ଟ୍ରକ୍‌ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ 

ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି,  ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା ଗାଡ଼ି ଭାବି ଧକ୍କା ଦେଇଥିଲି । ଗାଡିକୁ ଥରେ କି ୨ ଥର ନୁହେଁ ୩ ଥର ଧକ୍କା ଦେଇଥିବା କହିଲେ ଜେନାମଣି। ସେ ପୁଣି କହିଛନ୍ତି,  ଗାଡ଼ି ବାଜିଗଲା, ଦୁଃଖ କ’ଣ ପାଇଁ କରିବି’ । ଟ୍ରକ ଧକ୍କାରେ ୨ ଭାଜପା ନେତାଙ୍କ ମୃତ୍ୟୁକୁ ନେଇ ଏଭଳି ବୟାନ ଦେଇଛନ୍ତି ହାଇୱା ଡ୍ରାଇଭର ।
ତେବେ ହାଇୱା ଚଢ଼ାଇ ସମ୍ବଲପୁରର ୨ ଭାଜପା କର୍ମୀଙ୍କ ଧକ୍କା ଦେବା ପୂର୍ବରୁ ଅନ୍ୟ ଏକ ଗାଡ଼ି ସହ ଝଗଡ଼ା କରିଥିଲେ ଜେନାମଣି  ।
ସୂଚନାଯୋଗ୍ୟ,ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ୨  ଭାଜପା କର୍ମୀଙ୍କୁ ଟ୍ରକ ଧକ୍କା ଦେଇ ହତ୍ୟା ଅଭିଯୋଗରେ ଜେନାମଣିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ସମୟରେ ଜେନାମଣି କହିଥିଲେ, ଜାଣିଶୁଣି ଦୁର୍ଘଟଣା କରିନାହିଁ । ସେ ଭାଜପା ନେତାଙ୍କ କାରକୁ ୩ ଥର ଧକ୍କା ମାରିଥିବା ସ୍ବୀକାର କରିଥିଲେ। ତାଙ୍କ କହିବା ଅନୁସାରେ ପ୍ରଥମେ ଗାଡ଼ି ଭାରସାମ୍ୟ ହରେଇ କାର ସହ ଧକ୍କା ହୋଇଥିଲା ।
ଦିତୀୟ ଥର ଆଖି ଲାଗିଯିବାରୁ ଧକ୍କା ହୋଇଥିଲା ଓ ତୃତୀୟ ଥର ଜାଣତରେ କାର ସହ ଧକ୍କା ହୋଇଥିଲା।
ଅନ୍ୟପକ୍ଷେ ସେ ଏହା ମଧ୍ୟ କହିଛନ୍ତି, ଘଟଣା ଦିନ ରାତିରେ ତାଙ୍କର ଅନ୍ୟ ଏକ ମାରୁତି କାରର ଚାଳକ ସହ ଝଗଡ଼ା ହୋଇଥିଲା । ତେବେ ଜେନାମଣିଙ୍କ କଥାରେ ତାଳମେଳ ରହୁ ନାହିଁ। ତାଙ୍କୁ କୋର୍ଟଚାଲାଣ ହୋଇଥିବା ବେଳେ ତାଙ୍କୁ  ରିମାଣ୍ଡରେ ଆଣିବ ପୋଲିସ । ରାଜନୈତିକ, ବ୍ୟାବସାୟିକ କିମ୍ବା ଅନ୍ୟ କେଉଁ କାରଣରୁ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି କି , ଜାଣିବା ପାଇଁ ପୋଲିସ ତାଙ୍କୁ ପଚରାଉଚରା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri