Posted inଖେଳ

Virat Kohli kiss His Locket: ଶତକ ମାରିବା ପରେ କାହିଁକି ନିଜ ଲକେଟ୍‌କୁ କିସ୍‌ କରନ୍ତି କୋହଲି, କାରଣ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୨: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଟିମ ଇଣ୍ଡିଆ ବିଜୟର ମୁକୁଟ ପିନ୍ଧିସାରିଛି । ଟିମର ପ୍ରତିଟି ଖେଳାଳିଙ୍କ ପ୍ରୟାସରେ ବିଜୟର ସ୍ବାଦ ଚାଖିଛି ଭାରତ ଆଉ ମାତ ଖାଇଛି ପାକିସ୍ତାନ । ଦୁବାଇ ମୈଦାନରେ କିଙ୍ଗ କୋହଲିଙ୍କ ଚଉକାମାଡ ଏବଂ ଶତକକୁ କ୍ରିକେଟପ୍ରେମୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । କୋହଲି ଯେତେବେଳେ ବ୍ୟାଟ ବୁଲାଇ ରନର ବର୍ଷା କରୁଥିଲେ ପୁରା ଷ୍ଟାଡିୟମ ଇଣ୍ଡିଆ-ଇଣ୍ଡିଆ , କୋହଲି-କୋହଲି ନାରାରେ କମ୍ପି ଉଠିଥିଲା।

Virat Kohli kiss His Locket: ବିରାଟ ମଧ୍ୟ ବିନମ୍ରତା ସ୍ବରୂପ ବ୍ୟାଟକୁ ଉପରକୁ ଉଠାଇ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ । ଏହାସହ ବେକରେ ପିନ୍ଧିଥିବା ମୁଦିକୁ ସେ ଚୁମ୍ବନ ଦେଇଥିଲେ । ଯାହାକୁ ସେ ସବୁବେଳେ ଚେନ ସହିତ ଲକେଟ ଭଳି ପିନ୍ଧିଥାନ୍ତି । ଯିଏ କ୍ରିକେଟପ୍ରେମୀ ଏବଂ ବିରାଟଙ୍କ ଫ୍ୟାନ ସେମାନେ ଭଲଭାବରେ ଜାଣିଥିବେ ବିରାଟ ପ୍ରତି ମ୍ୟାଚରେ ଯେତେବେଳେ ବି ଶତକ ମାରନ୍ତି ବେକରେ ପିନ୍ଧା ମୁଦିକୁ ଚୁମ୍ବନ ଦିଅନ୍ତି ।

Virat Kohli kiss His Locket: ତେବେ ସେ ଏମିତି କାହିଁକି କରନ୍ତି ? ବିରାଟଙ୍କ ବେକରେ ଥିବା ମୁଦିର ରହସ୍ୟ କ’ଣ? ଯଦି ଆପଣ ମଧ୍ୟ ମ୍ୟାଚ ଦେଖିଥିବେ ତାହେଲେ ଏ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ । ଆସନ୍ତୁ ଜାଣିବା ବିରାଟଙ୍କ ଏଭଳି କରିବା ପଛର କାରଣ । ଶତକ ସମ୍ପୁର୍ଣ୍ଣ କଲା ପରେ ବିରାଟ କୋହଲି ଯେଉଁ ମୁଦିକୁ ଚୁମ୍ବନ ଦିଅନ୍ତି ସେ ହେଉଛି ତାଙ୍କ ର୍ନିବନ୍ଧର ମୁଦି । ଥରେ କମେଣ୍ଟେଟର ହର୍ଷା ଭୋଗଲେ ମ୍ୟାଚ ଚାଲିଥିବା ସମୟରେ କହିଥିଲେ , ଯେ ବିରାଟଙ୍କ ପ୍ରେମର ପ୍ରତୀକ ହେଉଛି ତାଙ୍କ ବେକରେ ଝୁଲୁଥିବା ମୁଦି । ପ୍ରତି ଶତକରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ ଜଣାଇ ମୁଦିକୁ ଚୁମ୍ବନ ଦେଇ କୋହଲି ଏମିତି ହିଁ ନିଜ ପ୍ରେମ ଜାହିର କରନ୍ତି । ଅନେକ ସମୟରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ବିରାଟଙ୍କ ପ୍ରେମ ଦେଖିବାକୁ ମିଳେ ।

Virat Kohli kiss His Locket: ଘଡିସନ୍ଧି ମୁହୂର୍ତ୍ତରେ ଅନୁଷ୍କା ବିରାଟଙ୍କ ସହ ଛାଇ ଭଳି ଛିଡା ହୋଇଥାନ୍ତି । ମ୍ୟାଚରେ ପରାଜିତ ହେଲେ ସାହସର ସହ ସେ ସମୟର ଦୁର୍ବଳ ମୁହୂର୍ତ୍ତକୁ ମୁକାବିଲା କରିବା ପାଇଁ ଦମ୍ଭ ଦିଅନ୍ତି ।ଯେତେବେଳେ ବିରାଟ ଅନୁଷ୍କାଙ୍କୁ ଡେଟ କରୁଥିଲେ ସେ ସପୋର୍ଟ କରିବା ପାଇଁ ଷ୍ଟାଡିୟମକୁ ଆସୁଥିଲେ । ଅନେକ ସମୟରେ ଫ୍ୟାନ୍ସ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଉନଥିଲେ ।

Virat Kohli kiss His Locket: ୨୦୧୫ ବିଶ୍ବକପ ସମୟରେ ଭାରତର ପରାଜୟ ପରେ କୋହଲିଙ୍କୁ ଫ୍ୟାନ୍ସଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ଚ୍ୟାମ୍ପିୟନ୍ସ ଟ୍ରଫିରେ ଶତକ ପିଟି ଭାରତକୁ ବିଜୟର ସ୍ବାଦ ଚଖାଇ କିଙ୍ଗ କୋହଲି ସଫଳତାର ଶ୍ରେୟ ନିଜ କ୍ବିନଙ୍କୁ ରିଙ୍ଗ କିସ ମାଧ୍ୟମରେ ଦେଇଛନ୍ତି । ବିରାଟ ପ୍ରଥମେ ୨୦୧୮ ଜାନୁଆରୀରେ ନିଜ ବେକରେ ପିନ୍ଧିଥିବା ମୁଦିକୁ କିସ କରିଥିଲେ ।

Virat Kohli kiss His Locket: ସେତେବେଳେ ସେ ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ୧୫୩ ରନ କରି ନିଜ ଲେଡିଲଭ୍‌ଙ୍କୁ ନିଆରା ଅନ୍ଦାଜରେ ପ୍ରେମ ଜାହିର କରିଥିଲେ । ଏହାର ଠିକ ପୂର୍ବରୁ ସେ ୨୦୧୭ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଅନୁଷ୍କାଙ୍କ ସହ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?