Posted inଖେଳ

ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ

ଚଣ୍ଡିଗଡ,୨୫।୯: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଗୋଆ ଦଳ ପକ୍ଷରୁ ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂଙ୍କ ପିତା ଯୋଗରାଜଙ୍କ ସହ ଅର୍ଜୁନଙ୍କ ଅଭ୍ୟାସ ଅଧିବେଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସଚିନ ତାଙ୍କ ପୁଅର ଦାୟିତ୍ୱ ଯୋଗରାଜଙ୍କୁ ଦେଇଛନ୍ତି। ଅର୍ଜୁନଙ୍କୁ ୨୩ ବର୍ଷ ବୟସ କିନ୍ତୁ ସେ ଏପର୍ଯ୍ୟନ୍ତ ତାଙ୍କର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବାର ସୁଯୋଗ ପାଇ ନାହାଁନ୍ତି। ତାଙ୍କୁ ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା କିନ୍ତୁ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ସେ ପାଇ ନ ଥିଲେ। ଏହା ସହ ସେ ଗତ ବର୍ଷ ସୟଦ ଅଲି ମୁସ୍ତାକ ଟି-୨୦ ଟୁର୍ନାମେଣ୍ଟରେ ମୁମ୍ବାଇ ପାଇଁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଅର୍ଜୁନ ମୁମ୍ବାଇ ଦଳରେ ମନୋନୀତ ନ ହେବାରୁ ସେ ଗୋଆ ପକ୍ଷରୁ ଖେଳିବା ଆରମ୍ଭ କରିଛନ୍ତି।
ପଞ୍ଜାବୀ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ବ୍ୟତୀତ ଭାରତର ପୂର୍ବତନ କ୍ରିକେଟର ଯୋଗରାଜ ସିଂ ମଧ୍ୟ ଜଣେ କୋଚ ଭାବରେ ପ୍ରସିଦ୍ଧ। ୧୯୮୦ରେ ତାଙ୍କୁ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିଥିଲା। ସେ ୧୯୮୧ରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପାଇଁ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ଡାହାଣହାତୀ ଦ୍ରୁତ ବୋଲର ଯୋଗରାଜ କେବଳ ଗୋଟିଏ ଉଇକେଟ ନେଇଥିଲେ। ସେ ଭାରତର ପୂର୍ବତନ କୋଚ ଜନ ରାଇଟଙ୍କୁ ବୋଲ୍ଡ କରିଥିଲେ। ଯୋଗରାଜ ସିଂ ଭାରତ ପାଇଁ ମାତ୍ର ୬ଟି ଦିନିକିଆ ଖେଳିଥିଲେ। ତାଙ୍କ ନାମରେ ୪ଟି ଉଇକେଟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱନ୍ଦ୍ୱରେ ବିଗ୍‌ ବାସରେ ବାଉଣ୍ଡ୍ରି ବାହାରେ କ୍ୟାଚ୍‌

ସିଡ୍‌ନୀ,୧୦।୧(ଏଏଫ୍‌ପି)- ଚଳିତ ବିଗ ବାସ ଲିଗ୍‌ (ବିବିଏଲ)ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇ ଜଣିଆ କ୍ୟାଚ୍‌ ଦ୍ୱାରା ହାବର୍ଟ ଅଧିନାୟକ ମାଥ୍ୟୁ ଓ୍ବେଡ ଆଉଟ୍‌...

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ...

ହାରିବାରେ ଶ୍ରୀଲଙ୍କା ସମକକ୍ଷ ହେଲା ଭାରତ

ବର୍ମିଂହାମ, ୨।୭- ଚଳିତ ଆଇସିସି ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ହାଇସ୍କୋରିଂ ମ୍ୟାଚ୍‌ରେ ଭାରତ ୩୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ଏକମାତ୍ର ଦଳ...

ଆଇପିଏଲ୍‌ର ଶ୍ରେଷ୍ଠ ଅଲ୍‌ରାଉଣ୍ଡର

ସେନ୍‌ ଓ୍ବାଟ୍‌ସନ୍‌: (ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୋର) ୩୮୭୪ ରନ୍‌ ଓ ୯୨ ଉଇକେଟ ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସବୁଠୁ...

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୨।୧୦: ଭାରତରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ...

୨୦ କିମି ରେସ୍‌ରେ ବାଜି ମାରିଲେ ଜୁନେଦ୍‌

ଭୁବନେଶ୍ୱର, ୧ା୩ (ସ୍ପୋର୍ଟ୍ସ ବ୍ୟୁରୋ)- ପୁରୁଷ ୨୦ କିମି ରେସ୍‌ରେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଜୁନେଦ୍‌ ବାଜିମାତ୍‌ କରିନେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରେସ୍‌ରେ ଜୁନେଦ୍‌ ୧...

ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି

ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍‌ ଚାଲିଥିବାବେଳେ ବିରାଟଙ୍କୁ...

ସ୍ପିନ୍‌ ବିଭାଗକୁ ଶକ୍ତିଶାଳୀ କରିବେ ହରଭଜନ: ମୋର୍ଗାନ

କୋଲକାତା,୩୧।୩: ଅଭିଜ୍ଞ ଅଫ୍‌ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଯାଉଛନ୍ତି। ହରଭଜନ ସାମିଲ ହେବା ପରେ ଦଳର...

Advertisement
Archives

Model This Week