ଚାଇନା ସହ କୌଣସି ବିବାଦ ଚାହୁଁନାହିଁ ଆମେରିକା: ବାଇଡେନ୍‌

ଓ୍ବାଶିଂଟନ୍‌,୯।୨: ଗୁପ୍ତଚର ବେଲୁନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢିବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦିଓ ଚାଇନାର ଗୁପ୍ତଚର ବେଲୁନ୍‌କୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ରହିଛି, କିନ୍ତୁ ଆମେରିକା ଏହି ପ୍ରସଙ୍ଗରେ ଚାଇନା ସହ ମୁହାଁମୁହିଁ ହେବାକୁ ଚାହୁଁନାହିଁ।
ଚାଇନା ସହିତ ବେଲୁନ ବିବାଦ ଉପରେ ବାଇଡେନ କହିଛନ୍ତି, ଆମେରିକା ଚାଇନା ସହିତ କୌଣସି ପ୍ରକାର ବିବାଦ ଚାହୁଁନାହିଁ। ଆମେ ଚାଇନା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ, କିନ୍ତୁ ଆମେ ମୁହାଁମୁହିଁ ହେବାକୁ ଚାହୁଁନାହୁଁ ଏବଂ ଏପର୍ଯ୍ୟନ୍ତ ତାହା ହୋଇଆସୁଛି। ମୁଁ ଆମେରିକା ଏବଂ ବିଶ୍ୱର ସ୍ବାର୍ଥ ପାଇଁ ଚାଇନା ସହିତ କାମ କରିବାକୁ ପ୍ରସ୍ତୁତ, କିନ୍ତୁ ଯଦି ସେମାନେ ଆମକୁ କ୍ଷତି କରନ୍ତି, ତେବେ ଆମେ ନିଶ୍ଚିତ ଭାବରେ ନିଜକୁ ରକ୍ଷା କରିବୁ।
ସୂଚନାଯୋଗ୍ୟ, ଆମେରିକା ଆକାଶରେ ଉଡ଼ୁଥିବା ଚାଇନାର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଓ୍ବାଶିଂଟନ ଖସାଇଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ସାଉଥ୍‌ କାରୋଲିନା ଉପକୂଳ ଆକାଶରୁ ତଳକୁ ଖସାଯାଇଥିଲା। ବେଲୁନ୍‌ଟି ମିର୍ଟଲ ବିଚ୍‌ ଉପରେ ଉଡ଼ୁଥିବାବେଳେ ଏକ ଏଫ୍‌-୨୨ ଫାଇଟରରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଅନ୍ୟପକ୍ଷେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚାଇନା ଅସନ୍ତୋଷ ବ୍ୟକ୍ତ କରିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ମାନବରହିତ ସିଭିଲିଆନ୍‌ ଏୟାରଶିପ୍‌କୁ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ଦୁର୍ଭାଗ୍ୟଜନକ। ଏହାର ଉଚିତ ଜବାବ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନକୁ ଚାଇନାର ନାଲି ଆଖି…

ବେଜିଂ,୮।୭: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ଜାପାନକୁ ନାଲି ଆଖି ଦେଖାଇଛି। ତାଇଓ୍ବାନକୁ ଜାପାନ ସୈନ୍ୟବାହିନୀ ସହଯୋଗକଲେ ଏହାର କଡ଼ା ଜବାବ୍‌ ମିଳିବ ବୋଲି ଚାଇନା କହିଛି।...

‘ଭାରତକୁ କ୍ଷତିପୂରଣ ଦେଉ ଚାଇନା’

ଓ୍ବାଶିଂଟନ,୧୯।୬: କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି। ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌...

ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନ ନିର୍ବାଚନ ହୋର୍ଡିଂରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ

ଇସଲାମାବାଦ,୨ ।୭: ପାକିସ୍ତାନରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ପଞ୍ଜାବ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ପଞ୍ଜାବି ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ଫଟୋ ସମସ୍ତଙ୍କୁ...

ହଂକଂରେ କରୋନା ଅଣାୟତ୍ତ, ପୁଣି ଲକ୍‌ଡାଉନ୍‌ ଆଶଙ୍କା, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ହଂକଂ,୧।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ମୃତ ଦେହଗୁଡ଼ିକୁ...

ପୁଣି ଥରିଲା ମେକ୍ସିକୋ

ମେକ୍ସିକୋ,୨୨।୯: ୨-୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେକ୍ସିକୋରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରହିଥିଲା। ଏଥିରେ...

ଯୁଦ୍ଧ ପାଇଁ ପ୍ରସ୍ତୁତ ଏହି କୁକୁର, ୧୩୦୦୦ ଫୁଟ ଉଚ୍ଚରୁ ଦେଲା ଲମ୍ଫ

ମସ୍କୋ,୭ା୭: ରୁଷିଆ ପ୍ରଶାସନ କେବଳ ସୈନିକ ନୁହନ୍ତି, କୁକୁରମାନଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଉଛି। ଏବେ କୁକୁରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ମାରିଉପୋଲରେ ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ!

କ୍ୱିଭ,୧୨ ।୪: ବେଳକୁ ବେଳ ବଢି ଚାଲିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ । ତେବେ ରାସାୟନିକ ଅସ୍ତ୍ରର ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତାରେ...

ଆମେ ଜଳବାୟୁ ନ୍ୟାୟ ଚାହୁଁ

ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା...

Advertisement
Archives

Model This Week