥିବା କୌଣସି ଘଟଣା ବିଷୟରେ ଯାତ୍ରୀମାନେ ସଚେତନ ହେବା ଉଚିତ ଏବଂ ଏହା ଦେଖିବା ମାତ୍ରେ ନିଜକୁ ପ୍ରସ୍ତୁତ କରିବା ଉଚିତ।

ଉଡ଼ାଣ ଏବଂ ଅବତରଣ ସମୟରେ ଟ୍ରେ ଟେବୁଲଗୁଡ଼ିକ ବି ବନ୍ଦ ହୋଇଯାଏ ଏବଂ ସିଟ୍‌ରେ ବସିବାକୁ କୁହାଯାଏ। ଏହାର କାରଣ ସୁରକ୍ଷା ସହିତ ମଧ୍ୟ ଜଡ଼ିତ। କୌଣସି ଦୁର୍ଘଟଣାରେ, ଯଦି ବିମାନର ଭାରସାମ୍ୟ ବିଗିଡ଼ି ଯାଏ ତେବେ ଯାତ୍ରୀମାନେ ସେମାନଙ୍କ ଆଗ ସିଟ୍‌ ଆଡ଼କୁ ପଡ଼ନ୍ତି, ତେବେ ଖୋଲା ଟ୍ରେ ଟେବୁଲ ଏବଂ ପଛ ସିଟ୍‌ରେ ବସିଥିବା ଯାତ୍ରୀଙ୍କୁ ଆଘାତ ଲାଗିପାରେ। ତେଣୁ ଟ୍ରେ ଟେବୁଲକୁ ବନ୍ଦ କରିଦିଆଯାଏ। ବିମାନରେ ଯାତ୍ରା ସମୟରେ ଏପରି ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?